ବାରବାଟୀ ଷ୍ଟାଡିୟମରେ ବୁଧବାରଠୁ ଆରମ୍ଭ ହୋଇଥିବା ଝାଡ଼ଖଣ୍ତ ବିପକ୍ଷ ରଣଜୀ ଟ୍ରଫିର ପ୍ରଥମ ଦିନରେ ଅନୁରାଗ, ଦେବାଶିଷଙ୍କ ଅର୍ଧଶତକ: ଓଡ଼ିଶା ୨୦୫/୪

ଅଙ୍କିତଙ୍କ ପଦାର୍ପଣ

କଟକ : ଅନୁରାଗ ଷଡ଼ଙ୍ଗୀ ଓ ଦେବାଶିଷ ସାମନ୍ତରାୟଙ୍କ ଅର୍ଧଶତକୀୟ ପାଳି ସହାୟତାରେ ବାରବାଟୀ ଷ୍ଟାଡିୟମରେ ବୁଧବାରଠୁ ଆରମ୍ଭ ହୋଇଥିବା ଝାଡ଼ଖଣ୍ତ ବିପକ୍ଷ ରଣଜୀ ଟ୍ରଫିର ପ୍ରଥମ ଦିନରେ ଓଡ଼ିଶା ୪ ଵିକେଟ୍‌ ବିନିମୟରେ ୨୦୫ ରନ୍‌ ସ˚ଗ୍ରହ କରିଛି। ତେବେ ଅଧିନାୟକ ଶୁଭ୍ରା˚ଶୁ ସେନାପତିଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି। ସେ ୧୯ ରନ୍‌ରେ ଆଉଟ୍‌ ହୋଇଥିଲେ। ଷ୍ଟମ୍ପ୍ସ ଅପସାରଣ ବେଳକୁ ଦେବାଶିଷ ୬୭* ଓ ବିପ୍ଲବ ସାମନ୍ତରାୟ ୧୬* ରନ୍‌ରେ ଅପରାଜିତ ଅଛନ୍ତି।

ପିଚ୍‌ର ଘାସ ଓ ଦଳର ସାମର୍ଥ୍ୟକୁ ଦୃଷ୍ଟିରେ ରଖି ବୁଧବାର ସକାଳେ ସୌରଭ ତିଵାରୀ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିବାକୁ ସ୍ଥିର କରିଥିଲେ। ଓଡ଼ିଶା ଦଳରେ ମଧ୍ୟ ଏକାଧିକ ପରିବର୍ତ୍ତନ ହୋଇଥିଲା। ଆହତ ରାଜେଶ ମହାନ୍ତିଙ୍କ ସ୍ଥାନରେ ବରିଷ୍ଠ ଖେଳାଳି ବସନ୍ତ ମହାନ୍ତି ପ୍ରତ୍ୟାବର୍ତ୍ତନ କରିଥିଲା ବେଳେ ଅଭିଷେକ ରାଉତଙ୍କ ବଦଳରେ ଅଙ୍କିତ ଯାଦବ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ଓଡ଼ିଶା ପାଇଁ ଶାନ୍ତନୁ ମିଶ୍ର ଓ ଅନୁରାଗ ଷଡ଼ଙ୍ଗୀ ପାଳି ଆରମ୍ଭ କରିଥିଲେ। ଵିକେଟ୍‌ ବଞ୍ଚାଇବା ଲକ୍ଷ୍ୟରେ ଉଭୟେ ଆରମ୍ଭରୁ ରକ୍ଷଣାତ୍ମକ ଖେଳିଥିଲେ। ୧୧.୫ ଓଭରରେ ଦଳୀୟ ରନ୍‌ ୨୯ ହୋଇଥିଲା ବେଳେ ଶାନ୍ତନୁ (୪)ଙ୍କ ରୂପରେ ଓଡ଼ିଶାକୁ ପ୍ରଥମ ଝଟ୍‌କା ଲାଗିଥିଲା। ତାଙ୍କ ସ୍ଥାନରେ ଆସିଥିବା ଦେବାଶିଷ ସାମନ୍ତରାୟ ଅନୁରାଗଙ୍କ ସହ ମିଶି ରନ୍‌ ଗତି ବଢ଼ାଇଥିଲେ। ୮୬ ବଲ୍‌ରୁ ଅନୁରାଗ ଅର୍ଧଶତକ ପୂରଣ କରିଥିଲା ବେଳେ ମଧ୍ୟାହ୍ନ ବିରତି ପରେ ବ୍ୟକ୍ତିଗତ ୬୫ ରନ୍‌ କରି ଆଶିଷ କୁମାରଙ୍କ ଶିକାର ହୋଇଥିଲେ। ଆଉଟ୍‌ ହେବା ପୂର୍ବରୁ ଉଭୟଙ୍କ ମଧ୍ୟରେ ୬୭ ରନ୍‌ର ମହତ୍ବପୂର୍ଣ୍ଣ ଭାଗୀଦାରି ହୋଇଥିଲା। ପୂର୍ବ ମ୍ୟାଚ୍‌ରେ ଶତକ ଅର୍ଜନ କରି ଲୟକୁ ଫେରିଥିବା ଗୋବିନ୍ଦ ପୋଦ୍ଦାର ଏଥର ମଧ୍ୟ ଭଲ ଖେଳି ଆସୁଥିଲେ। ହେଲେ ୩୧ ରନ୍‌ କରିଥିଲା ବେଳେ ଆଉଟ୍‌ ହୋଇଥିଲେ। ଉତ୍କର୍ଷ ସି˚ହଙ୍କ ବଲ୍‌କୁ ପୋଦ୍ଦାର କଭର ଅଞ୍ଚଳକୁ ଡ୍ରାଇଭ୍‌ କରୁଥିଲା ବେଳେ ତାହା ସ୍ଲିପ୍‌ ଅଞ୍ଚଳରେ ଅର୍ଣ୍ଣବ ସିହ୍ନାଙ୍କ ହାତରେ ଧରା ପଡ଼ିଥିଲେ। ଏଥିମଧ୍ୟରେ ଦେବାଶିଷ ୧୭୬ ବଲ୍‌ରୁ ଅର୍ଧଶତକ ପୂରଣ କରିଥିଲେ। ତେବେ ଗୋବିନ୍ଦଙ୍କ ସ୍ଥାନରେ ଆସିଥିବା ଶୁଭ୍ରା˚ଶୁ ସେନାପତି ପୁଣି ଥରେ ବିଫଳ ହୋଇଥିଲେ। ୭୩ତମ ଓଭରର ଚତୁର୍ଥ ବଲ୍‌ରେ ତାଙ୍କର ଏକ ସହଜ କ୍ୟାଚ୍‌କୁ ଵିକେଟ୍‌ ରକ୍ଷକ ଈଶାନ କିଷାନ ହାତଛଡ଼ା କରିଥିଲେ। ପରବର୍ତ୍ତୀ ବଲ୍‌ରେ ମିଡ୍‌ ଅନ୍‌ ଅଞ୍ଚଳକୁ ଏକ ଛକା ମାରିବା ପରେ ଶେଷ ବଲ୍‌ରେ ମିଡ୍‌ ଅଫ୍‌ ଅଞ୍ଚଳରେ ସୌରଭ ତିଵାରୀଙ୍କ ହାତରେ ଧରା ପଡ଼ିଥିଲେ।

ସ˚କ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି ୮୯ ଓଭରରେ ୨୦୫/୪ (ଅନୁରାଗ ଷଡ଼ଙ୍ଗୀ ୬୫, ଦେବାଶିଷ ସାମନ୍ତରାୟ ୬୭*, ଗୋବିନ୍ଦ ପୋଦ୍ଦାର ୩୧, ଶୁଭ୍ରା˚ଶୁ ସେନାପତି ୧୯, ବିପ୍ଲବ ସାମନ୍ତରାୟ ୧୬*, ଆଶିଷ କୁମାର ୩/୪୧, ଉତ୍କର୍ଷ ସି˚ହ ୧/୫୫)।

ଛତିଶଗଡ଼ ୧୭୯, ସର୍ଭିସେସ୍‌ ୮୧/୩
ରାୟପୁରରେ ଚାଲିଥିବା ଏଲିଟ୍‌ ଗ୍ରୁପ୍‌ ସି’ର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ସର୍ଭିସେସ୍‌ ୧୭୯ ରନ୍‌ରେ ଛତିଶଗଡ଼କୁ ଆଉଟ୍‌ କରିଛି। ରୌଶନ ରାଜ ୪ ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ସର୍ଭିସେସ୍‌ ପ୍ରଥମ ଦିନ ଷ୍ଟମ୍ସ ଅପସାରଣ ବେଳକୁ ୩ ଵିକେଟ୍‌ ବିନିମୟରେ ୮୧ ରନ୍‌ କରିଛି। ସେହିପରି ଜାମ୍ମୁରେ ଚାଲିଥିବା ମ୍ୟାଚ୍‌ରେ ଘରୋଇ ଦଳ ୩୪୦ ରନ୍‌ର ସମ୍ମାନଜନକ ସ୍କୋର୍‌ କରିଥିଲା ବେଳେ ପ୍ରଥମ ଦିନ ସୁଦ୍ଧା ହରିଆଣା ୧ ଵିକେଟ ବିନିମୟରେ ୨ ରନ୍‌ କରିଛି। ଏହି ଗ୍ରୁପ୍‌ର ଆଉ ଏକ ମ୍ୟାଚ୍‌ରେ ବିଶାନ୍ତ ମୋରେଙ୍କ ୫୯, ଆଶାୟ ପାଲକରଙ୍କ ୬୦ ରନ୍‌ର ପାଳି ସହଯୋଗରେ ମହାରାଷ୍ଟ୍ର ୨୦୭ ରନ୍‌ କରିଥିଲା। ଜବାବରେ ପ୍ରଥମ ଦିନ ସୁଦ୍ଧା ଉତ୍ତରାଖଣ୍ଡ ୩ ଵିକେଟ୍‌ ବିନିମୟରେ ୧୧୨ ରନ୍‌ କରିଛି।

ସମ୍ବନ୍ଧିତ ଖବର