କଟକ: ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ଓ ବରୋଦା ମଧ୍ୟରେ ଖେଳାଯାଇଥିବା ଦୁଇଦିନିଆ ଅଭ୍ୟାସ ମ୍ୟାଚ୍‌ ଅମୀମା˚ସିତ ରହିଛି। ତେବେ ଏହି ମ୍ୟାଚ୍‌ରେ ଓଡ଼ିଶା ପାଳି ଅଗ୍ରଣୀ ପାଇବାରେ ସଫଳ ହୋଇଛି। ପ୍ରଥମ ଦିନ ବରୋଦାର ୧୦୦ ରନ୍‌ ଜବାବରେ ଓଡ଼ିଶା ୬୫ ରନ୍‌ରେ ୬ ଵିକେଟ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଦ୍ବିତୀୟ ଦିନ ରଜେଶ ଧୂପର (୬୫) ଓ ଅଭିଷେକ ରାଉତ (୬୩) ନିଜ ନିଜର ଅର୍ଦ୍ଧଶତକ ପୂରଣ କରିବା ସାଙ୍ଗକୁ ସପ୍ତମ ୱିକେଟ୍‌ରେ ୧୩୦ ରନ୍‌ର ଭାଗୀଦାରି କରି ଓଡ଼ିଶାକୁ ଉଦ୍ଧାର କରିଥିଲେ। ସୁଜିତ ଲେଙ୍କା ୩୦, ଦେବାଶିଷ ସାମନ୍ତରାୟ ୧୯* ରନ୍‌ର ଯୋଗଦାନ କରିଥିଲେ। ଓଡ଼ିଶା ପ୍ରଥମ ପାଳିରେ ୭୬.୫ ଓଭରରେ ୨୩୫ ରନ୍‌ କରି ସମସ୍ତ ଵିକେଟ ହରାଇଥିଲା। ପରେ ବରୋଦା ଦ୍ବିତୀୟ ପାଳିରେ ଖେଳ ବନ୍ଦ ହେବାବେଳକୁ ୧ ଵିକେଟ ବିନିମୟରେ ୧୩୧ ରନ୍‌ ସ˚ଗ୍ରହ କରିଥିଲା। ଜ୍ୟୋତିସ୍ନିଲ ସି˚ହ ୧ ରନ୍‌ କରି ଆଶିଷ ରାଏଙ୍କ ଶିକାର ହୋଇଥିଲା ବେଳେ ପ୍ରତ୍ୟୁଷ କୁମାର ୫୩* ଓ ଶିବାଳିକ ଶର୍ମା ୭୬* ରନ୍‌ କରି ଅପରାଜିତ ରହିଥିଲେ।

Advertisment

କଟକ: ଓଡ଼ିଶାରେ ରଣଜୀ ଟ୍ରଫିର ଏଲିଟ୍‌ ଗ୍ରୁପ୍‌ ବି’ ଅନ୍ତର୍ଗତ ମ୍ୟାଚ୍‌ଗୁଡ଼ିକ ଖେଳାଯିବ। ଏହି ଗ୍ରୁପ୍‌ରେ ବେଙ୍ଗଲ, ବରୋଦା, ହାଇଦ୍ରାବାଦ, ଚଣ୍ତିଗଡ଼ ସ୍ଥାନ ପାଇଛନ୍ତି। ମ୍ୟାଚ୍‌ଗୁଡ଼ିକ ବାରବାଟୀ ଷ୍ଟାଡିୟମ ଓ ଭୁବନେଶ୍ବରସ୍ଥିତ ବିକାଶ ପଡ଼ିଆରେ ଖେଳାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ୧୭ ତାରିଖରେ ବେଙ୍ଗଲ-ବରୋଦା ଏବ˚ ହାଇଦ୍ରାବାଦ-ଚଣ୍ତିଗଡ଼ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ୨୪ ତାରିଖରେ ବେଙ୍ଗଲ-ହାଇଦ୍ରାବାଦ ଏବ˚ ବରୋଦା-ଚଣ୍ତିଗଡ଼, ମାର୍ଚ୍ଚ ୩ ତାରିଖରେ ବେଙ୍ଗଲ-ଚଣ୍ତିଗଡ଼ ଏବ˚ ବରୋଦା ହାଇଦ୍ରାବାଦ ମୁହାଁମୁହିଁ ହେବେ।