ରଣଜୀ ଟ୍ରଫି: ଆଶିଷଙ୍କ ପଦାର୍ପଣ; ବୋଲରଙ୍କ ଆଧିପତ୍ୟ, ଗୋଆ ୧୮୧, ଓଡ଼ିଶା ୨୩/୩

କଟକ : ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ (ବି)ରେ ଗୁରୁବାରଠୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ଡି’ ମ୍ୟାଚ୍‌ର ପ୍ରଥମ ଦିନ ବୋଲରମାନଙ୍କ ନାମରେ ଯାଇଛି। ବୋଲରଙ୍କ ଆଧିପତ୍ୟ ମଧ୍ୟରେ ଉଭୟ ଦଳର ମୋଟ ୧୩ ଵିକେଟ୍‌ ଝଡ଼ିଯାଇଛି। ଗୋଆ ପ୍ରଥମ ପାଳି ୧୮୧ ରନ୍‌ରେ ଶେଷ ହୋଇଯିବା ପରେ ଓଡ଼ିଶା ଷ୍ଟମ୍ପ୍ସ ଅପସାରଣ ବେଳକୁ ୩ ଵିକେଟ୍‌ ବିନିମୟରେ ୨୩ ରନ୍‌ କରିଛି। ଅଧିନାୟକ ଶୁଭ୍ରା˚ଶୁ ସେନାପତି ୧୪* ରନ୍‌ କରି ଅପରାଜିତ ରହିଛନ୍ତି।

ସକାଳେ ପିଚ୍‌ରେ ଘାସକୁ ଲକ୍ଷ୍ୟ କରି ଶୁଭ୍ରା˚ଶୁ ଟସ୍‌ ଜିତି ବୋଲି˚ ନେଇଥିଲେ। ଦଳରେ ନିୟମିତ ସ୍ପିନରଙ୍କ ପରିବର୍ତ୍ତେ ଚତୁର୍ଥ ଦ୍ରୁତ ବୋଲର ଭାବେ ନବାଗତ ଆଶିଷ ରାଏଙ୍କୁ ପଦାର୍ପଣ ସୁଯୋଗ ମିଳିଥିଲା। ଅଧିନାୟକଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ବସନ୍ତ ମହାନ୍ତିଙ୍କ ନେତୃତ୍ବାଧିନ ବୋଲି˚ବାହୀନି ଓଡ଼ିଶାକୁ ପ୍ରାରମ୍ଭିକ ସଫଳତା ଦେଇଥିଲା। ପଞ୍ଚମ ଓଭରରେ ସୁମିରନ୍‌ ଅମୋନକର (୪)ଙ୍କୁ ବସନ୍ତ ଆଉଟ କରିଥିଲା ବେଳେ ଅମୋଘ ଦେଶାଇ (୧୩) ଓ ସୂୟା˚ଶ ପ୍ରଭୂଦେଶାଇ (୧୯) ରକ୍ଷଣାତ୍ମକ ଖେଳିଥିଲେ। ମନ୍ଥର ଖେଳୁଥିଲେ ମଧ୍ୟ ୨୧ତମ ଓଭରରେ ରାଜେଶ ମହାନ୍ତି ଏହି ଯୋଡ଼ି ଭାଙ୍ଗିଥିଲେ। ମଧ୍ୟକ୍ରମରେ ଅଧିନାୟକ ସ୍ନେହାଲ କୌଥାଙ୍କର (୧୨), ଦର୍ଶନ ମିଶାଲ (୦)ଙ୍କୁ ବସନ୍ତ ଶିକାର କରିଥିଲେ। ପଦାର୍ପଣ ଖେଳାଳି ଆଶିଷଙ୍କ ଭାଗକୁ ଶୁଭମ ର˚ଜାନେ (୬)ଙ୍କ ଵିକେଟ୍‌ ଆସିଥିଲା। ବିପର୍ଯ୍ୟୟ ସ୍ଥିତିରେ ଷଷ୍ଠ ସ୍ଥାନରେ ଖେଳୁଥିବା ଏକନାଥ କେର୍କର ଦଳର ଦାୟିତ୍ବ ନିଜ କାନ୍ଧକୁ ନେଇଥିଲେ। ଏହାମଧ୍ୟରେ ୪୮ତମ ଓଭରରେ ଅଭିଷେକ ରାଉତଙ୍କ ପାଇଁ ହ୍ୟାଟ୍ରିକ ଵିକେଟ ସୁଯୋଗ ସୃଷ୍ଟି ହୋଇଥିଲା। ସେହି ଓଭରର ଚତୁର୍ଥ ବଲରେ ଲକ୍ଷ୍ୟ ଗର୍ଗ (୨)ଙ୍କ ଵିକେଟ ନେବା ପରେ ପଞ୍ଚମ ବଲ୍‌ରେ ଅମିତ ଯାଦବଙ୍କୁ ରାଜେଶ ଧୂପରଙ୍କ ହାତରେ କ୍ୟାଚ କରାଇଥିଲେ। ତେବେ ଶେଷ ବଲ୍‌କୁ ଅମୂଲ୍ୟ ପାଣ୍ତେରକର ରୋକିବାରେ ସଫଳ ହୋଇଥିଲେ। କିନ୍ତୁ ଶେଷ ପର୍ଯ୍ୟନ୍ତ ଗୋଟିଏ ପଟରୁ ସ˚ଘର୍ଷ କରି ଏକନାଥ ଅର୍ଧଶତକ ଅର୍ଜନ କରିଥିଲେ। ସେ ୭୬ ରନ୍‌ କରି ଶେଷ ଖେଳାଳି ଭାବେ ଆଉଟ ହୋଇଥିଲେ।

ଆଶିଷ ରାଏ

ଜବାବରେ ଓଡ଼ିଶା ପାଇଁ ଶାନ୍ତନୁ ମିଶ୍ର ଓ ଅନୁରାଗ ଷଡ଼ଙ୍ଗୀ ପାଳି ଆରମ୍ଭ କରିଥିଲେ। ଚତୁର୍ଥ ଓଭରରେ ଅନୁରାଗ (୧)ଙ୍କ ରୂପରେ ଓଡ଼ିଶାକୁ ପ୍ରଥମ ଝଟ୍‌କା ଲାଗିଥିଲା। ଦୁଇ ବଲ୍‌ ବ୍ୟବଧାନ ପରେ ସନ୍ଦୀପ ପଟ୍ଟନାୟକ ଖାତା ଖୋଲିବା ଆଗରୁ ଲକ୍ଷ୍ୟ ଗର୍ଗଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଶାନ୍ତନୁଙ୍କ ସହ ଶୁଭ୍ରା˚ଶୁ ଆଉ କୌଣସି କ୍ଷତି ଘଟିବାକୁ ନଦେଇ ପ୍ରଥମ ଦିନ ପାର‌୍‌ କରାଇନେବାକୁ ଚେଷ୍ଟା କରୁଥିଲା ବେଳେ ଏଥିରେ ଉଭୟ ବିଫଳ ହୋଇଥିଲେ। ୧୪ତମ ଓଭରର ଦ୍ବିତୀୟ ବଲ୍‌ରେ ଶୁଭମ୍‌ ର˚ଜାନେଙ୍କ ବଲ୍‌ରେ ଶାନ୍ତନୁ (୬) ଵିକେଟ୍‌ ହରାଇଥିଲେ। ତେବେ ଏହାପରେ ଖରାପ ଆଲୋକ ପାଇଁ ମ୍ୟାଚକୁ ଏହିଠାରେ ରୋକାଯାଇଥିଲା।

ସ˚କ୍ଷିପ୍ତ ସ୍କୋର: ଗୋଆ ପ୍ରଥମ ପାଳି ୬୪ ଓଭରରେ ୧୮୧/୧୦ (ଏକନାଥ କେର୍କର ୭୬, ବସନ୍ତ ମହାନ୍ତି ୩/୨୭, ଅଭିଷେକ ରାଉତ ୨/୨୦, ରାଜେଶ ମହାନ୍ତି ୧/୪୮, ଆଶିଷ ରାଏ ୧/୪୪, ଦେବବ୍ରତ ପ୍ରଧାନ ୧/୨୮)। ଓଡ଼ିଶା ପ୍ରଥମ ପାଳି ୧୩.୨ ଓଭରରେ ୨୩/୩ (ଶାନ୍ତନୁ ମିଶ୍ର ୬, ଅନୁରାଗ ଷଡ଼ଙ୍ଗୀ ୧, ଶୁଭ୍ରା˚ଶୁ ସେନାପତି ୧୪*, ଲକ୍ଷ୍ୟ ଗର୍ଗ ୨/୯, ଶୁଭମ ରଞ୍ଜାନେ ୧/୨)।

ରହାଣେଙ୍କ ଶତକ

ଅହମଦାବାଦ : ଟେଷ୍ଟ୍‌ କ୍ରିକେଟ୍‌ରେ ଫର୍ମକୁ ଫେରିବାକୁ ସଂଘର୍ଷ କରୁଥିବା ଭାରତୀୟ ବ୍ୟାଟର୍‌ ଅଜିଙ୍କ୍ୟ ରାହାଣେ ଗୁରୁବାରଠୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫିରେ ଶତକ ହାସଲ କରି ଲୟକୁ ଫେରିଛନ୍ତି। ସୌରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ରେ ତାଙ୍କ ଶତକ ବଳରେ ମୁମ୍ବାଇ ପ୍ରଥମ ଦିନର ଷ୍ଟମ୍ପ୍‌ ଅପସାରଣ ବେଳକୁ ୨୬୩/୩ କରିଛି। ଏଲିଟ୍‌ ଗ୍ରୁପ୍‌-ଡି’ର ଏହି ମ୍ୟାଚ୍‌ରେ ଟସ୍‌ ଜିତି ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ୨୩ ରନ୍‌ରେ ୩ ୱିକେଟ୍‌ ହରାଇବା ପରେ ସର୍ଫରାଜ ଖାନ୍‌ (୧୨୧*, ୨୧୯ ବଲ୍‌) ଏବଂ ରାହାଣେ (୧୦୮*, ୨୫୦ ବଲ୍‌) ଅପରାଜିତ ଶତକ ଅର୍ଜନ କରି ପାଳି ସମ୍ଭାଳି ନେଇଥିଲେ। ନିକଟରେ ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାରେ ୩୩ ବର୍ଷୀୟ ରାହାଣେ ୬ ପାଳିରେ ୧୩୬ ରନ୍‌ କରିଥିଲେ। ଫଳରେ ବ୍ୟାଟିଂକୁ ନେଇ ସମାଲୋଚିତ ହୋଇଥିଲେ। ରଣଜୀରେ ଶତକ ଅର୍ଜନ କରିବା ପରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ତାଙ୍କ ମନୋବଳ ଦୃଢ଼ ‌ହୋଇଛି।

ପଦାର୍ପଣରେ ଧୂଲ୍‌ଙ୍କ ଶତକ: ସଚିନ୍‌, ରୋହିତଙ୍କ କ୍ଲବ୍‌ରେ ସାମିଲ

ଗୌହାଟୀ : ନିକଟରେ ଭାରତୀୟ ୧୯ ବର୍ଷରୁ କମ୍‌ ଦଳକୁ ‌କୀର୍ତ୍ତିମାନଭରା ପଞ୍ଚମ ଥର ପାଇଁ ବିଶ୍ବ ବିଜେତା କରାଇଥିବା ଦିଲ୍ଲୀ ବ୍ୟାଟର୍‌ ୟାଶ୍‌ ଧୂଲ୍‌ ଚଳିତ ବର୍ଷ ରଣଜୀ ଟ୍ରଫିରେ ପଦାର୍ପଣ କରିଛନ୍ତି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ଚଳିତ ରଣଜୀ ଋତୁର ପ୍ରଥମ ମୁକାବିଲାରେ ଧୂଲ୍‌ ତାମିଲନାଡୁ ବିପକ୍ଷରେ ଚିତାକର୍ଷକ ଶତକ ଜମାଇଛନ୍ତି। ୧୯ ବର୍ଷରୁ କମ୍‌ ଦଳର ଏହି ଅଧିନାୟକ ଏଥିସହିତ ପ୍ରଥମ ‌ଶ୍ରେଣୀ କ୍ରିକେଟ୍‌ ପଦାର୍ପଣରେ ଶତକ ହାସଲ କରିବାରେ କିଂବଦନ୍ତି କ୍ରିକେଟର୍‌ ସଚିନ୍‌ ତେନ୍ଦୁଲକର, ଏବର ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା, ଅମୋଲ ମଜୁମଦାରଙ୍କ କ୍ଲବ୍‌ରେ ନିଜ ନାମକୁ ଯୋଡ଼ିଛନ୍ତି। ଅନ୍ୟ ଏକ ପରିସଂଖ୍ୟାନ ଅନୁଯାୟୀ ଶେଷ ୫ ଜଣ ଭାରତ ୧୯ ବର୍ଷରୁ କମ୍‌ ଦଳର ଅଧିନାୟକଙ୍କ ମଧ୍ୟରୁ ଚତୁର୍ଥ ଭାବେ ଧୂଲ୍‌ ପ୍ରଥମ ଶ୍ରେଣୀ ପଦାର୍ପଣରେ ଶତକ ଜମାଇବାର ଗୌରବ ବହନ କରିଛନ୍ତି। ଧୂଲ୍‌ଙ୍କ ପୂର୍ବରୁ ୧୯ ବର୍ଷରୁ କମ୍‌ ଅଧିନାୟକ ଭାବେ ବିଜୟ ଜୋଲ୍‌ (୧୧୦ ବନାମ ନ୍ୟୁଜିଲାଣ୍ଡ୍‌-ଏ, ୨୦୧୩), ପୃଥ୍ବୀ ସ’ (୧୨୦ ବନାମ ତାମିଲନାଡୁ, ୨୦୧୭), ପ୍ରିୟମ ଗର୍ଗ (୧୧୭ ବନାମ ଗୋଆ, ୨୦୧୮) ପ୍ରଥମ ଶ୍ରେଣୀ ପଦାର୍ପଣରେ ଶତକ ହାସଲ କରିଥିଲେ।

 

ସମ୍ବନ୍ଧିତ ଖବର