ରଣଜୀ ଟ୍ରଫି: ଚିରାଗଙ୍କ ଦ୍ବିଶତକ; ସୌରାଷ୍ଟ୍ର ୫୦୧, ଫଲୋଅନ୍‌ ଆଶଙ୍କାରେ ଓଡ଼ିଶା

କଟକ : ଅହମଦାବାଦ ରଣଜୀ ଟ୍ରଫିର ଦ୍ବିତୀୟ ଦିନ ସୁଦ୍ଧା ଓଡ଼ିଶା ଫଲୋଅନ୍‌ ଆଶଙ୍କାରେ ପଡ଼ିଯାଇଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମ (ବି)ରେ ଚାଲିଥିବା ମ୍ୟାଚ୍‌ର ଦ୍ବିତୀୟ ଦିନରେ ବି ଓଡ଼ିଶା ବୋଲରମାନେ ସେତେଟା ପ୍ରଭାବୀ ହୋଇପାରିନଥିଲା ବେଳେ ସୌରାଷ୍ଟ୍ରର ଚିରାଗ ଜାନି ଦ୍ବିଶତକ ଅର୍ଜନ କରିଥିଲେ। ପ୍ରଥମ ପାଳିରେ ଦଳ ୫୦୧ ରନ୍‌ କରି ସମସ୍ତ ଵିକେଟ ହରାଇବା ପରେ ଓଡ଼ିଶା ପାଳି ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଓଡ଼ିଶା ୨୬ ଓଭର ବ୍ୟାଟି˚ କରିଥିଲେ ମଧ୍ୟ ୫୨ ରନ୍‌ରେ ପ୍ରଥମ ୩ ଵିକେଟ ହରାଇସାରିଛି। ଅନୁରାଗ ଷଡ଼ଙ୍ଗୀ ୧୯, ଶାନ୍ତନୁ ମିଶ୍ର ୪, ଦେବାଶିଷ ସାମନ୍ତରାୟ ୨୦ ରନ୍‌ କରି ଆଉଟ ହୋଇଛନ୍ତି। ଅଧିନାୟକ ଶୁଭ୍ରା˚ଶୁଙ୍କ ସହ ନାଇଟ୍‌ ଵାଚ୍‌ମ୍ୟାନ ବସନ୍ତ ମହାନ୍ତି କ୍ରିଜ୍‌ରେ ରହିଛନ୍ତି।

ସୌରାଷ୍ଟ୍ର ଦ୍ବିତୀୟ ଦିନରେ ୩୨୫/୪ରୁ ଖେଳିବା ଆରମ୍ଭ କରିଥିଲା। ଶତକ ଅର୍ଜନକାରୀ ଚିରାଗ ଓ ଅର୍ଧଶତକ କରିଥିବା ଭାସବଡ଼ାଙ୍କ ଯୋଡ଼ି ଦ୍ବିତୀୟ ଦିନରେ ଶୀଘ୍ର ଭାଙ୍ଗିଯାଇଥିଲା। ଭାସବଡ଼ା ୬୧ ରନ୍‌ କରିଥିଲା ବେଳେ ଶୁଭ୍ରା˚ଶୁ ସେନାପତି ତାଙ୍କୁ ଆଉଟ କରିଥିଲେ। ପରେ ପ୍ରତୀକ ମଙ୍କଡ଼ (୧୩), ଜୟଦେବ ଉନାଦକଟ (୮), ଧର୍ମେନ୍ଦ୍ରସି˚ହ ଜାଦେଜା (୦)ଙ୍କୁ ଅଳ୍ପ ରନ୍‌ ବ୍ୟବଧାନରେ ଯଥାକ୍ରମେ ବସନ୍ତ ମହାନ୍ତି, ଜୟନ୍ତ ବେହେରା ଓ ରାଜେଶ ମହାନ୍ତି ଆଉଟ କରିଥିଲେ। ଏହାପରେ ଚିରାଗ ଦ୍ବିଶତକ ଅର୍ଜନ କରିବା ସହିତ କମଳେଶ ମାକଭାନାଙ୍କ ସହ ୮୯ ରନ୍‌ର ଭାଗୀଦାରି କରିଥିଲେ। ଚିରାଗ ୨୩୫ (୩୭୩ ବଲ୍‌, ୩୩ ଚୌକା, ୪ ଛକା) ରନ୍‌ କରିଥିଲା ବେଳେ ଅଭିଷେକ ରାଉତ ତାଙ୍କୁ ଆଉଟ କରିଥିଲେ। ଏହାପରେ କମଳେଶଙ୍କୁ ଜୟନ୍ତ ଚତୁର୍ଥ ଶିକାର କରି ସୌରାଷ୍ଟ୍ର ପାଳି ଶେଷ କରିଥିଲେ।

ସ˚କ୍ଷିପ୍ତ ସ୍କୋର: ସୌରାଷ୍ଟ୍ର ପ୍ରଥମ ପାଳି ୧୪୪.୩ ଓଭରରେ ୫୦୧ (ଚିରାଗ ଜାନି ୨୩୫, ସେଲଡନ ଜାକସନ୍‌ ୭୫, ଅର୍ପିତ ଭାସବଡ଼ା ୬୧, ବସନ୍ତ ମହାନ୍ତି ୨/୮୨, ରାଜେଶ ମହାନ୍ତି ୧/୧୦୨, ଜୟନ୍ତ ବେହେରା ୪/୧୪୮, ଅଭିଷେକ ରାଉତ ୧/୫୨, ଶୁଭ୍ରା˚ଶୁ ସେନାପତି ୧/୨୪)।

ବେଙ୍ଗଲ ଆଗୁଆ
ବାରବାଟୀ ଷ୍ଟାଡିୟମରେ ଚାଲିଥିବା ରଣଜୀ ମ୍ୟାଚ୍‌ରେ ହାଇଦ୍ରାବାଦ ବିପକ୍ଷରେ ବେଙ୍ଗଲ ପ୍ରଥମ ପାଳି ଅଗ୍ରଣୀ ପାଇଛି। ବେଙ୍ଗଲର ପ୍ରଥମ ପାଳିରେ ୨୪୨ ରନ୍‌ କରିବା ପରେ ହାଇଦ୍ରାବାଦକୁ ୨୦୫ ରନ୍‌ରେ ରୋକି ଦେଇଥିଲା। ରବି ତେଜା ୮୧ ଓ ତନୟ ତ୍ୟାଗରାଜନ ୫୨ଙ୍କ ଅର୍ଦ୍ଧଶତକ ମଧ୍ୟ ଦଳକୁ ଅଗ୍ରଣୀ ଦେବାର ବିଫଳ ହୋଇଥିଲା। ବେଙ୍ଗଲର ସଫଳ ବୋଲର ଭାବେ ମୁକେଶ କୁମାର ୪ ଵିକେଟ ନେଇଥିଲେ। ପରେ ବେଙ୍ଗଲ ଦ୍ବିତୀୟ ପାଳିରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ୧ ଵିକେଟ ବନିମୟରେ ୧୬ ରନ୍‌ କରିଛି।

ବରୋଦାକୁ ପାଳି ଅଗ୍ରଣୀ
ବିକାଶ ପଡ଼ିଆରେ ଚଣ୍ତିଗଡ଼ର ୧୬୮ ରନ୍‌ ଜବାବରେ ବରୋଦା ପ୍ରଥମ ପାଳିରେ ୩୯୮/୭ କରି ୨୩୦ ରନ୍‌ର ଅଗ୍ରଣୀ ହାସଲ କରିନେଇଛି। ଜ୍ୟୋତ୍‌ସ୍ନିଲ ସି˚ହ ୯୬, ପ୍ରତ୍ୟୁଷ କୁମାର ୪୩, ବିଷ୍ଣୁ ସୋଲାଙ୍କି ୧୦୩* ରନ୍‌ କରିଥିଲେ। ଚଣ୍ତିଗଡ଼ର ଜଗଜିତ ସି˚ହ ୩, ଗୁରିନ୍ଦର ସି˚ହ ୨, ରାଜ ବାଵା ୧ ଵିକେଟ ନେଇଛନ୍ତି।

ତାମିଲନାଡୁ ଯାଆଁଳା ଭାଇଙ୍କ ବିରଳ କୀର୍ତ୍ତିମାନ
ତାମିଲନାଡୁ ରଣଜୀ ଦଳରେ ଯାଆଁଳା ଭାଇ ବାବା ଇନ୍ଦ୍ରଜିତ ଓ ବାବା ଅପରାଜିତ ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପ୍ରଥମ ଭାଇ ଯୋଡ଼ି ଭାବେ ଗୋଟିଏ ଦଳ ବିପକ୍ଷରେ ଉଭୟ ଶତକ ଅର୍ଜନ କରିଛନ୍ତି। ଗୁଆହାଟୀରେ ଚାଲିଥିବା ଏଲିଟ୍‌ ଗ୍ରୁପ୍‌ ଏଚ୍‌’ରେ ଛତିଶଗଡ଼ ବିପକ୍ଷରେ ଏହି ଦୁଇଭାଇ ଶତକ ଅର୍ଜନ କରିଥିଲେ। ଗୁରୁବାର ପ୍ରଥମ ଦିନରେ ଇନ୍ଦ୍ରଜିତ (୧୨୭ ରନ୍‌) ୧୧ତମ ଶତକ ଅର୍ଜନ କରିଥିଲା ବେଳେ ବାବା ଅପରାଜିତ (୧୬୬ ରନ୍‌) ଦ୍ବିତୀୟ ଦିନରେ ୧୦ମ ଶତକ ପୂରଣ କରିଥିଲେ। ଦୁଇ ଭାଇ ମଧ୍ୟ ୨୦୫ ରନ୍‌ର ଭାଗୀଦାରି ଗଢ଼ିଥିଲେ। ଫଳରେ ତାମିଲନାଡୁ ପ୍ରଥମ ପାଳିରେ ୯ ଵିକେଟ ବିନିମୟରେ ୪୭୦ ରନ୍‌ କରି ପାଳି ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର