ରଣଜୀ ଟ୍ରଫି ଏଲିଟ୍‌ ଏ’ ଗ୍ରୁପ୍‌ରେ ଓଡ଼ିଶା

ଓଡ଼ିଶାରେ ୩ ମ୍ୟାଚ୍‌

ଭୁବନେଶ୍ବର : ବିସିସିଆଇର ଚଳିତ ଘରୋଇ କ୍ରିକେଟ ଋତୁର ରଣଜୀ ଟ୍ରଫିରେ ଓଡ଼ିଶା ଏଥର ସହଜ ଗ୍ରୁପ୍‌ରେ ସ୍ଥାନ ପାଇଛି। ଏଲିଟ୍‌ ଗ୍ରୁପ୍‌ ଏ’ରେ ବେଙ୍ଗଲ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିଆଣା, ହିମାଚଳ ପ୍ରଦେଶ, ବରୋଦା ଓ ନାଗାଲାଣ୍ଡ ସହିତ ଓଡ଼ିଶା ରହିଛି। ଓଡ଼ିଶାର ପ୍ରଥମ ମୁକାବିଲା ଡିସେମ୍ବର ୧୩ ତାରିଖରୁ ବରୋଦା ବିପକ୍ଷରେ ଓଡ଼ିଶାରେ ଖେଳାଯିବ। ଏହାପରେ ୨୦ ତାରିଖରେ ଉତ୍ତରାଖଣ୍ଡ, ୨୭ରେ ହରିଆଣା, ଜାନୁଆରି ୩ରେ ନାଗାଲାଣ୍ଡ, ୧୦ରେ ହିମାଚଳ ପ୍ରଦେଶ, ୧୭ରେ ଉତ୍ତରପ୍ରଦେଶ, ୨୪ରେ ବେଙ୍ଗଲ ବିପକ୍ଷରେ ଖେଳିବ। ବରୋଦା ବ୍ୟତୀତ ହରିଆଣା ଓ ନାଗାଲାଣ୍ଡ ବିପକ୍ଷ ମ୍ୟାଚ୍‌ ମଧ୍ୟ ଓଡ଼ିଶାରେ ଅନୁଷ୍ଠିତ ହେବ ବୋଲି ବିସିସିଆଇ ପ୍ରକାଶ କରିଥିବା ସୂଚୀରୁ ସ୍ପଷ୍ଟ ହୋଇଛି।

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରୁ ଓଡ଼ିଶା ବରିଷ୍ଠ ଦଳ ଘରୋଇ ଅଭିଯାନ ଆରମ୍ଭ କରିବ। ଏଥିରେ ଗ୍ରୁପ୍‌ ଇ’ରେ ସ୍ଥାନ ପାଇଥିବା ଓଡ଼ିଶା ଅକ୍ଟୋବର ୧୧ରେ ଆସାମ, ୧୨ରେ ତାମିଲନାଡୁ, ୧୪ରେ ବେଙ୍ଗଲ, ୧୬ରେ ଚଣ୍ଡିଗଡ଼, ୨୦ରେ ଝାଡ଼ଖଣ୍ଡ‌ ଓ ୨୨ରେ ଛତିଶଗଡ଼ ବିପକ୍ଷରେ ଖେଳିବ। ସମସ୍ତ ମ୍ୟାଚ୍‌ ଲକ୍ଷ୍ନୌରେ ଖେଳାଯିବ। ଏହାବାଦ୍‌ ବିଜୟ ହଜାରେ ଟ୍ରଫିର ଗ୍ରୁପ୍‌ ଡି’ରେ ଓଡ଼ିଶା ଖେଳିବ। ନଭେମ୍ବର ୧୨ ତାରିଖରେ ଉତ୍ତରାଖଣ୍ଡ, ୧୩ରେ ନାଗାଲାଣ୍ଡ, ୧୫ରେ ମଧ୍ୟପ୍ରଦେଶ, ୧୭ରେ ବରୋଦା, ୧୯ରେ ଜମ୍ମୁ କାଶ୍ମୀର, ୨୧ରେ ପଞ୍ଜାବ ବିପକ୍ଷରେ ଓଡ଼ିଶା ମ୍ୟାଚ୍‌ ଖେଳିବାକୁ ଧାର୍ଯ୍ୟ ହୋଇଛି। ମ୍ୟାଚ୍‌ଗୁଡ଼ିକ ମୁମ୍ବାଇରେ ଖେଳାଯିବ।

ବରିଷ୍ଠ ମହିଳା ଦିନିକିଆର ଗ୍ରୁପ୍‌ ଏ’ରେ ରେଳବାଇ, କେରଳ, ସୌରାଷ୍ଟ୍ର, ଝାଡ଼ଖଣ୍ଡ, ଜମ୍ମୁ କାଶ୍ମୀର, ମିଜୋରାମ, ସିକିମ୍‌ ସହିତ ଓଡ଼ିଶା ସ୍ଥାନ ପାଇଥିଲା ବେଳେ ଜାନୁଆରି ୧୮ରୁ ୨୯ ତାରିଖ ପର୍ଯ୍ୟନ୍ତ ପୁଡୁଚେରୀରେ ମ୍ୟାଚ୍‌ ଖେଳାଯିବ। ସେହିପରି ବରିଷ୍ଠ ମହିଳା ଟ୍ବେଣ୍ଟି-୨୦ରେ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତ୍ରିପୁରା, ହାଇଦ୍ରାବାଦ, ନାଗାଲାଣ୍ଡ, ମେଘାଳୟ, ମିଜୋରାମ ବିପକ୍ଷରେ ଓଡ଼ିଶା ଗ୍ରୁପ୍‌ ଏ’ରେ ଖେଳିବ। ଏହି ସମସ୍ତ ମ୍ୟାଚ୍‌ ଅକ୍ଟୋବର ୧୧ରୁ ୨୨ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ‌ଖେଳାଯିବ। ସି.କେ. ନାୟୁଡୁ ଟ୍ରଫିରେ ଓଡ଼ିଶା ଜାନୁଆରି ୧ ତାରିଖରେ କର୍ଣ୍ଣାଟକ, ୮ରେ ବିଦର୍ଭ, ୧୫ରେ ହିମାଚଳ ପ୍ରଦେଶ, ୨୨ରେ ବରୋଦା, ୨୯ରେ ହରିଆଣା, ଫେବ୍ରୁଆରି ୫ରେ ମେଘାଳୟ ବିପକ୍ଷରେ ଖେଳିବ। ୨୫ ବର୍ଷରୁ କମ୍‌ ଦିନିକିଆରେ ଓଡ଼ିଶା ନ‌ଭେମ୍ବର ୨୦ରେ ମୁମ୍ବାଇ, ୨୧ରେ ବିଦର୍ଭ, ୨୩ରେ ମଣିପୁର, ୨୫ରେ ସିକିମ, ୨୭ରେ ଜାମ୍ମୁ କାଶ୍ମୀର, ୨୯ରେ ଛତିଶଗଡ଼, ଡିସେମ୍ବର ୧ରେ ରାଜସ୍ଥାନ ସହିତ ରାଜକୋଟରେ ଖେଳିବ।

ବିନୁମଙ୍କଡ଼ ଟ୍ରଫିରେ ଓଡ଼ିଶା ପୁଣେରେ ଅକ୍ଟୋବର ୭ରେ ମେଘାଳୟ, ୮ରେ ବିଦର୍ଭ, ୧୦ରେ ରାଜସ୍ଥାନ, ୧୨ରେ ତ୍ରିପୁରା, ୧୪ରେ ଗୋଆ ସହିତ ଖେଳିବାକୁ ଥିବାବେଳେ ୧୬ ବର୍ଷରୁ କମ୍‌ କୁଚ୍‌ବେହାର ଟ୍ରଫିରେ ଓଡ଼ିଶା ଗ୍ରୁପ୍‌ ସି’ରେ ହରିଆଣା, ଆନ୍ଧ୍ରପ୍ରଦେଶ, ବିଦର୍ଭ, ବିହାର ଓ ମଣିପୁର ସହିତ ସ୍ଥାନ ପାଇଛି। ଏହାର ଲିଗ୍‌ ପର୍ଯ୍ୟାୟ ନଭେମ୍ବର ୫ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ଗ୍ରୁପ୍‌ ଏଫ୍‌’ରେ ଓଡ଼ିଶା ସହିତ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆସାମ, ସିକିମ, ତ୍ରିପୁରା ସାମିଲ ହୋଇଛନ୍ତି। ଏହାର ଲିଗ୍‌ ମ୍ୟାଚ୍‌ଗୁଡ଼ିକ ସୁରତ୍‌ରେ ଡିସେମ୍ବର ୧ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୧୯ ବର୍ଷରୁ କମ୍‌ ମହିଳା ଦିନିକିଆରେ ଓଡ଼ିଶା ଡିସେମ୍ବର ୭ରେ ସିକିମ, ୮ରେ ମିଜୋରାମ, ୧୦ରେ ମୁମ୍ବାଇ, ୧୨ରେ ବେଙ୍ଗଲ, ୧୪ରେ ଚଣ୍ଡିଗଡ଼ ବିପକ୍ଷରେ ଇନ୍ଦୋରରେ ମ୍ୟାଚ୍‌ ଖେଳିବାକୁ ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର