ରଣଜୀ ଟ୍ରଫି, ବସନ୍ତଙ୍କୁ ୫ ଵିକେଟ୍‌, ଝାଡ଼ଖଣ୍ତ ୧୭୨ଓଡ଼ିଶା ୨୭/୩

କଟକ: ବସନ୍ତ ମହାନ୍ତିଙ୍କ ୧୯ତମ ପ୍ରଥମ ଶ୍ରେଣୀ ୫ ଵିକେଟ୍‌ ସଫଳତା ବଳରେ ରାଞ୍ଚିରେ ଆରମ୍ଭ ହୋଇଥିବା ରଣଜୀ ଟ୍ରଫିରେ ଓଡ଼ିଶା ଘରୋଇ ଝାଡ଼ଖଣ୍ତର ପ୍ରଥମ ପାଳିକୁ ୧୭୨ ରନ୍‌ରେ ରୋକିପାରିଛି। ଏହାସତ୍ତ୍ବେ ପୁଣି ଥରେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଓଡ଼ିଶା ୧୩ ଓଭରରେ ୩ ଵିକେଟ ହରାଇ ୨୭ ରନ୍‌ କରିଛି। ଅନୁରାଗ ଷଡ଼ଙ୍ଗୀ (୯) ଓ ବିପ୍ଲବ ସାମନ୍ତରାୟ (୧୦) ପାଳି ସଜାଡ଼ିବାରେ ଲାଗିଛନ୍ତି। ରାଜେଶ ଧୂପର (୦) ଓ ଗୋବିନ୍ଦ ପୋଦ୍ଦାର (୪)ଙ୍କୁ ବରୁନ ଆରୋନ୍‌ ଆଉଟ କରିଥିଲା ବେଳେ ଶୁଭ୍ରା˚ଶୁ ସେନାପତି ଖାତା ଖୋଲିବା ଆଗରୁ ରନ୍‌ ଆଉଟ ହୋଇଯାଇଥିଲେ। ଫଳରେ ହାତରେ ୭ ୱିକେଟ୍‌ ଥାଇ ଓଡ଼ିଶା ଏବେ ବି ଝାଡ଼ଖଣ୍ଡ ପ୍ରଥମ ପାଳିଠୁ ୧୪୫ ରନ୍‌ ପଛରେ ରହିଛି।

ଏଥିପୂର୍ବରୁ ରାଞ୍ଚିର ବୋଲି˚ ଅନୁକୁଳ ପିଚ୍‌ରେ ଟସ୍‌ ଜିତି ବିପ୍ଲବ କ୍ଷେତ୍ରରକ୍ଷଣ ପାଇଁ ନିଷ୍ପତ୍ତି ନେଇଥିଲେ। ଦେବବ୍ରତ ପ୍ରଧାନଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ଧୀରାଜ ସି˚ହଙ୍କୁ ଏହି ମ୍ୟାଚ୍‌ରେ ସୁଯୋଗ ଦିଆଯାଇଛି। ଆରମ୍ଭରୁ ବସନ୍ତ ମହାନ୍ତି ଓ ରାଜେଶ ମହାନ୍ତି ଝାଡ଼ଖଣ୍ତର ପ୍ରାରମ୍ଭିକ ଖେଳାଳିଙ୍କୁ ହାତ ଖୋଲିବାକୁ ମୌକା ଦେଇନଥିଲେ। ତଥାପି କୁମାର ଦେଓବ୍ରତ ଓ ମହମ୍ମଦ ନିଜାମ୍‌ ଧୀମା ଖେଳି ଅର୍ଧଶତକୀୟ ଭାଗୀଦାରି କରିଥିଲେ। ବସନ୍ତ ମହାନ୍ତି ଦେଓବ୍ରତ (୨୯)ଙ୍କୁ ଆଉଟ୍‌ କରି ପ୍ରଥମ ସଫଳତା ଦେଇଥିଲେ। ପଛକୁ ପଛ ନିଜାମ (୨୩) ବସନ୍ତଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ମଧ୍ୟକ୍ରମରେ ଉତ୍କର୍ଷ ସି˚ହ (୨୧) ଓ ଇଶାଙ୍କ ଜାଗି (୩୪) କିଛି ସମୟ ପାଇଁ ପାଳି ସମ୍ଭାଳିଥିଲେ ବି ବେଶି ସମୟ ତିଷ୍ଠି ନଥିଲେ। ନିୟମିତ ଅନ୍ତରାଳରେ ଵିକେଟ ହରାଇ ୭୧.୧ ଓଭରରେ ଝାଡ଼ଖଣ୍ତ ପାଳି ଶେଷ ହୋଇଯାଇଥିଲା। ବିଶେଷକରି ଏକ ସମୟରେ ୧୪୧ ରନ୍‌ରେ ୪ ୱିକେଟ୍‌ ହରାଇଥିବା ଝାଡ଼ଖଣ୍ଡ ଏହାପରେ ୬ ରନ୍‌ ମଧ୍ୟରେ ୪ ଏବଂ ୩୧ ରନ୍‌ରେ ୬ ୱିକେଟ୍‌ ହରାଇ ୨୦୦ ରନ୍‌ ତଳେ ଅଟକି ଯାଇଥିଲ। ବସନ୍ତ ୪୪ ରନ୍‌ ବ୍ୟୟ କରି ୫ ଵିକେଟ୍‌ ଅକ୍ତିଆର କରିଥିଲା ବେଳେ ରାଜେଶ ମହାନ୍ତି ୩, ଧୀରାଜ ସି˚ହ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏଁ ଵିକେଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର