ବିପ୍ଲବଙ୍କ ଅର୍ଧଶତକରେ ଓଡ଼ିଶା ଆଗୁଆ

ରଣଜୀ ଟ୍ରଫି: ତ୍ରିପୁରା ଦ୍ବିତୀୟ ପାଳି ୧୩୦/୫

କଟକ: ପ୍ରଥମ ପାଳିରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଘାତକ ବୋଲି˚ ପରେ ଅଧିନାୟକ ବିପ୍ଲବ ସାମନ୍ତରାୟଙ୍କ ଲଢୁଆ ଅର୍ଧଶତକ ଡ୍ରିମ୍ସ ରଣଜୀ ମ୍ୟାଚ୍‌ରେ ଓଡ଼ିଶା ପାଇଁ ଆଉ ଏକ ସୁଯୋଗ ସୃଷ୍ଟି କରିଛି। ଓଡ଼ିଶା ପ୍ରଥମ ପାଳିରେ ୯୦ ରନ୍‌ର ଅଗ୍ରଣୀ ପାଇଥିଲା ବେଳେ ତ୍ରିପୁରାକୁ ଦ୍ବିତୀୟ ପାଳିରେ ବି ପାଣି ପିଆଇ ସାରିଲେଣି। ଏହି ପାଳିରେ ତ୍ରିପୁରା ୧୩୦ ରନ୍‌ କରିଥିଲେ ବି ୫ ଵିକେଟ୍‌ ହରାଇ ସାରିଛି। ପ୍ରଥମ ପାଳିରେ ୧୨୨ ରନ୍‌ କରିଥିବା ତ୍ରିପୁରା ଏବେ ୪୦ ରନ୍‌ ଆଗରେ ଥିଲା ବେଳେ ଆହୁରି ଦୁଇ ଦିନ ଖେଳ ବାକି ଅଛି। ଡ୍ରିମ୍ସର ସବୁଜ ଵିକେଟ୍‌ରେ ପ୍ରଥମ ଦେଢ଼ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ରହୁଥିବାରୁ ବସନ୍ତ ବାହିନୀ ଏହାର ଫାଇଦା ନେବାକୁ ଚେଷ୍ଟା କରିବେ। ଯଦି ପ୍ରଥମାର୍ଧ ସୁଦ୍ଧା ବଳକା ୫ ଵିକେଟ ଖସିଯାଏ, ତାହେଲେ ଓଡ଼ିଶା ପାଖରେ ମ୍ୟାଚ୍‌ ଜିତିବା ପାଇଁ ଭରପୂର ସୁଯୋଗ ରହିବା ଆଶା କରାଯାଉଛି। ଘରୋଇ ଦଳର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ ବିପ୍ଲବ ସାମନ୍ତରାୟ ଓ ଶୁଭ୍ରା˚ଶୁ ସେନାପତି ଗୁରୁବାର ଆରମ୍ଭରୁ ତ୍ରିପୁରା ବୋଲରଙ୍କୁ ଜଗିରଖି ଖେଳିବାକୁ ଚେଷ୍ଟା କରିଥିଲେ। ଶୁଭ୍ରା˚ଶୁ ଆଉ ୫ ରନ୍‌ କରିବା ପରେ ରାଣା ଦତ୍ତଙ୍କ ଦ୍ବାରା ବୋଲ୍ଡ ହୋଇଯାଇଥିଲେ। ସୁଜିତ ଲେଙ୍କାଙ୍କୁ ଟିକେ ଡେରିରେ ଛଡ଼ାଯିବାକୁ ଯୋଜନା କରାଯାଇଥିବାରୁ ବିପ୍ଲବଙ୍କୁ ଛାଡ଼ିଦେଲେ ଆଉ କେହି ବ୍ୟାଟି˚ ବିଶେଷଜ୍ଞ ନଥିଲେ। ତେଣୁ ବିପ୍ଲବ ଅଧିକ ସମୟ ଷ୍ଟ୍ରାଇକ୍‌ ନିଜ ପାଖରେ ରଖୁଥିଲେ। କିନ୍ତୁ ଅନ୍ୟପଟୁ କୌଣସି ଖେଳାଳି ତାଙ୍କୁ ଅଧିକ ସମୟ ସହଯୋଗ ଦେଇପାରିଲେନି। ଓଡ଼ିଶା ପାଇଁ ପ୍ରଥମ ରଣଜୀ ଖେଳୁଥିବା ଅଭିଷେକ ରାଉତ (୧) ଓ ରାଜେଶ ମହାନ୍ତି (୦) ଶସ୍ତାରେ ଆଉଟ୍‌ ହୋଇଯିବାରୁ ସୁଜିତଙ୍କୁ ପଠାଯାଇଥିଲା। ହେଲେ ସୁଜିତ ମଧ୍ୟ ମାତ୍ର ୪ ରନ୍‌ କରି ପାଭିଲିଅନ୍‌ ଫେରିଥିଲେ। ଦେବବ୍ରତ ପ୍ରଧାନ ୭ ଓ ସୂର୍ଯ୍ୟକାନ୍ତ ପ୍ରଧାନ ଆକ୍ରମଣାତ୍ମକ ଖେଳିବାକୁ ଯାଇ ୧୪ ରନ୍‌ କରିବା ପରେ ନିଜ ନିଜ ଵିକେଟ୍‌ ହରାଇଥିଲେ। ଏଥି ମଧ୍ୟରେ ଅର୍ଧଶତକ ସ˚ଗ୍ରହ କରିସାରିଥିବା ବିପ୍ଲବ ଆକ୍ରମଣ କରିବା ଆରମ୍ଭ କରିସାରିଥିଲେ। ବ୍ୟକ୍ତିଗତ ୮୯ ରନ୍‌ କରିଥିଲା ବେଳେ ଶେଷ ଖେଳାଳି ଭାବେ ସେ ଆଉଟ୍‌ ହୋଇଥିଲେ।

ପ୍ରଥମ ଦିନ ଭଳି ଦ୍ବିତୀୟ ଦିନରେ ପୁଣି ବସନ୍ତ ମହାନ୍ତି ଓଡ଼ିଶାକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ତ୍ରିପୁରା ଶେଷ ପାଳିର ଦ୍ବିତୀୟ ଓଭରରେ ବସନ୍ତ ଉଦିୟାନ ବୋଷଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ। ଵିକେଟ୍‌ ବ୍ୟୟ ନକରିବା ପାଇଁ ବିଶାଲ ଘୋଷ ଓ ନିନାଦ କଦମ ପ୍ରତ୍ୟେକ ବଲ୍‌କୁ ସୁରକ୍ଷିତ ଭାବେ ଵିକେଟ୍‌ ରକ୍ଷକଙ୍କ ହାତକୁ ଛାଡ଼ି ଦେଉଥିଲେ ଓ ମଝିରେ ମଝିରେ ସୁବିଧା ପାଇ ରନ୍‌ ଚୋରାଉଥିଲେ। ପାଖାପାଖି ୧୭ ଓଭର ପର୍ଯ୍ୟନ୍ତ ଉଭୟଙ୍କ ବ୍ୟାଟି˚ରେ ୪୪ ରନ୍‌ ଭାଗୀଦାରି ହୋଇଥିଲା। ଶେଷରେ ରାଜେଶ ମହାନ୍ତି ନିନାଦଙ୍କୁ ଆଉଟ କରି ଯୋଡ଼ି ଭାଙ୍ଗିଥିଲେ। ସମାନ ରଣନୀତି ନେଇ ଆସିଥିବା ସ୍ମିତ୍‌ ପଟେଲ ମଧ୍ୟ ଅନେକ ସମୟ ପର୍ଯ୍ୟନ୍ତ ବୋଲରଙ୍କୁ ନିରାଶ କରିଥିଲେ। କିନ୍ତୁ ପୁଣିଥରେ ରାଜେଶ ନିଜ ଦମ୍‌ ଦେଖାଇ ବିଶାଲ (୪୮) ଓ ସ୍ମିତ୍‌ (୨୯)ଙ୍କୁ ଲଗାତର ଭାବେ ଆଉଟ କରି ଦଳ ପାଇଁ ସୁଯୋଗ ଆଣିଥିଲେ। ପଞ୍ଚମ ସ୍ଥାନରେ ଆସିଥିବା ରାଜେଶ ବଣିକ (୩) ଙ୍କୁ ସୂର୍ଯ୍ୟକାନ୍ତ ଆଉଟ୍‌ କରିଥିଲେ। ଷ୍ଟମ୍ପ୍‌ସ ଅପସାରଣ ବେଳକୁ ପ୍ରତ୍ୟୁଷ ସି˚ହ ୧୮ ଓ ରାଣା ଦତ୍ତ ୧୦ ରନ୍‌ରେ ଅପରାଜିତ ଅଛନ୍ତି।

ସ˚କ୍ଷିପ୍ତ ସ୍କୋର: ତ୍ରିପୁରା ପ୍ରଥମ ପାଳି ୧୨୨। ଓଡ଼ିଶା ପ୍ରଥମ ପାଳି ୨୧୨ (୫୯.୨ ଓଭର), ବିପ୍ଲବ ସାମନ୍ତରାୟ ୮୯, ଶୁଭ୍ରା˚ଶୁ ସେନାପତି ୪୧, ରାଜେଶ ଧୂପର ୩୧, ମଣିଶଙ୍କର ମୁରାସି˚ହ ୩/୩୭, ଅଭିଜିତ୍‌ ସରକାର ୩/୩୩, ଅଜୟ ସରକାର ୨/୬୧। ତ୍ରିପୁରା ଦ୍ବିତୀୟ ପାଳି ୧୩୦/୫ ( ୫୦ ଓଭର), ବିଶାଲ ଘୋଷ ୪୮, ସ୍ମିତ୍‌ ପଟେଲ ୨୯, ପ୍ରତ୍ୟୁ ସି˚ହ ୧୮*, ରାଣା ଦତ୍ତ ୧୦*, ରାଜେଶ ମହାନ୍ତି ୩/୪୨, ବସନ୍ତ ମହାନ୍ତି ୧/୧୫, ସୂର୍ଯ୍ୟକାନ୍ତ ପ୍ରଧାନ ୧/୩୧।

ସମ୍ବନ୍ଧିତ ଖବର