କଟକ: ରଣଜୀ ଟ୍ରଫିର ଲିଗ୍ ପର୍ଯ୍ୟାୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। କିନ୍ତୁ ନକ୍ଆଉଟ ଦୌଡ଼ ଏବେ ବି ନିଶ୍ଚିତ ହୋଇପାରିନାହିଁ। ବିଶେଷକରି ଏଲିଟ୍ ଗ୍ରୁପ୍ ‘ସି’ରେ ଶୀର୍ଷ ଦୁଇ ସ୍ଥାନରେ କିଏ ରହିବ ତାହାକୁ ନେଇ ୫ ଦଳଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଶେଷ ପର୍ଯ୍ୟାୟ ମ୍ୟାଚ୍ ବୁଧବାରଠୁ ଆରମ୍ଭ ହେଉଛି। ୮ ଲେଖାଏଁ ମ୍ୟାଚ୍ ମଧ୍ୟରୁ ଯଦିଓ ଏହି ଗ୍ରୁପ୍ରେ ଜାମ୍ମୁ କାଶ୍ମୀର ଏବେ ୩୯ ପଏଣ୍ଟ ପାଇ ଶୀର୍ଷରେ ରହିଛି ତଥାପି କ୍ବାର୍ଟର ଫାଇନାଲ୍ ଗଣନା ବେଳେ ଏହି ଦଳ ବାଦ୍ ପଡ଼ିବା ସମ୍ଭବନା ବି ରହିଛି। ଜମ୍ମୁ ପଛକୁ ଓଡ଼ିଶା (୩୫), ସର୍ଭିସେସ୍ (୩୩), ହରିଆଣା (୩୦) ଓ ମହାରାଷ୍ଟ୍ର (୨୮) କ୍ବାର୍ଟର ଫାଇନାଲ୍ ଦୌଡ଼ରେ ପଛରେ ପଡ଼ିବାକୁ ଚାହିଁବେନି। ତେଣୁ ପ୍ରତ୍ୟେକ ଦଳ ପାଇଁ ‘କର ବା’ ମର ସ୍ଥିତିରେ ଅଛନ୍ତି। ସେମାନଙ୍କ ଭାଗ୍ୟ ଉପରେ ମଧ୍ୟ କିଛିଟା ନିର୍ଭର କରିବାକୁ ପଡ଼ିବ।
ଜମ୍ମୁ କାଶ୍ମୀର
ଲିଗ୍ର ଶେଷ ମ୍ୟାଚ୍ରେ ଜାମ୍ମୁର ମୁକାବିଲା ହରିଆଣା ସହିତ ହେବ। ଏହି ମ୍ୟାଚ୍ ଜାମ୍ମୁ ଦଳ ଘରେ ଖେଳିବ। ଯଦି ଏହି ମ୍ୟାଚ୍ରେ ଜାମ୍ମୁ ବିଜୟୀ ହୁଏ କିମ୍ବା ପ୍ରଥମ ପାଳି ଅଗ୍ରଣୀ ପାଏ ତାହେଲେ ଦଳ ନକ୍ଆଉଟ ଯୋଗ୍ୟତା ଅର୍ଜନ କରିବ। କିନ୍ତୁ ଯଦି ଜାମ୍ମୁ ପରାଜିତ ହୁଏ ତାହେଲେ ସେଠାରେ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ହେବ। ବିଶେଷକରି ଝାଡ଼ଖଣ୍ତଠୁ ଯଦି ଓଡ଼ିଶା ହାରିଯାଏ କିମ୍ବା ମ୍ୟାଚ୍ ଅମୀମାଂସିତ ରୁହେ ଏବ˚ ଛତିଶଗଡ଼ ବିପକ୍ଷରୁ ସର୍ଭିସେସ୍ ବୋନସ ପଏଣ୍ଟ ବିଜୟ ନପାଏ, ତାହେଲେ ଜାମ୍ମୁ ପାଇଁ ସୁଯୋଗ ରହିବ।
ଓଡ଼ିଶା
ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ଶେଷ ମ୍ୟାଚ୍ରେ ଝାଡ଼ଖଣ୍ତକୁ ଭେଟିବ। ଯଦି ଏହି ମ୍ୟାଚ୍ରେ ଓଡ଼ିଶା ବିଜୟୀ ହୁଏ, ତାହେଲେ ସିଧାସଳଖ କ୍ବାର୍ଟର ଫାଇନାଲ୍ ଖେଳିବ। ମ୍ୟାଚ୍ ଯଦି ଅମୀମା˚ସିତ ରୁହେ ଓ ଓଡ଼ିଶା ପ୍ରଥମ ପାଳି ଅଗ୍ରଣୀ ପାଇଥାଏ, ତାହେଲେ ଛତିଶଗଡ଼ ବିପକ୍ଷରେ ସର୍ଭିସେସ୍ର ପରାଜୟ ଆଶା ରଖିବାକୁ ହେବ। ଅନ୍ୟପକ୍ଷରେ ଯଦି ଓଡ଼ିଶା ମ୍ୟାଚ୍ ହାରିଯାଏ ତାହେଲେ ସର୍ଭିସେସ୍କୁ ମଧ୍ୟ ଛତିଶଗଡ଼ଠୁ ପରାଜିତ ହେଉ କିମ୍ବା ଅମୀମା˚ସିତ ମ୍ୟାଚ୍ରୁ ସର୍ଭିସେସ୍କୁ ପାଳି ଅଗ୍ରଣୀ ନମିଳୁ ବୋଲି ଓଡ଼ିଶାକୁ ଆଶା ରଖିବାକୁ ହେବ।
ସର୍ଭିସେସ୍
ରାୟପୁରରେ ଛତିଶଗଡ଼କୁ ଶେଷ ମ୍ୟାଚ୍ରେ ଭେଟିବାକୁ ଯାଉଥିବାରୁ ସର୍ଭିସେସ୍ ଅନେକ ଆଶଙ୍କା ଭିତରେ ଗତି କରିବ। ଏହି ମ୍ୟାଚ୍ରେ ଯଦି ସର୍ଭିସେସ୍ ବୋନସ ପଏଣ୍ଟ ବିଜୟ ହାସଲ କରେ, ତାହେଲେ ହରିଆଣା ବିପକ୍ଷରୁ ଜମ୍ମୁର ପରାଜୟ ଆଶା ରଖିବାକୁ ହେବ। ଅନ୍ୟପକ୍ଷରେ ବୋନସ ପଏଣ୍ଟ ନପାଇଲେ ବି ଦଳର ନକ୍ଆଉଟ ରାସ୍ତା ଖୋଲିପାରିବ। ଯଦି ଓଡ଼ିଶା ମ୍ୟାଚ୍ରେ ପରାଜିତ ହୁଏ ତାହେଲେ ଦଳର ପଏଣ୍ଟ ୩୯ରେ ପହଞ୍ଚିଯିବ। କେବଳ ଏତିକି ନୁହେଁ, ଯଦି ପ୍ରଥମ ପାଳି ଅଗ୍ରଣୀ ପାଏ ତାହେଲେ ମଧ୍ୟ ନକ୍ଆଉଟ ଆଶା ରହିବ। କିନ୍ତୁ ଏଥିପାଇଁ ଓଡ଼ିଶା ଓ ହରିଆଣା ଉଭୟ ଦଳଙ୍କ ପରାଜୟ ଉପରେ ନିର୍ଭର କରିବାକୁ ହେବ। ଏଭଳିସ୍ଥିତିରେ ଯଦି ଓଡ଼ିଶା ପାଳି ଅଗ୍ରଣୀ ପାଏ ଓ ହରିଆଣା ୬ ପଏଣ୍ଟ ହାସଲ କରେ, ତାହେଲେ ରନ୍ରେଟ୍ ନିର୍ଣ୍ଣାୟକ ହେବ।
ହରିଆଣା
ଜମ୍ମୁ କାଶ୍ମୀର ବିପକ୍ଷରେ ହରିୟାଣା ଶେଷ ମ୍ୟାଚ୍ ଖେଳିବାକୁ ଯାଉଛି। ନିଶ୍ଚିତ ବିଜୟ ସହିତ ଅନ୍ୟ ଦଳଙ୍କ ଫଳାଫଳ ଉପରେ ମଧ୍ୟ ହରିଆଣାକୁ ନିର୍ଭର କରିବାକୁ ହେବ। ଜାମ୍ମୁ ବିପକ୍ଷରେ ବୋନସ ପଏଣ୍ଟ ପାଇବା ସହ ସର୍ଭିସେସ୍ ଓ ଓଡ଼ିଶାର ପରାଜୟ କିମ୍ବା ଓଡ଼ିଶା ପାଳି ଅଗ୍ରଣୀ ନପାଏ ତାହେଲେ ହରିଆଣା ପାଇଁ ସୁଯୋଗ ରହିବ। ଅନ୍ୟପକ୍ଷରେ ହରିଆଣା କେବଳ ପାଳି ଅଗ୍ରଣୀ ପାଇଥିଲେ, ଏଭଳିସ୍ଥିତିରେ ଓଡ଼ିଶା ଓ ସର୍ଭିସେସ୍କୁ ପରାଜିତ ହେବାକୁ ପଡ଼ିବ ଏବ˚ ସମସ୍ତ ଦଳଙ୍କ ରନ୍ରେଟ୍ ନକ୍ଆଉଟ ଯୋଗ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ।
ମହାରାଷ୍ଟ୍ର
ବର୍ତ୍ତମାନ ମହାରାଷ୍ଟ୍ର ୨୮ ପଏଣ୍ଟ ପାଇ ଯେଉଁ ସ୍ଥିତିରେ ରହିଛି, ଏହି ଦଳ ଦ୍ବିତୀୟ ସ୍ଥାନ ପାଇଁ ଆଶା ରଖିବ। ତେଣୁ ବାରମତୀରେ ଉତ୍ତରାଖଣ୍ତ ବିପକ୍ଷରେ ପାଳି ବିଜୟ କିମ୍ବା ୧୦ ଵିକେଟ୍ରେ ବିଜୟୀ ହେଲେ ଏବ˚ ଓଡ଼ିଶା, ସର୍ଭିସେସ୍, ହରିୟାଣାର ପରାଜୟ କିମ୍ବା ସର୍ଭିସେସ୍ ପାଳି ଅଗ୍ରଣୀ ନପାଇଲେ ମହାରାଷ୍ଟ୍ର କ୍ବାର୍ଟର ଫାଇନାଲ୍ ଖେଳିବା ସମ୍ଭାବନା ରହିବ।
ରଣଜୀ ଟ୍ରଫି: ଗ୍ରୁପ୍ ‘ସି’ରୁ କ୍ବାର୍ଟର ଦୌଡ଼ରେ ୫ ଦଳ
ଓଡ଼ିଶାକୁ ବିଜୟ ନଚେତ ସର୍ଭିସେସ୍ର ପରାଜୟ
/sambad/media/post_attachments/wp-content/uploads/2020/02/xf654hf98sh7sf98h7sf98hsfhhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)