ରଣଜୀ ଟ୍ରଫି, ଡ୍ରିମ୍‌ସରେ ସୂର୍ଯ୍ୟ ଚମକ, ତ୍ରିପୁରା ୧୨୨, ଓଡ଼ିଶା ୧୦୧/୩

କଟକ: ଡ୍ରିମ୍‌ସରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଚମକ ଦେଖିବାକୁ ମିଳିଲା। ବୁଧବାରଠୁ ଆରମ୍ଭ ହୋଇଥିବା ରଣଜୀ ମୁକାବିଲାରେ ଘାତକ ବୋଲିଂ କରି ସେ ଏକାକି ପ୍ରତିପକ୍ଷ ତ୍ରିପୁରା ଦଳକୁ ପାଣି ପିଆଇଦେଲେ। ତାଙ୍କର ଶ୍ରେଷ୍ଠ ପ୍ରଥମ ଶ୍ରେଣୀ ବୋଲିଂ ପ୍ରଦର୍ଶନ ବଳରେ ଘରୋଇ ଓଡ଼ିଶା ଦଳ ଡ୍ରିମ୍ସ ପଡ଼ିଆରେ ଚାଲିଥିବା ତ୍ରିପୁରା ବିପକ୍ଷରେ ପ୍ରଥମ ଦିବସରେ ଭଲ ସ୍ଥିତିରେ ପହଞ୍ଚିଛି। ଦୁଇ ମ୍ୟାଚ୍‌ ବ୍ୟବଧାନରେ ସୁଯୋଗ ପାଇଥିବା ସୂର୍ଯ୍ୟକାନ୍ତ ଏହି ମ୍ୟାଚ୍‌ରେ ମାତ୍ର ୪୦ ରନ୍‌ ବ୍ୟୟକରି ୭ ଵିକେଟ୍‌ ନିଜ ନାମରେ କରିଥିଲା ବେଳେ ଓଡ଼ିଶା ଭ୍ରମଣକାରୀ ଦଳର ପ୍ରଥମ ପାଳିକୁ ୧୨୨ ରନ୍‌ରେ ସଫା କରି‌ଦେଇଥିଲା। ଏହାର ଜବାବରେ ଦିନର ଷ୍ଟମ୍ପ୍‌ସ ଅପସାରଣ ବେଳକୁ ଓଡ଼ିଶା ୩ ଵିକେଟ୍‌ ବିନିମୟରେ ୧୦୧ ରନ୍‌ କରି ପାଳି ଆଗୁଆ ସମ୍ଭାବନା ସୃଷ୍ଟି କରିଛି। ଅନୁରାଗ ଷଡ଼ଙ୍ଗୀ ଖାତା ଖୋଲିବା ପୂର୍ବରୁ ପ୍ରଥମ ଓଭରରେ ଵିକେଟ୍‌ ରକ୍ଷକଙ୍କୁ କ୍ୟାଚ୍‌ ଦେଇଥିଲା ବେଳେ ତ୍ରିପୁରା ସୁଇ˚ ଆଗରେ ଗୋବିନ୍ଦ ପୋଦ୍ଦାର ଆଣ୍ଠେଇବାକୁ ବାଧ୍ୟ ହୋଇଥିଲେ। ୨୦ ବଲ୍‌ରୁ ମାତ୍ର ୪ ରନ୍‌ କରି ସେ ମଧ୍ୟ ସମାନ ଢଙ୍ଗରେ ଆଉଟ୍‌ ହୋଇଥିଲେ। ଦୁଇଟି ଯାକ ଵିକେଟ୍‌ ମଣିଶଙ୍କର ମୁରାସି˚ହ ନେଇଥିଲେ। ଅନ୍ୟପକ୍ଷରେ ଆରମ୍ଭରୁ ରକ୍ଷଣାତ୍ମକ ଖେଳିଆସୁଥିବା ରାଜେଶ ଧୂପର ୩୧ ରନ୍‌ କରିଥିଲା ବେଳେ ଅଜୟ ସରକାରଙ୍କ ଶିକାର ହୋଇଥିଲେ। ଖେଳ ବନ୍ଦ ହେବା ବେଳକୁ ଅଧିନାୟକ ବିପ୍ଲବ ସାମନ୍ତରାୟ ୧୯ ଓ ଶୁଭ୍ରା˚ଶୁ ସେନାପତି ୩୬ ରନ୍‌ କରି ଦଳର ସ୍ଥିତି ଦୃଢ଼ କରିବା ପ୍ରୟାସ ଜାରି ରଖିଛନ୍ତି। ତଥାପି ବୋଲରଙ୍କୁ ଅତିମାତ୍ରାରେ ସୁହାଉଥିବା ଏହି ପିଚ୍‌ରେ ଏବେ ବି ଓଡ଼ିଶା ଅଗ୍ରଣୀ ପାଇବାଠୁ ୨୨ ରନ୍‌ ଦୂରରେ ରହିଛି।

ଏଥି ପୂର୍ବରୁ ସବୁଜ ପିଚ୍‌ର ସ୍ଥିତିକୁ ଦେଖି ଆରମ୍ଭରୁ ବିପ୍ଲବ ଟସ୍‌ ଜିତି ବୋଲି˚ ନିଷ୍ପତ୍ତି ନେଇଥିଲେ। ଓଡ଼ିଶା ଦଳରେ ଏହି ମ୍ୟାଚ୍‌ ପାଇଁ ଦୁଇଟି ପରିବର୍ତ୍ତନ କରାଯାଇଥିଲା। ଜଣେ ଅତିରିକ୍ତ ବୋଲରଙ୍କୁ ନେବା ପାଇଁ ଶାନ୍ତନୁ ମିଶ୍ରଙ୍କ ସ୍ଥାନରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ସାମିଲ କରାଯାଇଥିଲା ବେଳେ ଧୀରାଜ ସି˚ହଙ୍କ ବଦଳରେ ଅଭିଷେକ ରାଉତଙ୍କୁ ସୁଯୋଗ ଦିଆଯାଇଛି। ପିଚ୍‌ର ଫାଇଦା ନେଇ ପ୍ରଥମ ଓଭରରୁ ଅଭିଜ୍ଞ ବସନ୍ତ ମହାନ୍ତି ଓଡ଼ିଶାକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ପଞ୍ଚମ ବଲ୍‌ରେ ଉଦିୟାନ ବୋଷଙ୍କୁ ସେ ବୋଲ୍ଡ କରିଥିଲେ। ଏହାପରଠୁ ସୂର୍ଯ୍ୟକାନ୍ତଙ୍କ ଘାତକ ସୋ’ ଆରମ୍ଭ ହୋଇଥିଲା। ନିନାଦ କଦମ (୧୩), ସ୍ମିତ୍‌ ପଟେଲ (୩), ରାଜେଶ ବଣିକ (୦), ବିଶାଲ ଘୋଷ (୯), ମଣିଶଙ୍କର ମୁରାସି˚ହ (୦)ଙ୍କୁ ଆଉଟ କରି ସୂର୍ଯ୍ୟକାନ୍ତ ୫ ଵିକେଟ ସଫଳତା ପାଇଥିଲେ। ହେଲେ ଏତିକିରେ ତାଙ୍କର ଭୋକ ମେଣ୍ଟିନଥିଲା। ହର୍ମିତ ସି˚ହ (୪) ଓ ଅଭିଜିତ ସରକାର (୧୦)ଙ୍କ ଵିକେଟ୍‌ ମଧ୍ୟ ସେ ନେଇଥିଲେ। ମଧ୍ୟକ୍ରମରେ ଖେଳୁଥିବା ପ୍ରତ୍ୟୁଷ ସି˚ହଙ୍କୁ ଦେବବ୍ରତ ପ୍ରଧାନ ଏବଂ ରାଣା ଦତ୍ତଙ୍କୁ ଗୋବିନ୍ଦ ପୋଦ୍ଦାର ଆଉଟ୍‌ କରିଥିଲେ।

ସ˚କ୍ଷିପ୍ତ ସ୍କୋର: ତ୍ରିପୁରା ପ୍ରଥମ ପାଳି- ୪୩ ଓଭରରେ ୧୨୨ (ପ୍ରତ୍ୟୁଷ ସି˚ହ ୪୩, ରାଣା ଦତ୍ତ ୨୪, ସୂର୍ଯ୍ୟକାନ୍ତ ପ୍ରଧାନ ୭/୪୦, ବସନ୍ତ ମହାନ୍ତି ୧/୨୩, ଦେବବ୍ରତ ପ୍ରଧାନ ୧/୨୮, ଗୋବିନ୍ଦ ପୋଦ୍ଦାର ୧/୧।

ଓଡ଼ିଶା ପ୍ରଥମ ପାଳି: ୩୩ ଓଭରରେ ୧୦୧/୩ (ରାଜେଶ ଧୂପର ୩୧, ଶୁଭ୍ରା˚ଶୁ ସେନାପତି ୩୬*, ବିପ୍ଲବ ସାମନ୍ତରାୟ ୧୯*, ମଣିଶଙ୍କର ମୁରାସି˚ହ ୨/୯, ଅଜୟ ସରକାର ୧/୩୫।

୧୫୦ରୁ ୨୦୦ ରନ୍‌ ଅଗ୍ରଣୀ ଲକ୍ଷ୍ୟ ରଖିଛୁ: ରଶ୍ମୀ
ଏବେ ବି ଓଡ଼ିଶା ମ୍ୟାଚ୍‌ରେ ପାଳି ଅଗ୍ରଣୀ ପାଇବାକୁ ଆଉ ୨୨ ରନ୍‌ ଆବଶ୍ୟକ କରୁଛି। ତଥାପି ପିଚ୍‌ର ବ୍ୟବହାରକୁ ଦେଖି ଏଠାରେ ୧୫୦ରୁ ୨୦୦ ରନ୍‌ର ଅଗ୍ରଣୀ ନେଲେ ଓଡ଼ିଶା ପାଖରେ ପୂର୍ଣ୍ଣ ପଏଣ୍ଟ୍‌ ପାଇବା ସମ୍ଭାବନା ରହିବ। ପ୍ରଥମ ଦିନ ୩ ଵିକେଟ୍‌ ଚାଲିଯାଇଥିଲା ବେଳେ ଦ୍ବିତୀୟ ଦିନର ପ୍ରଥମାର୍ଧ ଆମ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ଵିକେଟ୍‌ ବଞ୍ଚାଇ ପାରିଲେ ଆମେ ବଡ଼ ସ୍କୋର କରିପାରିବୁ। ଯଦି ୩୦୦ ରନ୍‌ ସ˚ଗ୍ରହ ହୁଏ, ତାହେଲେ ଏହା ଆମପାଇଁ ସୁରକ୍ଷିତ ହେବ ବୋଲି ପ୍ରଶିକ୍ଷକ ରଶ୍ମୀର˚ଜନ ପରିଡ଼ା କହିଛନ୍ତି।

ପ୍ରଥମ ଶ୍ରେଣୀ ଶ୍ରେଷ୍ଠ ପ୍ରଦର୍ଶନ ସହ ୧୦୦ ଵିକେଟ୍‌
ତ୍ରିପୁରା ବିପକ୍ଷରେ ଡ୍ରିମ୍ସ ପଡ଼ିଆରେ ପ୍ରଥମ ପାଳିରେ ୪୦ ରନ୍‌ ବ୍ୟୟରେ ୭ ଵିକେଟ୍‌ ଅକ୍ତିଆର କରି ସୂର୍ଯ୍ୟକାନ୍ତ ପ୍ରଧାନ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି। ଏଥି ପୂର୍ବରୁ ୨୦୧୫-୧୬ ଋତୁରେ ବାରବାଟୀ ଷ୍ଟାଡିୟମରେ ଆସାମ ବିପକ୍ଷରେ ସେ ଦ୍ବିତୀୟ ପାଳିରେ ୨୭ ରନ୍‌ ବିନିମୟରେ ୫ ଵିକେଟ୍‌ ଅକ୍ତିଆର କରିବା ସହ ପ୍ରଥମ ଥର ୫ ଵିକେଟ୍‌ ସଫଳତା ପାଇଥିଲେ। ଏହାପରେ ୨୦୧୬-୧୭ ଋତୁରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ସୌରାଷ୍ଟ୍ର ବିପକ୍ଷରେ ଦ୍ବିତୀୟ ପାଳିରେ ୬୯ ରନ୍‌ ବିନିମୟରେ ୫ ଵିକେଟ୍‌ ପାଇଥିଲେ। ସେହି ମ୍ୟାଚ୍‌ର ଉଭୟ ପାଳିରେ ସେ ମୋଟ ୧୦୬ ରନ୍‌ ବ୍ୟୟ କରି ୮ ଵିକେଟ୍‌ ନେଇଥିଲେ। ବର୍ତ୍ତମାନ ସୁଦ୍ଧା ସେହି ସ˚ଖ୍ୟା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି। ଅନ୍ୟପକ୍ଷରେ ଡ୍ରିମ୍ସରେ ସ୍ମିତ୍‌ ପଟେଲଙ୍କୁ ଆଉଟ କରିବା ପରେ ସୂର୍ଯ୍ୟକାନ୍ତ ପ୍ରଥମ ଶ୍ରେଣୀରେ ୧୦୦ ଵିକେଟ୍‌ ପୂରଣ କରିଛନ୍ତି। ଏଥି ପୂର୍ବରୁ ସେ ୯୮ ଵିକେଟ୍‌ରେ ଅଟକିଥିବା ବେଳେ ତ୍ରିପୁରା ବିପକ୍ଷ ପ୍ରଥମ ପାଳି ପରେ ତାଙ୍କର ମୋଟ ଵିକେଟ୍‌ ସ˚ଖ୍ୟା ୧୦୫ରେ ପହଞ୍ଚିଛି। ଦ୍ବିତୀୟ ପାଳିରେ ବି ଅଧିକ ଵିକେଟ୍‌ ନେବା ତାଙ୍କର ଲକ୍ଷ୍ୟ ରହିଥିବା ସୂର୍ଯ୍ୟକାନ୍ତ କହିଛନ୍ତି।

ବସନ୍ତଙ୍କୁ ଭୁଲ ମାଗିଲେ ଡିପ୍ଲୋମା ଛାତ୍ର
ତ୍ରିପୁରାର ପ୍ରଥମ ପାଳି ବ୍ୟାଟି˚ ଚାଲିଥିଲା ବେଳେ ଥାର୍ଡମ୍ୟାନ୍‌ ଅଞ୍ଚଳରେ ଡ୍ରିମ୍ସ କଲେଜର ଡିପ୍ଲୋମା ପ୍ରଥମ ବର୍ଷର ଜଣେ ଛାତ୍ର ବସନ୍ତ ମହାନ୍ତିଙ୍କୁ ଇଙ୍ଗିତ କରି ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ। ବାରମ୍ବାର ସେ ଏପରି କରିବାରୁ ବସନ୍ତ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଆର ବାଡ଼ ପାଖରେ ତାଙ୍କୁ ଚେତାବନୀ ଦେଇଥିଲେ। ଏଥିରେ ଅମ୍ପାୟାର ଦ୍ବୟ ହସ୍ତକ୍ଷେପ କରିବା ସହ ପଡ଼ିଆ ସୁରକ୍ଷାକର୍ମୀଙ୍କୁ ଏ ବିଷୟରେ ଜଣାଇଥିଲେ। ପରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ କତ୍ତୃର୍ପକ୍ଷ ସ˚ପୃକ୍ତ ଛାତ୍ରଙ୍କୁ ଠାବ କରି କାର୍ଯ୍ୟାନୁଷ୍ଠାନ ନେଇଥିଲେ। ନିଜର ଭୁଲ୍‌ ବୁଝିପାରି ଶେଷରେ ଛାତ୍ରଜଣକ ଡ୍ରେସି˚ ରୁମ୍‌ ପାଖକୁ ଆସି ବସନ୍ତଙ୍କୁ ଭୁଲ ମାଗିବା ପରେ ମାମଲାର ସମାଧାନ ହୋଇଥିଲା।

ଖାଦ୍ୟକୁ ନେଇ ଓଡ଼ିଶା ଶିବିରରେ ଅସନ୍ତୁଷ୍ଟ
ଓଡ଼ିଶା ଡ୍ରେସି˚ ରୁମ୍‌ରେ ପରସା ଯାଇଥିବା ଖାଦ୍ୟକୁ ନେଇ ଖେଳାଳି ଓ ଦଳୀୟ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖାଦ୍ୟ ଅଧିକ ମସଲାଯୁକ୍ତ ହୋଇଥିଲା ବେଳେ ତେଲର ମାତ୍ରା ମଧ୍ୟ ଅଧିକ ରହିଥିବା ସମସ୍ତେ ଅଭିଯୋଗ କରିଥିଲେ। ଏଥିପାଇଁ ଖାଦ୍ୟ ଯୋଗାଣ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଡ୍ରେସି˚ ରୁମ୍‌କୁ ଡକାଯାଇ ତାଗିଦ୍‌ କରାଯାଇଥିଲା। ଖାଦ୍ୟରେ କ’ଣ ଦିଆଯିବ ତାହାର ମେନ୍ୟୁ ମଙ୍ଗଳବାରଠୁ ଯୋଗାଣକାରୀ ସ˚ସ୍ଥାକୁ ଦିଆଯାଇଥିଲା। ହେଲେ କମ୍‌ ତେଲ, ମସଲା ଓ ଶୁଖିଲା ଖାଦ୍ୟ ବଦଳରେ ଦିଆଯାଇଥିବା ଖାଦ୍ୟକୁ ନେଇ ଅସନ୍ତୋଷ ଦେଖାଦେଇଛି। ଖାଦ୍ୟର ପ୍ରଭାବ ମଧ୍ୟ ମ୍ୟାଚ୍‌ରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମଧ୍ୟାହ୍ନ ବିରତି ପରେ ରାଜେଶ ଧୂପରଙ୍କ ପେଟ ଖରାପ ହେବାରୁ ପ୍ରାୟ ୧୦ ମିନିଟ୍‌ ପର୍ଯ୍ୟନ୍ତ ସେ ପଡ଼ିଆ ବାହାରେ ରହିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର