କଟକ: ଲଗାତର ନିରାଶ କରିଆସୁଥିବା ଅନୁରାଗ ଷଡ଼ଙ୍ଗୀ ଓ ଗୋବିନ୍ଦ ପୋଦ୍ଦାର ସପ୍ତମ ମ୍ୟାଚ୍ରେ ଲୟକୁ ଫେରିଛନ୍ତି। ଚଳିତ ଋତୁରେ ଉଭୟ ପ୍ରଥମ ଅର୍ଧଶତକ ଅର୍ଜନ କରିଥିଲେ। ଯାହାଫଳରେ ଡ୍ରିମ୍ସରେ ଚାଲିଥିବା ଆସାମ ବିପକ୍ଷ ରଣଜୀ ମ୍ୟାଚ୍ରେ ପ୍ରଥମ ଦିନ ସୁଦ୍ଧା ଓଡ଼ିଶା ୩ ଵିକେଟ୍ ବିନିମୟରେ ୨୧୫ ରନ୍ ସ˚ଗ୍ରହ କରିଛି। ଏହି ଦୁଇ ଜଣଙ୍କ ସହ ପ୍ରାରମ୍ଭିକ ଖେଳାଳି ଶାନ୍ତନୁ ମିଶ୍ର ମଧ୍ୟ ଦମ୍ଦାର ଅର୍ଧଶତକ ହାସଲ କରିଛନ୍ତି। ତେବେ ଅଧିନାୟକ ଶୁଭ୍ରା˚ଶୁ ସେନାପତି ପୁଣି ଥରେ ଖରାପ ଖେଳିଥିଲା ବେଳେ ତୃତୀୟ ଥର ପାଇଁ ଖାତା ଖୋଲିବାକୁ ଅସମର୍ଥ ହୋଇଥିଲେ।
ଘାସୁଆ ପିଚ୍ରେ ଟସ୍ ଆସାମ ସପକ୍ଷରେ ଯାଇଥିଲା ବେଳେ ଭ୍ରମଣକାରୀ ଦଳ ବୋଲି˚ ଆରମ୍ଭ କରିଥିଲା। ଘରୋଇ ଦଳ ପାଇଁ ଶାନ୍ତନୁ ଓ ଅନୁରାଗ ପାଳି ଆରମ୍ଭ କରିବାକୁ ଆସିଥିଲା ବେଳେ ଉଭୟ ରକ୍ଷଣାତ୍ମକ ଖେଳିଥିଲେ। ୩୬ ଓଭର ପର୍ଯ୍ୟନ୍ତ ଦୁହେଁ ବ୍ୟାଟି˚ କରି ପ୍ରଥମ ଵିକେଟରେ ୯୬ ରନ୍ ଯୋଡ଼ିଥିଲେ। ଏଥିମଧ୍ୟରେ ଅନୁରାଗ ପ୍ରତିଯୋଗିତାରେ ୯୪ ବଲ୍ରୁ ପ୍ରଥମ ଅର୍ଧଶତକ ସ˚ଗ୍ରହ କରିଥିଲେ। ବ୍ୟକ୍ତିଗତ ୫୮ ରନ୍ କରିଥିଲାବେଳେ ଅନୁରାଗଙ୍କୁ ର˚ଜିତ ମାଳି ଆଉଟ କରି ଯୋଡ଼ି ଭାଙ୍ଗିଥିଲେ। ପଛକୁ ପଛ ଶୁଭ୍ରା˚ଶୁ ମଧ୍ୟ ର˚ଜିତଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ଗୋବିନ୍ଦ ପୋଦ୍ଦାରଙ୍କ ସହ ମିଶି ଶାନ୍ତନୁ ଆଉ ଏକ ଅର୍ଧଶତକୀୟ ଭାଗୀଦାରି କରିଥିଲେ। ତେବେ ଚା’ବିରତି ପର ଓଭରରେ ଶାନ୍ତନୁଙ୍କୁ ପ୍ରୀତମ ଦାସ ଆଉଟ୍ କରି ଓଡ଼ିଶାକୁ ତୃତୀୟ କ୍ଷତି ପହଞ୍ଚାଇଥିଲେ। ଆଉଟ୍ ହେବା ବେଳକୁ ଶାନ୍ତନୁ ୧୮୨ ବଲ୍ରୁ ୧୦ ଚୌକା ସହାୟତାରେ ୬୬ ରନ୍ ସ˚ଗ୍ରହ କରିଥିଲେ। ଦୁଇ ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଓ ବିପ୍ଲବ ସାମନ୍ତରାୟ ଦିନର ବଳକା ସମୟ ଖେଳିଥିଲେ। ଷ୍ଟମ୍ପ୍ସ ଅପସାରଣ ବେଳକୁ ଗୋବିନ୍ଦ ୫୪* ଓ ବିପ୍ଲବ ୩୨* ରନ୍ରେ ବ୍ୟାଟିଂ କରୁଥିଲେ।
ସ˚କ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି ୮୭ ଓଭରରେ ୨୧୫/୩ (ଶାନ୍ତନୁ ମିଶ୍ର ୬୬, ଅନୁରାଗ ଷଡ଼ଙ୍ଗୀ ୫୮, ଗୋବିନ୍ଦ ପୋଦ୍ଦାର ୫୪*, ବିପ୍ଲବ ସାମନ୍ତରାୟ ୩୨*, ର˚ଜିତ ମାଳି ୨/୫୧, ପ୍ରୀତମ ଦାସ ୧/୪୦)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/fgjdg32j4dg86j4dg56jg74dj987dg4jdgjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjggggggggggggggggggg.jpg)