କଟକ: ପ୍ରଥମେ ଦୁର୍ବଳ ବୋଲି˚ ଓ ପରେ ବିପର୍ଯ୍ୟସ୍ତ ବ୍ୟାଟି˚ ପାଇଁ ଚଳିତ ରଣଜୀ ଟ୍ରଫିରେ ଓଡ଼ିଶା ଦ୍ବିତୀୟଥର ପାଳି ପରାଜୟର ନିକଟତର ହୋଇଛି। ଅହମଦାବାଦରେ ଚାଲିଥିବା ମ୍ୟାଚ୍ରେ ମୁମ୍ବାଇ ପ୍ରଥମ ପାଳିରେ ୨୪୮ ରନ୍ର ଅଗ୍ରଣୀ ପାଇବା ପରେ ଓଡ଼ିଶା ଦ୍ବିତୀୟ ପାଳିରେ ତୃତୀୟ ଦିନ ସୁଦ୍ଧା ୮୪ରେ ୫ ୱିକେଟ୍ ହରାଇସାରିଛି। ଅଭିଷେକ ରାଉତ (୩୧*) ଓ ଦେବାଶିଷ ସାମନ୍ତରାୟ (୯*) ପାଳି ପରାଜୟ ଏଡ଼ାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଅ˚ଶୁମାନ ରଥ ୩୪, ଶାନ୍ତନୁ ମିଶ୍ର ୧, ଶୁଭ୍ରା˚ଶୁ ସେନାପତି ୩, ଗୋବିନ୍ଦ ପୋଦ୍ଦାର ୧, ରାଜେଶ ଧୂପର ୪ ରନ୍ କରି ଆଉଟ ହୋଇଛନ୍ତି। ସାମ୍ସ ମୁଲାନି ୩, ସିଦ୍ଧାର୍ଥ ରାଉତ ୨ ଵିକେଟ ନେଇଛନ୍ତି।
ପୂର୍ବଦିନର ଅସମାପ୍ତ ସ୍କୋର ୨୫୯/୩ରୁ ଶନିବାର ଖେଳିଥିବା ମୁମ୍ବାଇ ତୃତୀୟ ଦିନ ୯ ଵିକେଟ ବିନିମୟରେ ୫୩୨ ରନ୍ କରି ପାଳି ଘୋଷଣା କରିଥିଲା। ଅର୍ମାନ ଜାଫର (୧୨୫) ଓ ସର୍ଫରାଜ ଖାନ୍ (୧୬୫) ୨୭୭ ରନ୍ର ଭାଗୀଦାରି ଗଢ଼ି ଓଡ଼ିଶା ବୋଲରଙ୍କୁ ନୟାନ୍ତ କରିଥିଲେ। ଏମାନଙ୍କ ବ୍ୟତୀତ ଆଦିତ୍ୟ ତାରେ ୭୨, ସାମ୍ସ ମୁଲାନି ୭୦ ରନ୍ କରି ଆଉଟ ହୋଇଥିଲେ।
ସ˚କ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି ୧୦୭.୧ ଓଭରରେ ୨୮୪। ମୁମ୍ବାଇ ପ୍ରଥମ ପାଳି ୧୩୧ ଓଭରରେ ୫୩୨/୯ ଘୋଷିତ (ପୃଥ୍ବୀ ସ’ ୫୩, ଅର୍ମାନ ଜାଫର ୧୨୫, ସର୍ଫରାଜ ଖାନ୍ ୧୬୫, ଆଦିତ୍ୟ ତାରେ ୭୨, ସାମ୍ସ ମୁଲାନି ୭୦, ରାଜେଶ ମହାନ୍ତି ୩/୧୨୩, ପ୍ରଶାନ୍ତ ରଣା ୨/୯୭, ଜୟନ୍ତ ବେହେରା ୨/୧୩୭, ପପୁ ରାଏ ୨/୧୨୨)। ଓଡ଼ିଶା ଦ୍ବିତୀୟ ପାଳି ୨୭ ଓଭରରେ ୮୪/୫ (ଅ˚ଶୁମାନ ରଥ ୩୪, ଅଭିଷେକ ରାଉତ ୩୧*, ସାମ୍ସ ମୁଲାନି ୩/୩୦, ସିଦ୍ଧାର୍ଥ ରାଉତ ୨/୨୮)।
ଚଣ୍ତିଗଡ଼କୁ ଦରକାର ୩୯୯ ରନ୍
ବାରବାଟୀ ଷ୍ଟାଡିୟମରେ ବେଙ୍ଗଲ ବିପକ୍ଷରେ ଚଣ୍ତିଗଡ଼କୁ ଜିତିବା ପାଇଁ ଶେଷ ଦିନରେ ୩୯୯ ରନ୍ ଆବଶ୍ୟକ। ଦ୍ବିତୀୟ ପାଳିରେ ଚଣ୍ତିଗଡ଼ର ୨ ଵିକେଟର ପତନ ଘଟିଥିବାରୁ ବେଙ୍ଗଲ ତୃତୀୟ ବିଜୟ ପାଇବା ଲକ୍ଷ୍ୟରେ ରହିବ। ଶନିବାର ଚଣ୍ତିଗଡ଼ର ପ୍ରଥମ ପାଳି ୨୦୬ ରନ୍ରେ ଶେଷ ହୋଇଯାଇଥିଲା। ଫଳରେ ବେଙ୍ଗଲ ୨୩୧ ରନ୍ର ଅଗ୍ରଣୀ ପାଇବା ପରେ ଦ୍ବିତୀୟ ପାଳିରେ ୮ ଵିକେଟ୍ ବିନିମୟରେ ୧୮୧ ରନ୍ କରି ଘୋଷଣା କରିଥିଲା। ୪୧୩ ରନ୍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଚଣ୍ତିଗଡ଼ ଦ୍ବିତୀୟ ପାଳିରେ ତୃତୀୟ ଦିନ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୨ ଵିକେଟ ବିନିମୟରେ ୧୪ ରନ୍ କରିଛି।
ହାଇଦ୍ରାବାଦ ୪୩ ରନ୍ରେ ବିଜୟୀ
ବିକାଶ ପଡ଼ିଆରେ ହାଇଦ୍ରାବାଦ ୪୩ ରନ୍ରେ ବରୋଦାକୁ ପରାସ୍ତ କରିଛି। ପ୍ରଥମ ପାଳିରେ ହାଇଦ୍ରାବାଦ ୧୯୭ ଏବଂ ବରୋଦା ୧୬୩ ରନ୍ କରିଥିଲା। ୩୪ ରନ୍ର ଅଗ୍ରଣୀ ପାଇଥିବା ହାଇଦ୍ରାବାଦ ଦ୍ବିତୀୟ ପାଳିରେ ୨୦୧ ରନ୍ କରିଥିଲା। ଫଳରେ ବରୋଦା ସମ୍ମୁଖରେ ୨୩୬ ରନ୍ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ବେଳେ ବରୋଦା ୧୯୨ ରନ୍ରେ ଅଲ୍ଆଉଟ ହୋଇଥିଲା। ଦ୍ବିତୀୟ ପାଳିରେ ବିଜୟୀ ଦଳର ରବି ତେଜା ୪, ତନୟ ତ୍ୟାଗରାଜନ ୩, ବି.ପୁନିଆ ୨ ଵିକେଟ ନେଇ ହାଇଦ୍ରାବାଦକୁ ଜିତାଇଥିଲେ।