ରଣଜୀ ଟ୍ରଫି: ୩ ପଏଣ୍ଟ୍‌ ଆଶାରେ ଓଡ଼ିଶା

ତ୍ରିପୁରା ପାଳି ୨୮୮/୬ରେ ଘୋଷଣା; ଓଡ଼ିଶା ୫/୦

କଟକ: ବର୍ଷା ଓ ଓଦା ପଡ଼ିଆ ଯୋଗୁଁ ଦୁଇ ଦିନ ଧରି ଖେଳ ସମ୍ଭବ ନହେବାରୁ ତୃତୀୟ ଦିନ ଓଡ଼ିଶା ଓ ତ୍ରିପୁରା ରଣଜୀ ମ୍ୟାଚ୍‌ ଆରମ୍ଭ ହୋଇଛି। ତ୍ରିପୁରା ପ୍ରଥମେ ବ୍ୟାଟି˚ କରିଥିଲା ବେଳେ ୨୮୮/୬ରେ ପ୍ରଥମ ପାଳି ଘୋଷଣା କରିଥିଲା। ଜବାବରେ ଓଡ଼ିଶା ଷ୍ଟମ୍ପ୍ସ ଅପସାରଣ ବେଳକୁ କୌଣସି ଵିକେଟ ନହରାଇ ୫ ରନ୍‌ କରିଛି। ସୋମବାର ଶେଷ ଦିନ ଥିବାରୁ ମ୍ୟାଚ୍‌ର ଫଳାଫଳ ବାହାରିବା ସମ୍ଭାବନା ନାହିଁ। ତେଣୁ ପାଳି ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ହାସଲ କରିବାକୁ ଆଶା ରଖିଛି ଓଡ଼ିଶା।

ଟସ୍‌ ଜିତି ଓଡ଼ିଶା ଘରୋଇ ଦଳକୁ ବ୍ୟାଟି˚ ପାଇଁ ଆମନ୍ତ୍ରଣ କରିଥିଲା। ବିକ୍ରମ କୁମାର ଦାସ ଓ ତନ୍ମୟ ଦାସଙ୍କୁ ରାଜେଶ ମହାନ୍ତି ଆଉଟ କରି ଓଡ଼ିଶାକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ସମ୍ରାଟ ସି˚ହଙ୍କ ସହ ମିଶି କମଳ ଦାସ ଧିମା ଖେଳିବା ଆରମ୍ଭ କରିଥିଲେ। କିନ୍ତୁ ପପୁ ରାଏଙ୍କ ସ୍ପିନ୍‌କୁ ବୁଝି ନପାରି କମଳ (୨୦) ବୋଲ୍ଡ ହୋଇଯାଇଥିଲେ। ତେବେ ଏହାପରେ ସମ୍ରାଟ ଓ ଅଧିନାୟକ ମିଲିନ୍ଦ କୁମାର ଓଡ଼ିଶା ବୋଲରଙ୍କୁ ସୁଯୋଗ ନଦେଇ ପରସ୍ପର ଅର୍ଧଶତକ ପୂରଣ କରିଥିଲେ। ୬୫ ରନ୍‌ କରିଥିଲା ବେଳେ ସମ୍ରାଟଙ୍କୁ ବସନ୍ତ ଆଉଟ କରିଥିଲେ। ରଜତ ଦେ’ ମାତ୍ର ୪ ରନ୍‌ରେ ଗୋବିନ୍ଦ ପୋଦ୍ଦାରଙ୍କ ଶିକାର ହୋଇଥିଲେ। ଏହାପରେ ମିଲିନ୍ଦ ଓ ମଣିଶଙ୍କର ମୁରାସି˚ହ ପାଳି ସମ୍ଭାଳିଥିଲେ। ଉଭୟ ଷଷ୍ଠ ଵିକେଟରେ ୧୨୬ ରନ୍‌ ଯୋଡ଼ିବା ପରେ ରାଜେଶ ମହାନ୍ତି ଏହି ଯୋଡ଼ି ଭାଙ୍ଗିଥିଲେ। ମୁରାସି˚ହ ୭୨ ରନ୍‌ରେ ପାଭିଲିଅନ ଫେରିଥିଲେ। ଦଳୀୟ ରନ୍‌ ୨୮୮ ହୋଇଥିଲା ବେଳେ ପାଳି ଘୋଷଣା କରାଯାଇଥିଲା। ପାଳି ଶେଷ ବେଳକୁ ମିଲିନ୍ଦ ୧୫୨ ବଲ୍‌ରୁ ୧୫ ଚୌକା ଓ ୨ ଛକା ସହାୟତାରେ ୧୦୫ ରନ୍‌ କରି ଅପରାଜିତ ଥିଲେ। ଜବାବରେ ଓଡ଼ିଶା ମାତ୍ର ୪ ଓଭର ଖେଳିଥିଲା ବେଳେ ବିନା କ୍ଷତିରେ ୫ ରନ୍‌ କରିଛି। ଗୋବିନ୍ଦ ପୋଦ୍ଦାର ୪ ଓ ଶାନ୍ତନୁ ମିଶ୍ର ୧ ରନ୍‌ କରିଛନ୍ତି।

ସ˚କ୍ଷିପ୍ତ ସ୍କୋର: ତ୍ରିପୁରା ପ୍ରଥମ ପାଳି ୮୨ ଓଭରରେ ୨୮୮/୬, ଘୋଷିତ (ସମ୍ରାଟ ସି˚ହ ୬୫, କମଳ ଦାସ ୨୦, ମିଲିନ୍ଦ କୁମାର ୧୦୫, ମଣିଶଙ୍କର ମୁରାସି˚ହ ୭୨, ରାଜେଶ ମହାନ୍ତି ୩/୭୮, ବସନ୍ତ ମହାନ୍ତି ୧/୫୦, ପପୁ ରାଏ ୧/୫୧, ଗୋବିନ୍ଦ ପୋଦ୍ଦାର ୧/୩୯)। ଓଡ଼ିଶା ପ୍ରଥମ ପାଳି ୪ ଓଭରରେ ୫/୦ (ଗୋବିନ୍ଦ ପୋଦ୍ଦାର ୪*, ଶାନ୍ତନୁ ମିଶ୍ର ୧*)।

ସମ୍ବନ୍ଧିତ ଖବର