ରଣଜୀ ଟ୍ରଫି: ଆଜିଠୁ ଓଡ଼ିଶା-ତ୍ରିପୁରା ମୁକାବିଲା

ଓଡ଼ିଶା ବୋଲରଙ୍କୁ ପୁଣି ମିଳିଲା ବୋଲି˚ ପିଚ୍‌

କଟକ: ପୁଣି ଓଡ଼ିଶା ପାଇଁ ପାଗ ଅନୁକୂଳ ରହିଛି। ରଣଜୀ ଟ୍ରଫିରେ ଲଗାତାର ଚତୁର୍ଥ ବିଜୟ ପାଇଁ ଓଡ଼ିଶା ପାଖରେ ଆଉ ଏକ ସୁଯୋଗ ରହିବ। ଅଗରତାଲାରେ କୁହୁଡ଼ିଆ ପାଗ ସହ ହାଲ୍‌କା ପବନ ସୁଇ˚ ବୋଲରଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ। ଏଥିସହିତ ବୋଲରଙ୍କୁ ସୁହାଉଥିବା ଭଳି ପିଚ୍‌ ପ୍ରସ୍ତୁତ ହୋଇଛି। ଯେଉଁଥିପାଇଁ ବୋଲରମାନେ ଆରମ୍ଭରୁ ଉତ୍ସାହିତ ହୋଇପଡ଼ିଥିଲା ବେଳେ ଶୁକ୍ରବାରଠୁ ଆରମ୍ଭ ହେଉଥିବା ରଣଜୀ ଟ୍ରଫିରେ ଓଡ଼ିଶା ବ୍ୟାଟ୍ସମ୍ୟାନଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛି ତ୍ରିପୁରା ଦଳ। ତେଣୁ ଓଡ଼ିଶା ଓ ତ୍ରିପୁରାର ଶକ୍ତି ଉପରେ ନଜର ପକାଇଲେ ଭ୍ରମଣକାରୀ ଦଳ ଗ୍ରୁପ୍‌ରେ ବର୍ତ୍ତମାନସୁଦ୍ଧା ସବୁଠୁ ଶକ୍ତିଶାଳୀ ଭାବେ ଦମ୍ଭ ଦେଖାଇଛି। ଯେଉଁଥିପାଇଁ ମ୍ୟାଚ୍‌ରେ ଓଡ଼ିଶା ବୋଲରମାନଙ୍କ ପ୍ରାଧାନ୍ୟ ରହିବା ସମ୍ଭାବନା ଅଧିକ ରହିଛି। ଚଳିତ ଋତୁରେ ଖେଳିଥିବା ତିନିଟିଯାକ ମ୍ୟାଚ୍‌ରେ ବୋଲରମାନେ ଓଡ଼ିଶା ପାଇଁ ସୁଯୋଗ ତିଆରି କରିଛନ୍ତି ଓ ବ୍ୟାଟ୍ସମ୍ୟାନ ପ୍ରତ୍ୟେକ ମ୍ୟାଚ୍‌ରେ ଲଢୁଆ ପ୍ରଦର୍ଶନ ଜାରି ରଖିଛନ୍ତି। ହେଲେ ତ୍ରିପୁରା ସନ୍ତୋଷଜନକ ପ୍ରଦର୍ଶନ ଦେବାରେ ବିଫଳ ହୋଇଛି।

ଓଡ଼ିଶାର ବ୍ୟାଟ୍ସମ୍ୟାନ ବୋଲି˚ ପିଚ୍‌ରେ ବି ଶତକୀୟ ପାଳି ଖେଳିଛନ୍ତି। ଡ୍ରିମ୍ସରେ ଉତ୍ତରାଖଣ୍ତ ବିପକ୍ଷରେ ଶାନ୍ତନୁ ମିଶ୍ର ସ˚ଗ୍ରହ କରିଥିବା ୧୧୦ ରନ୍‌କୁ ସମସ୍ତେ ପ୍ରଶ˚ସା କରିଥିଲେ। ଯେଉଁ ପିଚ୍‌ରେ ବ୍ୟାଟ୍ସମ୍ୟାନଙ୍କୁ କିଛି ବି ସହଯୋଗ ନଥିଲା, ସେଠାରେ ସେ ତିନିଦିନ ବ୍ୟାଟି˚ କରି ଶତକ ଅର୍ଜନ କରିଥିଲେ। ପୁଣି ସର୍ଭିସେସ୍‌ ବିପକ୍ଷରେ ଦେବାଶିଷ ସାମନ୍ତରାୟଙ୍କ ୧୯୫ ରନ୍‌ର ପାଳି ଓ ଛତିଶଗଡ଼ ବିପକ୍ଷରେ ବିପ୍ଲବ ସାମନ୍ତରାୟ, ସୁଜିତ ଲେଙ୍କାଙ୍କ ଲଢୁଆ ଅର୍ଧଶତକୀୟ ପାଳି ବୋଲି˚ ପିଚ୍‌ରେ ସେମାନଙ୍କ ଦକ୍ଷତା ପ୍ରମାଣ ପାଇଁ ଯଥେଷ୍ଟ ଥିଲା। ବୋଲରଙ୍କ ଆଧିପତ୍ୟ ରହୁଥିବା ବେଳେ ବ୍ୟାଟ୍ସମ୍ୟାନଙ୍କ ପଟରୁ ଭରପୂର ସହଯୋଗ ମିଳୁଥିବାରୁ ଓଡ଼ିଶା ପାଇଁ ଏପର୍ଯ୍ୟନ୍ତ ସବୁ ମ୍ୟାଚ୍‌ ଜିତିବା ସମ୍ଭବ ହୋଇପାରିଛି। ବରିଷ୍ଠ ଖେଳାଳି ବସନ୍ତ ମହାନ୍ତି (୨୦)ଙ୍କ ନେତୃତ୍ବରେ ରାଜେଶ ମହାନ୍ତି (୧୭), ସୂର୍ଯ୍ୟକାନ୍ତ ପ୍ରଧାନ (୧୨), ଦେବବ୍ରତ ପ୍ରଧାନ (୫) ଆରମ୍ଭରୁ ଵିକେଟ୍‌ ବାହାର କରୁଛନ୍ତି। ପିଚ୍‌ ସୁଇ˚ ହରାଉଥିବା ବେଳେ ଲେଗ ସ୍ପିନର ଅଭିଷେକ ରାଉତ (୪) ଵିକେଟ ପାଉଛନ୍ତି। ତେବେ ଅଗରତାଲା ପିଚ୍‌ର ସ୍ଥିତି ଯାହା ରହିଛି, ସେଠାରେ ସ୍ପିନରଙ୍କ ଭୂମିକା କମ୍‌ ରହିପାରେ। ତେଣୁ ପୁଣି ଥରେ ଓଡ଼ିଶାର ଦ୍ରୁତ ବୋଲରମାନେ ଏକାଧିକ ପ୍ରାରମ୍ଭିକ ସଫଳତା ପାଇବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଇପାରେ।

ଏଠାରେ ଖେଳାଯାଇଥିବା ମ୍ୟାଚ୍‌କୁ ତର୍ଜମା କଲେ ଅଗରତାଲାର ପିଚ୍‌ ବୋଲରମାନଙ୍କୁ ବେଶ୍‌ ସୁହାଉଛି। ଋତୁର ପ୍ରଥମ ମ୍ୟାଚ୍‌ ଏଠାରେ ଘରୋଇ ତ୍ରିପୁରା ଓ ଝାଡ଼ଖଣ୍ତ ମଧ୍ୟରେ ଖେଳାଯାଇଥିଲା। ଝାଡ଼ଖଣ୍ତ ମ୍ୟାଚ୍‌କୁ ୫୪ ରନ୍‌ରେ ଜିତିନେଇଥିଲା। ମ୍ୟାଚ୍‌ର ପ୍ରଥମ ଦୁଇ ଦିନରେ ବୋଲରଙ୍କ ଆଧିପତ୍ୟ ରହିଥିଲା। ତ୍ରିପୁରା ୨୮୯ ଓ ଝାଡ଼ଖଣ୍ତ ୧୩୬ ରନ୍‌ରେ ପ୍ରଥମ ପାଳି ଶେଷ କରିଥିଲେ। ଯାହାଫଳରେ ଝାଡ଼ଖଣ୍ତ ଫଲୋଅନ୍‌ ହୋଇଥିଲା। ଏହାସତ୍ତ୍ବେ ତୃତୀୟ ଦିନବେଳକୁ ସୌରଭ ତିଵାରୀ ଓ ଇଶାଙ୍କ ଜାଗି ବୋଲରମାନଙ୍କ ସହ ଖେଳିଥିଲେ। ଉଭୟ ଶତକ ହାସଲ କରିବା ପରେ ୪୧୮ ରନ୍‌ ପରେ ପାଳି ଘୋଷଣା କରିଥିଲେ। କିନ୍ତୁ ମଣିଶଙ୍କର ମୁରାସି˚ହଙ୍କ ଲଢୁଆ ଶତକ (୧୦୩)କୁ ଛାଡ଼ିଦେଲେ ଅନ୍ୟସମସ୍ତେ ଆତ୍ମସମର୍ପଣ କରିଥିଲେ। ମାତ୍ର ୨୧୧ ରନ୍‌ରେ ତ୍ରିପୁରାର ଦ୍ବିତୀୟ ପାଳି ଶେଷ ହୋଇଯାଇଥିଲା। କେବଳ ଏହି ମ୍ୟାଚ୍‌ ନୁହେଁ, ପ୍ରତିଯୋଗିତାରେ ତ୍ରିପୁରା ଖେଳିଥିବା ଅନ୍ୟ ଦୁଇ ମ୍ୟାଚ୍‌ରେ ପ୍ରଦର୍ଶନ ବିଷୟରେ ନକହିବା ଭଲ। ମୁରାସି˚ହ ଏକାକି ବ୍ୟାଟି˚ ଓ ବୋଲି˚ରେ ଦଳକୁ ସମ୍ଭାଳିବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ଅନ୍ୟପଟରୁ ତାଙ୍କୁ କୌଣସି ସହଯୋଗ ମିଳିପାରୁନାହିଁ। ଏଭଳିସ୍ଥିତିରେ ଓଡ଼ିଶାକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ତ୍ରିପୁରାକୁ କୌଣସି ଚମତ୍କାର ହିଁ ସାହାର୍ଯ୍ୟ କରିପାରିବ।

ସମ୍ବନ୍ଧିତ ଖବର