କଟକ : ଗୁରୁବାରଠୁ ଆରମ୍ଭ ହେବାକୁଥିବା ରଣଜୀ ଟ୍ରଫି ପାଇଁ ଦଳମାନେ ଆଜିଠୁ ଅଭ୍ୟାସ ଆରମ୍ଭ କରିଛନ୍ତି। ୫ ଦିନ ସଙ୍ଗରୋଧରେ ରହିବା ପରେ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇଛନ୍ତି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ-ବି’ରେ ଶୁଭ୍ରା˚ଶୁ ସେନାପତିଙ୍କ ନେତୃତ୍ବରେ ଓଡ଼ିଶା ଖେଳାଳିମାନେ ଅଭ୍ୟାସ କରିଥିଲା ବେଳେ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ସମସ୍ତେ ଝାଳବୁହା ପରିଶ୍ରମ କରିଥିଲେ। ତେବେ ଏଲିଟ୍ ଗ୍ରୁପ୍ ଡି’କୁ କଷ୍ଟସାଧ୍ୟ ଗ୍ରୁପ୍ କୁହାଯାଉଥିଲା ବେଳେ ଓଡ଼ିଶା ସମ୍ମୁଖରେ ଗୋଆ ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଭାବେ ଛିଡ଼ା ହୋଇଛି। କିନ୍ତୁ ଗୋଆ ବିପକ୍ଷରେ ଓଡ଼ିଶାର ରେକର୍ଡ ବହୁତ ଭଲ ରହିଛି। ଉଭୟ ଦଳ ରଣଜୀ ଟ୍ରଫିରେ ପରସ୍ପରକୁ ତିନିଥର ଭେଟିଥିଲା ବେଳେ ସେଥିରୁ ଓଡ଼ିଶା ୨ଟି ମ୍ୟାଚରେ ବିଜୟୀ ହୋଇଛି ଏବଂ ଅନ୍ୟଟି ଅମୀମା˚ସିତ ରହିଥିଲା। ଅମୀମା˚ସିତ ମ୍ୟାଚ୍ରେ ଓଡ଼ିଶା ମଧ୍ୟ ପାଳି ଅଗ୍ରଣୀ ପାଇଥିଲା।
ଓଡ଼ିଶା ଓ ଗୋଆ ପ୍ରଥମ ଥର ପାଇଁ କଟକର ବାରବାଟୀ ଷ୍ଟାଡିୟମ୍ରେ ୨୦୦୩ରେ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍ରେ ଓଡ଼ିଶା ୯୯ ରନ୍ରେ ବିଜୟୀ ହୋଇଥିଲା। ଓଡ଼ିଶା ଟସ୍ ଜିତି ବୋଲି˚ କରିଥିଲା ବେଳେ ସ୍ବପ୍ନିଲ ଅସନୋଡକରଙ୍କ ୧୨୬* ରନ୍ ସହାୟତାରେ ଗୋଆ ୨୩୫ ରନ୍ କରିଥିଲା। ଦେବାଶିଷ ମହାନ୍ତି ୫, ବିପିନ ସି˚ହ ୩, ଶ୍ରୀକାନ୍ତ ଜେନା ୧ ଵିକେଟ୍ ଅକ୍ତିଆର କରିଥିଲେ। ଜବାବରେ ଓଡ଼ିଶା ପ୍ରଥମ ପାଳିରେ ୮ ଵିକେଟ ବିନିମୟରେ ୪୬୬ ରନ୍ କରି ପାଳି ଘୋଷଣା କରିଥିଲା। ପ୍ରଭଞ୍ଜନ ମଲ୍ଲିକ ୧୩୪*, ବିବିସିସି ମହାପାତ୍ର ୮୩, ସୁବ୍ରତ ବେହେରା ୮୭ ରନ୍ର ଯୋଗଦାନ କରିଥିଲେ। ୨୩୧ ରନ୍ର ଅଗ୍ରଣୀ ପାଇବା ପରେ ଗୋଆ ଅସମାପ୍ତ ଦ୍ବିତୀୟ ପାଳିରେ ମାତ୍ର ୧୩୨ ରନ୍ କରି ସମସ୍ତ ଵିକେଟ ହରାଇଥିଲା। ବିପିନ ମହାନ୍ତି ୫, ଦେବାଶିଷ ମହାନ୍ତି ଓ ସ˚ଜୟ ଶତପଥି ୨ ଵିକେଟ ଲେଖାଏଁ ପାଇଥିଲେ।
ଉଭୟ ଦଳଙ୍କ ମଧ୍ୟରେ ଦ୍ବିତୀୟ ମ୍ୟାଚ୍ ୨୦୦୫ ମସିହାରେ ମାରଗାଓଠାରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ ଅମୀମା˚ସିତ ରହିଥିଲା। ତେବେ ଓଡ଼ିଶା ପାଳି ଅଗ୍ରଣୀ ପାଇ ୨ ପଏଣ୍ଟ ହାସଲ କରିଥିଲା। ଏହି ମ୍ୟାଚ୍ରେ ପରେଶ ପଟେଲ, ସୁକାନ୍ତ ଖଟୁଆ ପଦାର୍ପଣ କରିଥିଲେ। ଟସ ଜିତି ବ୍ୟାଟି˚ ନେଇଥିବା ଗୋଆ ମନ୍ଦାର ଫାଡକେଙ୍କ ୯୭ ରନ୍ ସହାୟତାରେ ୨୩୫ ରନ୍ କରିଥିଲା। ଅଧିନାୟକ ଦେବାଶିଷ ମହାନ୍ତି ୪, ଦୀପକ ମଙ୍ଗରାଜ ୨, ସ˚ଜୟ ଶତପଥି ଓ ପରେଶ ପଟେଲ ୧ ଵିକେଟ ଲେଖାଏଁ ନେଇଥିଲେ। ଜବାବରେ ଓଡ଼ିଶା ପ୍ରଥମ ପାଳିରେ ପ୍ରଭଞ୍ଜନ ମଲ୍ଲିକଙ୍କ ୧୧୮, ରଶ୍ମୀ ପରିଡ଼ାଙ୍କ ୫୨, ନିର˚ଜନ ବେହେରାଙ୍କ ୬୮ ରନ୍ ସହାୟତାରେ ୩୩୩ ରନ୍ ସ˚ଗ୍ରହ କରିବା ସହ ୯୮ ରନ୍ର ଅଗ୍ରଣୀ ପାଇଥିଲା। ଗୋଆ ଦ୍ବିତୀୟ ପାଳିରେ ଖେଳ ଶେଷ ହେବା ବେଳକୁ ୫ଵିକେଟ ହରାଇ ୩୧୯ ରନ୍ କରିଥିଲା। ନିଖିଲ ହଲ୍ଦିପୁର ୧୧୦ ଓ ସାହିଲ ଧୂରି ୧୦୭* କରି ମ୍ୟାଚ୍ ଅମୀମା˚ସିତ ରଖିଥିଲେ।
ଏହି ଦୁଇ ଦଳଙ୍କ ଭିତରେ ଶେଷ ମ୍ୟାଚ୍ ୨୦୧୯ରେ ଭୁବନେଶ୍ବରର ବିକାଶ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏଥିରେ ଘରୋଇ ଦଳ ୨୭୬ ରନ୍ରେ ବିଜୟୀ ହୋଇଥିଲା। ଗୋଆ ଟସ୍ ଜିତି ବୋଲି˚ କରିଥିଲା ବେଳେ ସନ୍ଦୀପ ପଟ୍ଟନାୟକଙ୍କ ୧୦୦, ଶାନ୍ତନୁ ମିଶ୍ରଙ୍କ ୫୯, ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ୬୫ ରନ୍ ସହାୟତାରେ ଓଡ଼ିଶା ୩୫୨ ରନ୍ କରି ସମସ୍ତ ଵିକେଟ୍ ହରାଇଥିଲା। ପରେ ଗୋଆ ପ୍ରଥମ ପାଳି ୧୧୬ ରନ୍ରେ ସୀମିତ ରହିଥିଲା ବେଳେ ଓଡ଼ିଶାର ସୂର୍ଯ୍ୟକାନ୍ତ ପ୍ରଧାନ ୫, ରାଜେଶ ମହାନ୍ତି ୩, ବସନ୍ତ ମହାନ୍ତି ୨ ଵିକେଟ ଅକ୍ତିଆର କରିଥିଲେ। ୨୩୬ ରନ୍ର ଅଗ୍ରଣୀ ପାଇ ଦ୍ବିତୀୟ ପାଳିରେ ଓଡ଼ିଶା ମାତ୍ର ୧୫୧ ରନ୍ରେ ସମସ୍ତ ଵିକେଟ ହରାଇବାରୁ ୩୮୮ ରନ୍ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ଗୋଆର ଦ୍ବିତୀୟ ପାଳି ୧୧୧ ରନ୍ରେ ଶେଷ ହୋଇଯାଇଥିଲା। ବସନ୍ତ ମହାନ୍ତି ୪, ରାଜେଶ ମହାନ୍ତି ୫, ବିପ୍ଲବ ସାମନ୍ତରାୟ ୧ ଵିକେଟ ନେଇ ଦଳକୁ ଜିତାଇଥିଲେ।