ଭୁବନେଶ୍ବର: ଜମ୍ମୁ କଶ୍ମୀର ବିପକ୍ଷ ରଣଜୀ ମୁକାବିଲାରେ ଘରୋଇ ଓଡ଼ିଶା ଦଳ ରୋମାଞ୍ଚକ ଭାବେ ୩ ପଏଣ୍ଟ କରାୟତ୍ତ କରିନେଇଛି। ପ୍ରଥମ ପାଳିରେ ୨ ରନ୍ ଅଗ୍ରଣୀ ପାଇଥିବା ଓଡ଼ିଶା ସମ୍ମୁଖରେ ଶେଷ ଦିନରେ ବିଜୟ ଲକ୍ଷ୍ୟ ୨୬୯ ରନ୍ ଥିଲା। ମାତ୍ର ୧୪ ରନ୍ରେ ୩ ୱିକେଟ୍ ହରାଇବା ପରେ ଘରୋଇ ଦଳ ବିଜୟ ଆଶା ଛାଡ଼ି ପରାଜୟ ଆଶଙ୍କା ଭିତରେ ପଡ଼ିଯାଇଥିଲା। କେବଳ ମ୍ୟାଚ୍ ବଞ୍ଚାଇ ୩ ପଏଣ୍ଟ ନିଶ୍ଚିତ କରିବା ଲକ୍ଷ୍ୟରେ ଖେଳିଥିଲା। ଏହାକୁ ହାସଲ କରିବାରେ ସନ୍ଦୀପ ପଟ୍ଟନାୟକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିଲା। ସମସ୍ତ ବ୍ୟାଟର୍ ରନ୍ ଅପେକ୍ଷା ରକ୍ଷଣାତ୍ମକ ଖେଳିବାକୁ ପସନ୍ଦ କରିଥିଲେ। ପ୍ରଥମ ପାଳିରେ ଶତକ ଅର୍ଜନ କରି ଦଳକୁ ଅଗ୍ରଣୀ ଦେଇଥିବା ଅଧିନାୟକ ଗୋବିନ୍ଦ ପୋଦ୍ଦାର (୩୩ ବଲ୍ରୁ ୯ ରନ୍) ବେଶୀ କିଛି କରି ପାରି ନଥିଲେ। ତେବେ ସନ୍ଦୀପ ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳି ଅପରାଜିତ ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳକୁ ପରାଜୟରୁ ରକ୍ଷା କରିଥିଲେ। ସନ୍ଦୀପ ୨୨୨ ବଲ୍ ଖେଳି ୫୫* ରନ୍ କରିଥିଲେ। ତାଙ୍କୁ ବିପ୍ଳବ ସାମନ୍ତରାୟ (୧୨ ରନ୍, ୬୮ ବଲ୍) ଓ ରାଜେଶ ମହାନ୍ତି (୧୩ ରନ୍, ୬୦ ବଲ୍) ମଧ୍ୟ ପରାଜୟ ଟାଳିବାରେ ସହାୟତା କରିଥିଲେ। ଏପରିକି ଆଶୀର୍ବାଦ ସ୍ବାଇଁ (୨୪ ବଲ୍ରୁ ୨ ରନ୍) ଓ ସୁମିତ ଶର୍ମା (୨୯ ବଲ୍ରୁ ୨ ରନ୍) ଜମ୍ମୁ କଶ୍ମୀରର ବିଜୟ ଆଶାକୁ ଭାଙ୍ଗି ଦେଇଥିଲେ। ଖରାପ ଅଲୋକ ଯୋଗୁଁ ଅମ୍ପାୟାର ମ୍ୟାଚ୍ ବନ୍ଦ କରିବା ବେଳକୁ ଓଡ଼ିଶା ୮ ୱିକେଟ୍ ହରାଇ ୧୧୨ ରନ୍ କରିଥିବାରୁ ଅମୀମାଂସିତ ରହିଥିଲା।
ସୋମବାର ସକାଳେ ଜମ୍ମୁ କଶ୍ମୀର ୧୯୫/୪ରୁ ଖେଳ ଆରମ୍ଭ କରିଥିଲା। ଦଳ ଶେଷ ଦିନରେ ୧୪.୨ ଓଭର ଖେଳି ୨୭୦/୭ରେ ପାଳି ଘୋଷଣା କରିଥିଲା। ଅପରାଜିତ ବ୍ୟାଟର୍ ଅବ୍ଦୁଲ ସମଦ ପ୍ରଥମ ପାଳି ଭଳି ଏକା ଦ୍ବିତୀୟ ପାଳି ସମ୍ଭାଳି ବିଜୟ ସୁଯୋଗ ଦେଇଥିଲେ। ସେ ୧୦୮ ବଲ୍ରୁ ୧୦୮ ରନ୍ ସଂଗ୍ରହ କରି ଅପରାଜିତ ଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ ୩ ଓ କାର୍ତ୍ତିକ ବିଶ୍ବାଳ ୨ ୱିକେଟ୍ ନେଇଥିଲେ। ଦୁଇ ପାଳିରେ ଦୁଇଟି ଶତକ ଅର୍ଜନ କରିଥିବା ସମଦଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ସଂକ୍ଷିପ୍ତ ସ୍କୋର: ଜମ୍ମୁ କଶ୍ମୀର ପ୍ରଥମ ପାଳି ୨୭୦ (ଅବଦୁଲ୍ ସମଦ-୧୨୭, ସୁମିତ ଶର୍ମା-୫/୭୯, ରାଜେଶ ମହାନ୍ତି-୨/୪୭, ସୂର୍ଯ୍ୟକାନ୍ତ ପ୍ରଧାନ-୨/୫୦)। ଓଡ଼ିଶା ପ୍ରଥମ ପାଳି ୨୭୨ (ଗୋବିନ୍ଦ ପୋଦ୍ଦାର-୧୩୩*, ଅବିଦ୍ ମୁସ୍ତାକ୍-୪/୮୪, ଉମର ନାଜିର ମୀର୍-୩/୩୩)। ଜମ୍ମୁ କଶ୍ମୀର ଦ୍ବିତୀୟ ପାଳି ୭୩.୨ ଓଭରରେ ୨୭୦/୭, ଘୋଷଣା (ଅବଦୁଲ ସମଦ-୧୦୮*, ଶୁଭମ ଖଜୁରିଆ-୪୩, ଶୁଭମ ସିଂହ ପୁଦିର-୪୦, ସୂର୍ଯ୍ୟକାନ୍ତ ପ୍ରଧାନ-୩/୪୬, କାର୍ତ୍ତିକ ବିଶ୍ବାଳ-୨/୨୫, ଦେବବ୍ରତ ପ୍ରଧାନ-୧/୩୬, ସୁମିତ ଶର୍ମା-୧/୬୦)। ଓଡ଼ିଶା ଦ୍ବିତୀୟ ପାଳି ୮୦.୪ ଓଭରରେ ୧୧୨/୮ (ସନ୍ଦୀପ ପଟ୍ଟନାୟକ-୫୫*, ରାଜେଶ ମହାନ୍ତି-୧୩, ଉମାର ନଜିର-୨/୮, ସାହିଲ ଲୋଟ୍ରା-୨/୧୦, ଶୁଭମ ଖଜୁରିଆ-୨/୧୫, ଅବିଦ ମୁସ୍ତାକ-୨/୩୮)।
ଜମ୍ମୁ କଶ୍ମୀର ବିପକ୍ଷରୁ ମିଳିଲା ୩ ପଏଣ୍ଟ, ଅେସ୍ତ୍ରାପଚାର ପରେ ଶତକ
ଅେସ୍ତ୍ରାପଚାର ପରେ ଶତକ
ନୂଆଦିଲ୍ଲୀ: ତାମିଲନାଡୁ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍ରେ ଦିଲ୍ଲୀର ଯୁବ ବ୍ୟାଟର୍ ୟଶ ଧୂଲ୍ ଶତକ ଅର୍ଜନ ପରେ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇ ମାସରେ ତାଙ୍କର ହାର୍ଟ ସର୍ଜରି ହେବା ପରେ ପ୍ରତ୍ୟାବର୍ତ୍ତନକୁ ନେଇ ଅନିଶ୍ଚିତତା ରହିଥିଲା। କିନ୍ତୁ ସଫଳତାର ସହ ରଣଜୀ ପ୍ରତ୍ୟାବର୍ତ୍ତନ କରି ୧୯୭ ବଲ୍ରୁ ୧୦୫* ରନ୍ କରିଛନ୍ତି। ତାମିଲନାଡୁର ପ୍ରଥମ ପାଳି ରନ୍ ୬୭୪/୬ (ଘୋଷିତ) କୁ ପିଛା କରି ଦିଲ୍ଲୀ ୨୬୬ ରନ୍ରେ ଅଲ୍ଆଉଟ୍ ହୋଇ ଫଲୋଅନ୍ ଖେଳିଥିଲା।
ଦ୍ବିତୀୟ ପାଳିରେ ଦିଲ୍ଲୀ ୧୯୩/୮ ସ୍କୋର କରି ମ୍ୟାଚ୍କୁ ଅମୀମାଂସିତ ରଖିବାରେ ସଫଳ ହୋଇଥିଲା। କିନ୍ତୁ ରଣଜୀ ଋତୁ ପୂର୍ବରୁ ୟଶ ଯେଉଁ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ ତାହା ବହୁତ ଛୋଟ ଥିଲା ବୋଲି କହିଛନ୍ତି। ଜନ୍ମ ବେଳଠୁ ଏହି ସମସ୍ୟା ରହିଯାଇଥିଲା। ଯଦି ଏହାକୁ ଅଣଦେଖା କରିଥାନ୍ତେ, ଏହା ଗୁରୁତର ହୋଇଯାଇଥାନ୍ତା। ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମିରେ ଥିବା ବେଳେ ଏହି ସମସ୍ୟା ବିଷୟରେ ଜାଣିଲି। ତେଣୁ ସର୍ଜରି ପରେ ଆତ୍ମବିଶ୍ବାସ ଫେରି ପାଇବାକୁ ଏହି ଶତକ ଅତ୍ୟନ୍ତ ଜରୁରି ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/22/L8B92bVLRKqyf7Lt3IgF.jpg)