କଟକ: ପ୍ରାରମ୍ଭିକ ବିଫଳତା ସତ୍ତ୍ବେ ଯୁବ ବ୍ୟାଟର ଶାନ୍ତନୁ ମିଶ୍ରଙ୍କ ଲଢୁଆ ଅର୍ଧଶତକ ଯୋଗୁଁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ (ବି)ରେ ଚାଲିଥିବା ଏଲିଟ୍‌ ଗ୍ରୁପ୍‌ ଡି’ ମ୍ୟାଚ୍‌ରେ ମୁମ୍ବାଇ ବିପକ୍ଷ ପ୍ରଥମ ଦିନରେ ଓଡ଼ିଶା ୬ ଵିକେଟ ବିନିମୟରେ ୨୫୦ ରନ୍‌ କରିଛି। ଷ୍ଟମ୍ସ ଅପସାରଣ ବେଳକୁ ଅଭିଷେକ ରାଉତ ୩୫ ଓ ରାଜେଶ ମହାନ୍ତି ୧୭ ରନ୍‌ କରି ଅପରାଜିତ ଅଛନ୍ତି। ଗୁରୁବାର ସକାଳେ ଶୁଭ୍ରା˚ଶୁ ସେନାପତି ଟସ୍‌ ଜିତି ପ୍ରଥମେ ବ୍ୟାଟି˚ କରିବାକୁ ପସନ୍ଦ କରିଥିଳେ। ଦଳରେ ୪ ଖେଳାଳି ବଦଳ କରାଯାଇଥିଲା। ଅଭିଜ୍ଞ ବୋଲର ବସନ୍ତ ମହାନ୍ତିଙ୍କ ସ୍ଥାନରେ ପ୍ରଶାନ୍ତ ରଣା ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲା ବେଳେ ଖରାପ ପ୍ରଦର୍ଶନ କରୁଥିବା ଅନୁରାଗ ଷଡ଼ଙ୍ଗୀଙ୍କ ସ୍ଥାନରେ ହ˚କ˚ର ପୂର୍ବତନ ଅଧିନାୟକ ଅ˚ଶୁମାନ ରଥଙ୍କୁ ସାମିଲ କରାଯାଇଥିଲା। ଫଳରେ ଅ˚ଶୁମାନ ଭାରତରେ ରଣଜୀ ଜୀବନ ଆରମ୍ଭ କରିପାରିଛନ୍ତି। ଏମାନଙ୍କ ବ୍ୟତୀତ ସନ୍ଦୀପ ପଟ୍ଟନାୟକଙ୍କ ସ୍ଥାନରେ ଗୋବିନ୍ଦ ପୋଦ୍ଦାର ଓ ଦେବବ୍ରଦ ପ୍ରଧାନଙ୍କ ସ୍ଥାନରେ ପପୁ ରାଏଙ୍କୁ ଚୂଡ଼ାନ୍ତ ଦଳରେ ନିଆଯାଇଥିଲା।

Advertisment

ଶାନ୍ତନୁଙ୍କ ସହ ଦେବାଶିଷ ସାମନ୍ତରାୟ ପାଳି ଆରମ୍ଭ କରିଥିଲେ ବି ଦଶମ ଓଭରରେ ଏହି ଯୋଡ଼ି ଭାଙ୍ଗିଥିଲା। ଦେବାଶିଷ ୧୦ ରନ୍‌ କରି ଆଉଟ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ଅଧିନାୟକ ଶୁଭ୍ରା˚ଶୁ ସେନାପତି ପୁଣି ଥରେ ଖରାପ ପ୍ରଦର୍ଶନ କରି ୧୩ ରନ୍‌ରେ ନିଜ ଵିକେଟ ହରାଇଥିଲେ। ୩୬ ରନ୍‌ରେ ଦଳ ଦୁଇଟି ମୂଲ୍ୟବାନ ଵିକେଟ୍‌ ହରାଇବା ପରେ ଶାନ୍ତନୁ ତୃତୀୟ ଵିକେଟ୍‌ରେ ଗୋବିନ୍ଦ ପୋଦ୍ଦାର (୩୭)ଙ୍କ ସହ ୭୪, ଚତୁର୍ଥ ଵିକେଟରେ ଅ˚ଶୁମାନ ରଥ (୧୪)ଙ୍କ ସହ ୩୭ ଏବଂ ପଞ୍ଚମ ଵିକେ୍‌ଟରେ ରାଜେଶ ଧୂପର (୧୯)ଙ୍କ ସହ ୪୧ ରନ୍‌ ଯୋଡ଼ି ଦଳୀୟ ସ୍କୋର୍‌ ୨୦୦ ନିକଟତର କରାଇଥିଲେ। ଶାନ୍ତନୁ ୮୯ ରନ୍‌ କରିଥିଲା ବେଳେ ଧବଳ କୁଲକର୍ଣ୍ଣିଙ୍କ ଦ୍ବାରା ଏଲ୍‌ବିଡବ୍ଲୁ ଆଉଟ ହୋଇଥିଲେ। ଅଭିଷେକ ରାଉତ ପ୍ରଥମ ଦିନରେ ୨୫ ରନ୍‌ କରିଥିଲା ବେଳେ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦୦୦ ରନ୍‌ ଅତିକ୍ରମ କରିଛନ୍ତି। ମୁମ୍ବାଇ ପକ୍ଷରୁ ତନୁଷ କୋଟିଆନ ଓ ମୋହିତ ଅବସ୍ତି ୨ ଵିକେଟ ଲେଖାଏଁ ଅକ୍ତିଆର କରିଛନ୍ତି।

ସ˚କ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି ୯୦ ଓଭରରେ ୨୫୦/୬ (ଶାନ୍ତନୁ ମିଶ୍ର ୮୯, ଗୋବିନ୍ଦ ପୋଦ୍ଦାର ୩୭, ଅଭିଷେକ ରାଉତ ୩୫*, ମୋହିତ ଅବସ୍ତି ୨/୪୮, ତନୁଷ କୋଟିଆନ ୨/୬୫)।

ଇଶ୍ବରନ୍‌ଙ୍କ ଶତକ, ବେଙ୍ଗଲ ୩୨୯/୬
ବାରବାଟୀ ଷ୍ଟାଡିୟମରେ ବେଙ୍ଗଲ ଓ ଚଣ୍ତିଗଡ଼ ମଧ୍ୟରେ ଏଲିଟ୍‌ ଗ୍ରୁପ୍‌ ବି’ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗଲ ଷ୍ଟମ୍ସ ଅପସାରଣ ବେଳକୁ ୬ ଵିକେଟ ବିନିମୟରେ ୩୨୯ ରନ୍‌ କରିଛି। ଅଭିମନ୍ୟୁ ଇଶ୍ବରନ୍‌ ୧୧୪ ରନ୍‌ କରି ଆଉଟ ହୋଇଥିଲା ବେଳେ ଅନୁସ୍ତୁପ ମଜୁମଦାର ୯୫, ମନୋଜ ତିଵାରୀ ୪୨*, ସାୟନ ଶେଖର ମଣ୍ତଳ ୩୩* ରନ୍‌ କରିଛନ୍ତି। ଜଗତସି˚ହ ସାନ୍ଧୁ ୩, ଗୌରବ ଗମ୍ଭୀର ୨, ଯଶକରନଦୀପ ସି˚ହ ୧ ଵିକେଟ ନେଇଥିଲେ।

ହାଇଦ୍ରାବାଦ ୧୯୭, ବରୋଦା ୯୨/୨
ବିକାଶ ପଡ଼ିଆରେ ଆରମ୍ଭ ହୋଇଥିବା ମ୍ୟାଚ୍‌ରେ ପ୍ରଥମ ଦିନ ୧୨ ୱିକେଟ୍‌ ଝଡ଼ିଛି। ହାଇଦ୍ରାବାଦ ପ୍ରଥମେ ବ୍ୟାଟି˚ କରି ୧୯୭ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା ବେଳେ ବରୋଦା ପ୍ରଥମ ପାଳି ଷ୍ଟମ୍ସ ଅପସାରଣ ସୁଦ୍ଧା ୨ ଵିକେଟ୍‌ ବିନିମୟରେ ୯୨ ରନ୍‌ କରିଛି। ପ୍ରତ୍ୟୁଷ କୁମାର ୩୦, ଜ୍ୟେତ୍‌ସ୍ନିଲ ସି˚ହ ୧୩ ରନ୍‌ କରି ଆଉଟ ହୋଇଥିଲା ବେଳେ ଶିବାଲିକ ଶର୍ମା ୨୧*, ଅଭିମନ୍ୟୁ ସି˚ହ ରାଜପୁତ ୨୨* ରନ୍‌ କରି ଅପରାଜିତ ଅଛନ୍ତି। ଏଥିପୂର୍ବରୁ ସକାଳେ ବ୍ୟାଟି˚ କରିଥିବା ହାଇଦ୍ରାବାଦ ନିୟମିତ ବ୍ୟାଟି˚ ବିପର୍ଯ୍ୟୟର ଶିକାର ହୋଇଥିଲା। ତେବେ ଜାଭେଦ ଅଲ୍ଲିଙ୍କ ୬୫ ଓ ତନୟ ତ୍ୟାଗରାଜନଙ୍କ ୫୧ ରନ୍‌ ସହଯୋଗରେ ଦଳ ୧୯୭ ରନ୍‌ କରିପାରିଥିଲା। ପ୍ରତିପକ୍ଷର ଅତିତ ସେଠ ୫, ଲୁକମନ ମେରିଵାଲା ୨, ଭାର୍ଗବ ଭଟ୍ଟ ୧, ଅଭିମନ୍ୟୁ ସି˚ହ ୧ ଵିକେଟ ନେଇଥିଲେ।