କପିଳଙ୍କ ସହ ଅଭ୍ୟାସ କରିବେ ରଣବୀର

ନୂଆଦିଲ୍ଲୀ: ମେରିକମ୍, ପାନ୍ ସିଂହ ତୋମାର ଓ ଭାଗ୍ ମିଲଖା ଭାଗ୍ ଭଳି ଚଳଚ୍ଚିତ୍ରର ଅପୂର୍ବ ସଫଳତା ପରେ ରୂପେଲି ପରଦାରେ ଖୁବଶୀଘ୍ର ଆଉ ଏକ କ୍ରୀଡ଼ା ଭିତ୍ତିକ ଚଳଚ୍ଚିତ୍ର ଦେଖିବାକୁ ମିଳିବ। ଭାରତର ୧୯୮୩ ମସିହା ପ୍ରଥମ ବିଶ୍ବକପ୍ ବିଜୟକୁ ନେଇ ନିର୍ଦେଶକ କବିର ଖାନ୍ ‘୮୩’ ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ଏଥିରେ ରଣବୀର ସିଂହଙ୍କୁ ଭାରତର ତତ୍‌କାଳୀନ ଅଧିନାୟକ କପିଳଙ୍କ ଭୂମିକାରେ ଦେଖିବାକୁ ମିଳିବ। କପିଳଙ୍କ ଖେଳିବା ଶୈଳୀ, ଚାଲି ଚଳନ ଏବଂ ତାଙ୍କ ଭଳି ବ୍ୟାଟିଂ କରିବା ଶିଖିବା ଲାଗି ରଣବୀର ଖୁବଶୀଘ୍ର ତାଙ୍କ ସହ ଅଭ୍ୟାସ ଆରମ୍ଭ କରିବେ। ଏହା ପୂର୍ବରୁ ରଣବୀର ପ୍ରସିଦ୍ଧ ବୋଲର ବଲ୍‌ବିନ୍ଦର ସିଂହ ସାନ୍ଧୁଙ୍କ ସହ ଅଭ୍ୟାସ କରି ସାରିଛନ୍ତି। ସାନ୍ଧୁଙ୍କ ଚରିତ୍ରରେ ପଞ୍ଜାବୀ ଗାୟକ-ଅଭିନେତା ଆମି ମିର୍କ ଅଭିନୟ କରିବେ। ୩୩ ବର୍ଷୀୟ ରଣବୀର କପିଳଙ୍କ ସହ ପ୍ରାୟ ୩ ସପ୍ତାହ ଅଭ୍ୟାସ କରିବେ ବୋଲି ସୂଚନା ଦେଇଛନ୍ତି। ‘୮୩’ ୨୦୨୦ ଏପ୍ରିଲ ୧୦ ତାରିଖରେ ମୁକ୍ତିଲାଭ କରିବାର ସମ୍ଭାବନା ରହିଛି। କପିଳଙ୍କ ଚରିତ୍ରରେ ଅଭିନୟ କରିବା ମୋ ପାଇଁ ସମ୍ମାନର ବିଷୟ ବୋଲି ଉଲ୍ଲସିତ ରଣବୀର ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର