ମେଲ୍ବର୍ନ,: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ର ଦ୍ୱିତୀୟ ଦିନରେ ପୁରୁଷ ଏକକରେ ରୋଜର ଫେଡେରର୍, ନୋଭାକ ଜୋକୋଭିକ୍୍, ଡୋମିନିକ୍ ଥିମ୍, ଆଲେକ୍ସଜାଣ୍ଡର ଭେରେଭ୍, ଡେଭିଡ୍ ଗଫିନ୍ ଏବଂ ଷ୍ଟାନ୍ ଓ୍ଵାରିଙ୍କା ସହଜ ବିଜୟ ସହ ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ସେହିପରି ମହିଳା ଏକକରେ ସିମୋନା ହାଲେପ୍, ଗାର୍ବିନେ ମୁଗୁରୁଜା, କାରୋଲିନା ପ୍ଲିସ୍କୋଭା, ଜୋହାନା କୋଣ୍ଟା, ଆଞ୍ଜେଲିକ୍ କେର୍ବର, କାରୋଲିନା ଗାର୍ସିଆ, ବାର୍ବରା ଷ୍ଟ୍ରାଇକୋଭା ଏବଂ ମାରିଆ ସାରାପୋଭା ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ତେବେ ପୁରୁଷ ଏକକରୁ କାନାଡାର ମିଲୋସ୍ ରାଓନିକ୍ ଏବଂ ମହିଳା ଏକକରୁ ୨ ଥର ଓ୍ଵିମ୍ବିଲଡନ୍ ବିଜୟିନୀ ଚେକ୍ ଗଣରାଜ୍ୟର ପେଟ୍ରା କ୍ୱିତୋଭା ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି।
ପୂର୍ବ ବିଜେତା ସ୍ୱିଜରଲାଣ୍ଡ୍ର ଫେଡେରର୍ ୬-୩, ୬-୪, ୬-୩ ସେଟ୍ରେ ସ୍ଲୋଭେନିଆର ଅଲ୍ଜାଜ୍ ବେଦେନ୍ଙ୍କୁ, ପୂର୍ବତନ ଶୀର୍ଷ ଖେଳାଳି ଜୋକୋଭିକ୍ ୬-୧, ୬-୨, ୬-୪ ସେଟ୍ରେ ଆମେରିକାର ଡୋନାଲ୍ଡ ୟଙ୍ଗ୍ଙ୍କୁ, ଥିମ୍ ୬-୪, ୬-୪, ୬-୪ ସେଟ୍ରେ ଆର୍ଜେଣ୍ଟିନାର ଗୁଇଡୋ ପେଲାଙ୍କୁ ହରାଇ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ସେହିଭଳି ଜର୍ମାନିର ଭେରଭ୍ ୬-୧, ୭-୬, ୭-୫ ସେଟ୍ରେ ଥୋମାସ ଭାବିନୋଙ୍କୁ, ବେଲଜିୟମ୍ର ଗଫିନ୍ ୬-୭, ୬-୩, ୬-୨, ୬-୪ ସେଟ୍ରେ ମାଥିଆସ୍ ବାଚିଙ୍ଗରଙ୍କୁ ଏବଂ ସ୍ୱିଜରଲାଣ୍ଡ୍ର ଓ୍ଵାରିଙ୍କା ୬-୩, ୬-୪, ୨-୬, ୭-୬ ସେଟ୍ରେ ଲିଥୁନିଆର ରେକାର୍ଡସ୍ ବେରାଙ୍କିସ୍ଙ୍କୁ ଏବଂ ଥୋମାସ୍ ବର୍ଦିକ୍ ୬-୩, ୩-୬, ୬-୦ ଓ ୬-୧ ସେଟ୍ରେ ଡି ମିନେଉର୍ଙ୍କୁ ପରାସ୍ତ କରିଥିଲେ। ତେବେ ବିଶ୍ୱ ମାନ୍ୟତାର ପୂର୍ବତନ ତୃତୀୟ ଖେଳାଳି ରାଓନିକ୍ କଡ଼ା ସଂଘର୍ଷକରି ୭-୬, ୫-୭, ୪-୬, ୬-୭ ସେଟ୍ରେ ସ୍ଲୋଭାକିଆର
ଲୁକାସ ଲୋକୋଙ୍କଠୁ ହାରି ଯାଇଥିଲେ।
ମହିଳା ଏକକ ମୁକାବିଲାରେ ରୋମାନିଆର ହାଲେପ୍ ୭-୬, ୬-୧ ସେଟ୍ରେ ଅଷ୍ଟ୍ରେଲିଆର ଡେଷ୍ଟାନି ଆଇଭାଙ୍କୁ, ସ୍ପେନ୍ର ମୁଗୁରୁଜା ୬-୪, ୬-୩ ସେଟ୍ରେ ଜେସିକା ପୋଞ୍ଚେଟ୍ଙ୍କୁ, ଚେକ୍ ଗଣରାଜ୍ୟର ପି୍ଲସ୍କୋଭା ୬-୩, ୬-୪ ସେଟ୍ରେ ପାରାଗୁଏର ଭାରାନିକା କାପେଦେ ରୋଗ୍ଙ୍କୁ ଏବଂ ଅଷ୍ଟ୍ରେଲିଆର କୋଣ୍ଟା ୬-୩, ୬-୧ ସେଟ୍ରେ ଆମେରିକାର ମାଡିସନ୍ ବ୍ରିଙ୍ଗଲ୍ଙ୍କୁ ମାତ୍ ଦେଇ ଦ୍ୱିତୀୟ ପର୍ଯ୍ୟୟରେ ସ୍ଥାନ ପକ୍କା କରିଥିଲେ। ସେହଭଳି ଜର୍ମାନିର କେର୍ବର୍ ୬-୦, ୬-୪ ସେଟ୍ରେ ନିଜ ଦେଶର ଆନ୍ନା-ଲିନା ଫ୍ରାଏଡ୍ସାମ୍ଙ୍କୁ, ଫ୍ରାନ୍ସର ଗର୍ସିଆ ୭-୬, ୬-୩ ସେଟ୍ରେ ଜର୍ମାନିର କାରିନା ଓ୍ଵିଥ୍ଓ୍ଵଫ୍ଟଙ୍କୁ, ଚେକ୍ ଗଣରାଜ୍ୟର ଷ୍ଟ୍ରାଇକୋଭା ୬-୧, ୭-୫ ସେଟ୍ରେ ଆମେରିକାର କ୍ରିଷ୍ଟି ଅନ୍ଙ୍କୁ ଏବଂ ରୁଷିଆର ସାରାପୋଭା ୬-୧, ୬-୪ ସେଟ୍ରେ ଜର୍ମାନିର ତାଜନ ମାରିଆଙ୍କୁ ହରାଇଥିଲେ। ତେବେ କ୍ୱିତୋଭା ୩-୬, ୬-୪, ୮-୧୦ରେ ବୋସ୍ନିଆର ଅନ୍ଦ୍ରିଆ ପେଟ୍କୋଭିଙ୍କଠୁ ପରାସ୍ତ ହୋଇ ଅଭିଯାନ ଶେଷ କରିଥିଲେ।
ଅନ୍ୟପକ୍ଷରେ ଯୋଗ୍ୟତା ପର୍ଯ୍ୟାୟ ବାଧା ଅତିକ୍ରମ କରି ମୁଖ୍ୟ ପର୍ଯ୍ୟାୟରେ ପହଞ୍ଚିଥିବା ଭାରତୀୟ ତାରକା ୟୁକି ଭାମ୍ବ୍ରି ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ୧୨୨ ମାନ୍ୟତାପ୍ରାପ୍ତ ୨୫ ବର୍ଷୀୟ ୟୁକି ୬-୭, ୪-୬, ୩-୬ ସେଟ୍ରେ ମାର୍କସ୍ ବାଘଦାତିସ୍ଙ୍କଠୁ ହାରିଯାଇଥିଲେ। ପୂର୍ବରୁ ଦୁଇଥର ଅଷ୍ଟ୍ରେଲିଆନ୍ ଓପନ୍ (୨୦୧୫, ୨୦୧୬) ପହଞ୍ଚିଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟରୁ ହିଁ ୟୁକିଙ୍କ ଅଭିଯାନ ଶେଷ ହୋଇଥିଲା।
ରାଓନିକ୍, କ୍ୱିତୋଭା ବିଦା: ଫେଡେରର୍, ଜୋକୋଭିକ୍, ହାଲେପ୍, ସାରାପୋଭା ଆଗେଇଲେ
/sambad/media/post_attachments/wp-content/uploads/2018/01/Tennis.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)