ପ୍ୟାରିସ: ବ୍ରାଜିଲୀୟ ଫୁଟ୍ବଲ୍ ତାରକା ନେମାର ସୋମବାର ତାଙ୍କ ୨୬ତମ ଜନ୍ମ ଦିବସ ପାଳନ କରିଥିଲେ। ପ୍ରେମିକା ବ୍ରୁନା ମାରକ୍ୱେନ୍ ଏବଂ ପୁଅ ଡାଭି ଲୁକାଙ୍କ ସହ ତାଙ୍କ ଜନ୍ମଦିନ ଉତ୍ସବରେ ପାଖା ପାଖି ୨୦୦ ସ୍ୱତନ୍ତ୍ର ଅତିଥି ଯୋଗ ଦେଇଥିଲେ। ଏଥିରେ ପର୍ତୁଗାଲର ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଓ ଫର୍ମୁଲା ଓ୍ଵାନ୍ର ବିଶ୍ୱବିଜେତା ଲୁଇସ୍ ହାମିଲଟନ ମଧ୍ୟ ଥିଲେ। ଏପରିକି ଏହି ଉତ୍ସବକୁ ନେମାର ବ୍ରାଜିଲର ୫୦ ଜଣ ପ୍ରଶଂସକଙ୍କୁ ସାମିଲ କରିଥିଲେ। ସେମାନଙ୍କ ବିମାନ ଭଡ଼ା ସହ ରହିବା ଏବଂ ଖାଇବା ଖର୍ଚ ମଧ୍ୟ ସେ ବହନ କରିଥିଲେ। ନେମାର ସଂପ୍ରତି ଫ୍ରାନ୍ସର ପିଏସଜି ଦଳ ପକ୍ଷରୁ ଖେଳୁଛନ୍ତି। ଏହି ଦଳ ତାଙ୍କୁ ୨୦୧୭ ଅଗଷ୍ଟରେ ୨୦୦ ନିୟୁତ ପାଉଣ୍ଡ ଦେଇ କିଣିଥିଲା। ପିଏସ୍ଜି ସହ ନେମାର ୨୦୨୨ ପର୍ଯ୍ୟନ୍ତ ରହିବେ। ସୋମବାର ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଏବଂ ନେମାରଙ୍କ ଅତିଥି ରୋନାଲଡୋଙ୍କର ମଧ୍ୟ ଜନ୍ମଦିନ ଥିଲା।
ନିଆରା ନେମାର
/sambad/media/post_attachments/wp-content/uploads/2018/02/05neymar-birthday1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)