ନୂଆଦିଲ୍ଲୀ: ନୂଆବର୍ଷର ଆରମ୍ଭ ସହିତ ଗୁଜୁରାଟ ଟାଇଟାନ୍ସ (ଜିଟି) ପ୍ରଶଂସକଙ୍କ ମଧ୍ୟରେ ଏକ ପ୍ରକାର ଆଲୋଡ଼ନ ସୃଷ୍ଟି ହୋଇଛି। ଗୁଜୁରାଟ ଟାଇଟାନ୍ସ ଦଳ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପୂର୍ବରୁ ଅଧିନାୟକତ୍ୱର ଏକ ସମ୍ଭାବ୍ୟ ପରିବର୍ତ୍ତନକୁ ସୂଚିତ କରିଛି। ଗୁଜୁରାଟ ଟାଇଟାନ୍ସ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରିଛି ଯାହା ପ୍ରଶଂସକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଗୁଜୁରାଟ ଟାଇଟାନ୍ସ ଆଫଗାନିସ୍ତାନ ସ୍ପିନର ରସିଦ ଖାନଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, “ଏକ ନୂଆ କାହାଣୀ।” ଏହି ପୋଷ୍ଟରୁ ଅନୁମାନ କରାଯାଉଛି ଯେ ଶୁଭମାନ ଗିଲଙ୍କ ବଦଳରେ ରସିଦ ଖାନ ଦଳର ଅଧିନାୟକ ହେବେ। 

Advertisment

୨୦୨୨ରେ ଫ୍ରାଞ୍ଚାଇଜରେ ଯୋଗଦେବା ପରଠାରୁ ଲେଗ୍ ସ୍ପିନର ରସିଦ ଖାନ ଜିଟିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଅଟନ୍ତି। ଆଇପିଏଲ୍ ୨୦୨୫ ନିଲାମ ପୂର୍ବରୁ ଜିଟି ରସିଦଙ୍କୁ ୧୮ କୋଟି ଟଙ୍କାରେ କିଣିଥିଲା। ଯେଉଁଥିପାଇଁ ସେ ଗୁଜରାଟର ସବୁଠାରୁ ଦାମୀ ଖେଳାଳି ହୋଇଥିଲେ।

ଦୁନିଆର ସର୍ବୋତ୍ତମ ଟି-୨୦ ଖେଳାଳି ତଥା ମ୍ୟାଚ୍ ବିଜେତା ଭାବରେ ରସିଦ୍ ନିଜ ପାଇଁ ଅନ୍ୟ ଏକ ସ୍ଥାନ ବନାଇଛନ୍ତି। ସେ ଏହା ପୂର୍ବରୁ ଆଫଗାନିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକତ୍ୱ କରିଛନ୍ତି ଏବଂ ଦୁଇଥର ଗୁଜୁରାଟ ଟାଇଟାନ୍ସର ନେତୃତ୍ୱ ନେବାର ସୌଭାଗ୍ୟ ମଧ୍ୟ ପାଇଛନ୍ତି। ଆଇପିଏଲରେ ତାଙ୍କର ଅଧିନାୟକତ୍ୱ ୨୦୨୨ ସିଜନରେ ସିଏସକେ ବିପକ୍ଷରେ ଆରମ୍ଭ ହୋଇଥିଲା। 

ଗୁଜୁରାଟ ଟାଇଟାନ୍ସର ଏକ ପୋଡକାଷ୍ଟରେ ଅଧିନାୟକତ୍ୱ କରିବାର ଅଭିଜ୍ଞତା ବିଷୟରେ ରସିଦ୍ କହିଥିଲେ, 'ଏହା ଏକ ବିଶେଷ ମ୍ୟାଚ୍ କାରଣ ଏହା ଆଇପିଏଲରେ ଅଧିନାୟକ ଭାବରେ ମୋର ପ୍ରଥମ ମ୍ୟାଚ୍ ଏବଂ ରମଜାନର ସମୟ ଥିଲା। ମୁଁ ସେହରି ସମୟରେ ଉଠିଲି ଏବଂ ଆଶିଷ ନେହେରାଙ୍କଠାରୁ ଏକ ମେସେଜ ପାଇଲି, ଯେଉଁଥିରେ ଲେଖାଥିଲା, ଖାନ ସାହବ ରେଡି ହେଇଯାଆନ୍ତୁ। ଆଜି ହାର୍ଦ୍ଦିକ ପାଣ୍ଡ୍ୟା ଖେଳିପାରିବେ ନାହିଁ କାରଣ ତାଙ୍କ ଦେହ ଭଲ ନାହିଁ। ଗୁଜୁରାଟ ଟାଇଟାନ୍ସ ପାଇଁ ଅଧିନାୟକତ୍ୱ କରିବା ମୋର ଏକ ସ୍ୱପ୍ନ ଥିଲା।