ମନ କହୁଥିଲା ସଚିନ କେବେ ବି ଆଉଟ୍ ହୁଅନ୍ତେନି କି: ଲତିଫ୍‌

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ବର୍ଷବର୍ଷ ଧରି କଡ଼ା କ୍ରିକେଟ୍‌ ମୁକାବିଲା ହୋଇଆସୁଛି। ଯେତେବେଳେ ଭାରତୀୟ କ୍ରିକେଟ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଆସିଥିଲେ, ସେତେବେଳେ ଉଭୟ ଦଳଙ୍କ ମଧ୍ୟରେ ଅନେକ ଉତ୍କଣ୍ଠାପୂର୍ଣ୍ଣ ପ୍ରତିଦ୍ବନ୍ଦ୍ବିତା ହୋଇଥିବା ଲକ୍ଷ୍ୟ କରାଯାଇଛି। ପାକିସ୍ତାନ ବିପକ୍ଷରେ ସଚିନ୍‌ ମଧ୍ୟ ଅନେକ ସ୍ମରଣୀୟ ପାଳି ଖେଳିଛନ୍ତି, ଯାହାମଧ୍ୟରେ ୨୦୦୩ ବିଶ୍ବକପ୍‌ରେ ତାଙ୍କର ୯୮ ରନ୍‌ର ପାଳି ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଯଦିଓ ଏହି ପ୍ରତିଦ୍ବନ୍ଦୀ ବିପକ୍ଷରେ ସେ ଭାରତ ପାଇଁ ଜଣେ ମ୍ୟାଚ୍‌ ବିଜେତା ଭାବେ ସାବ୍ୟସ୍ତ ହୋଇପାରିଛନ୍ତି, ତଥାପି ପାକିସ୍ତାନର ପୂର୍ବତନ ଅଧିନାୟକ ରସିଦ ଲତିଫ ତାଙ୍କୁ ଜଣେ ସ୍ମରଣୀୟ ପ୍ରତିପକ୍ଷ ଭାବେ ବିବେଚନା କରିଛନ୍ତି।

ଏକ ୟୁଟ୍ୟୁବ ଭିଡିଓରେ ଲତିଫ କହିଛନ୍ତି ଯେ ଯେତେବେଳେ ସଚିନ୍‌ ବ୍ୟାଟି˚ କରିବାକୁ ଆସିଥାନ୍ତି, ସେତେବେଳେ ସେ ଆଉଟ୍‌ ହୁଅନ୍ତୁ ବୋଲି କେବେ ବି ଚାହିଁନଥାନ୍ତି। ଵିକେଟ୍‌ ପଛରେ ମୁଁ ଥିବାବେଳେ ଅନେକ ବ୍ୟାଟ୍ସମ୍ୟାନ ବ୍ୟାଟି˚ କରିବାକୁ ଆସିଥାନ୍ତି। କିନ୍ତୁ ସଚିନ୍‌ଙ୍କ ବ୍ୟାଟି˚କୁ ବହୁତ ଉପଭୋଗ କରିଥାଏ ବୋଲି ସେ କହିଛନ୍ତି। ଯେତେବେଳେ ବ୍ରାଏନ୍‌ ଲାରା, ରିକି ପଣ୍ଟି˚ କିମ୍ବା ଜାକ୍ କାଲିସ୍‌ ବ୍ୟାଟି˚ କରୁଥାନ୍ତି, ସବୁଥର ସେମାନଙ୍କୁ ଆଉଟ୍‌ କରିବା ପାଇଁ ଚିନ୍ତା କରୁଥାଏ। କିନ୍ତୁ ସମସ୍ତଙ୍କ ଭିତରୁ ସଚିନ୍‌ଙ୍କ ବ୍ୟବହାରରେ ସ୍ବତନ୍ତ୍ରତା ରହିଛି। ଯଦି ବି ଵିକେଟ୍‌ ପଛରୁ ମୁଁ କିଛିବି କହିଦିଏ, ସେ ତାହାର ପ୍ରତିକ୍ରିୟା ଦିଅନ୍ତିନାହିଁ ବର˚ ହସିଦେଇଥାନ୍ତି। କିନ୍ତୁ ଅନ୍ୟମାନେ ଏକ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୋଇଥାନ୍ତି। ସଚିନ୍‌ଙ୍କ ସହ ମହମ୍ମଦ ଆଝାରୁଦ୍ଦିନ୍‌ ମଧ୍ୟ ସମାନ ଧରଣର। ସେମାନେ ନିଜ ଢଙ୍ଗରେ ପ୍ରତିପକ୍ଷଙ୍କୁ ମୁକାବିଲା କରିଥାନ୍ତି। ଏଥିପାଇଁ ଵିକେଟ୍‌ରକ୍ଷକମାନେ ସଚିନ୍‌ଙ୍କୁ ସବୁବେଳେ ପ୍ରଶ˚ସା କରିଥାନ୍ତି। ସଚିନ୍‌ ଶତକୀୟ ପାଳି ଖେଳୁଥିଲା ବେଳେ ବୋଲରଙ୍କୁ ଆକ୍ରମଣ କରିଥାନ୍ତି, କିନ୍ତୁ ତାଙ୍କ ପାଟିରୁ ଗୋଟିଏ ହେଲେ ଶବ୍ଦ ବାହାରିନଥାଏ। ଏଭଳି ସମୟରେ ଵିକେଟ୍‌ରକ୍ଷକ ଭାବେ ତାଙ୍କୁ ଗାଳିଗୁଲଜ କରିବାକୁ ହୋଇଥାଏ, କିନ୍ତୁ ସେ ଅବିଚଳିତ ଭାବେ କୌଣସି ଜବାବ ଦେଇନଥାନ୍ତି ବୋଲି ଲତିଫ କହିଛନ୍ତି। ତାଙ୍କ ମତରେ, ଜଣେ କେବଳ ଗୋଟିଏ ପାଳି ଖେଳି ଚାଲିଯାଇଥାଏ, କିନ୍ତୁ ତାଙ୍କର ବ୍ୟବହାର ସବୁବେଳେ ସ୍ମରଣୀୟ ହୋଇ ରହିଯାଏ। ପଡ଼ିଆ ଭିତରେ ନିଜର ଆଚରଣ ପାଇଁ ଲୋକପ୍ରିୟ ଥିବା ଖେଳାଳିଙ୍କ ଭିତରେ ସଚିନ୍‌ ଶୀର୍ଷରେ ରହିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର