କଟକ : ଓଡ଼ିଶା ରଣଜୀ ଦଳର ପ୍ରଶିକ୍ଷକ ଭାବେ ପୁନଃନିଯୁକ୍ତି ପାଇଛନ୍ତି ରଶ୍ମିର˚ଜନ ପରିଡ଼ା। କ୍ରିକେଟ ପରାମର୍ଶଦାତା ସମିତିର ସୁପାରିସକ୍ରମେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ତାଙ୍କ ବ୍ୟତୀତ ପୂର୍ବତନ ଚୟନକର୍ତ୍ତା ଦୀପକ ମଙ୍ଗରାଜଙ୍କୁ ବୋଲି˚ ପ୍ରଶିକ୍ଷକ ଓ ପୂର୍ବତନ ଵିକେଟରକ୍ଷକ ଗୌତମ ଗୋପାଳଙ୍କୁ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ୨୦୧୮ରେ ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ରଶ୍ମି ପ୍ରଥମ ନିଯୁକ୍ତି ପାଇଥିଲା ବେଳେ ତାଙ୍କ ଅଧିନରେ ଓଡ଼ିଶା ରଣଜୀ ଦଳ ପ୍ରଦର୍ଶନ ପୂର୍ବାପେକ୍ଷା ଉନ୍ନତ ଥିବାରୁ ତାଙ୍କ ଉପରେ ଓସିଏ ପୁଣି ଥରେ ଆସ୍ଥା ପ୍ରକଟ କରିଛି। ଅନ୍ୟପକ୍ଷରେ ପୂର୍ବତନ ଵିକେଟ ରକ୍ଷକ ଗୌତମ ଗୋପାଳଙ୍କ ପାଖରେ ୪୫ ପ୍ରଥମ ଶ୍ରେଣୀ ଓ ୩୧ ଲିଷ୍ଟ ଏ’ ମ୍ୟାଚ୍ର ଅଭିଜ୍ଞତା ରହିଛି। ଓଡ଼ିଶା ସହିତ ରାଜସ୍ଥାନ ପାଇଁ ମଧ୍ୟ ସେ ମ୍ୟାଚ୍ ଖେଳିଛନ୍ତି।
ରଣଜୀ ପ୍ରଶିକ୍ଷକ ପଦ ବଜାୟ ରଖିଲେ ରଶ୍ମି
ଦୀପକଙ୍କୁ ବୋଲିଂ, ଗୋପାଳଙ୍କୁ କ୍ଷେତ୍ରରକ୍ଷଣ ଦାୟିତ୍ବ
/sambad/media/post_attachments/wp-content/uploads/2020/11/ccc-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)