କିଛି ନକରି କୀର୍ତ୍ତିମାନ ବହିରେ ରସିଦ

ଲଣ୍ଡନ: ଲର୍ଡସ୍‌ ଟେଷ୍ଟ୍‌ରେ ଇଂଲଣ୍ଡ ସ୍ପିନର ଆଦିଲ ରସିଦ ବ୍ୟାଟିଂ, ବୋଲିଂ, ରନ୍‌ ଆଉଟ୍‌ କିମ୍ବା ଗୋଟିଏ ହେଲେ ବି କ୍ୟାଚ୍‌ ନନେଇ ବିଜେୟୀ ଦଳର ସଦସ୍ୟ ହୋଇଥିଲେ। ଏଭଳି କରିବାରେ ସେ ଭାରତ ବିପକ୍ଷରେ ପ୍ରଥମ ଏବଂ ଟେଷ୍ଟ୍‌ ଇତିହାସର ଚର୍ତୁଦଶ ଖେଳାଳି ହୋଇଥିଲେ। ଦୀର୍ଘ ୧୩ ବର୍ଷ ପରେ ଇଂଲଣ୍ଡର କୌଣସି ଖେଳାଳି ମଧ୍ୟ ଏଭଳି ଅଦରକାରୀ କୀର୍ତ୍ତିମାନ କରିଥିଲେ। ୩୦ ବର୍ଷୀୟ ରସିଦ ଇଂଲଣ୍ଡର ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବା ନେଇ ଅନେକ ତର୍କ ବିତର୍କ ହୋଇଥିଲା। ହେଲେ ଲର୍ଡସ୍‌ରେ ଅଧିନାୟକ ଜୋ ରୁଟ୍‌ ତାଙ୍କୁ ଆଦୌ ଉପଯୋଗ କରି ନଥିଲେ। ୧୪୧ ବର୍ଷର ଟେଷ୍ଟ୍‌ ଇତିହାସରେ ରସିଦଙ୍କ ଛଡ଼ା ପର୍ସି ଚାପମ୍ୟାନ୍‌, ବ୍ରାଏନ ଭାଲେଣ୍ଟାଇନ୍‌, ବିଲ ଜନ୍‌ଷ୍ଟନ୍‌ (ଦୁଇ ଥର), ଏଜି କ୍ରିପାଲ ସିଂହ, ନରି କଣ୍ଟ୍ରାକ୍ଟର, କ୍ରେଗ୍‌ ମ୍ୟାକ୍‌ଡର୍ମାଟ୍‌, ଆସିଫ ମୁଜତାବା, ନିଲ୍‌ ମ୍ୟାକେଞ୍ଜି, ଆସ୍ୱେଲ୍‌ ପ୍ରିନ୍ସ, ଗ୍ୟାରେଥ୍‌ ବଟି, ଜ୍ୟାକ୍‌ ରୁଡଲ୍ଫ ଓ ଋଦ୍ଧିମାନ ସାହା କୌଣସି ଅବଦାନ ନ ରଖି ବିଜେୟୀ ଦଳର ସଦସ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର