ଭୁବନେଶ୍ୱର: ମୁକ୍ତେଶ୍ୱର କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ କୁଶ ପଟ୍ଟନାୟକ ସ୍ମାରକୀ ଏନ୍ଏମ୍ ଭୂୟାଁ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତା ଶନିବାରଠୁ ଆରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ ଜାଗ୍ରୁତି କ୍ରିକେଟ୍ ଏକାଡେମିକୁ ୯ ଓ୍ଵିକେଟ୍ରେ ପରାସ୍ତ କରି ରାଇଜିଂ ଷ୍ଟୁଡେଣ୍ଟ୍ ଅଭିଯାନ ଆରମ୍ଭ କରିଛି। ଟସ୍ ଜିତି ରାଇଜିଂ ଷ୍ଟୁଡେଣ୍ଟ୍ ପ୍ରତିପକ୍ଷକୁ ବ୍ୟାଟିଂ ପାଇଁ ଆହ୍ଵାନ କରିଥିଲା। ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ନିଷ୍ପତ୍ତିକୁ ବୋଲରମାନେ ଯଥାର୍ଥ ସାବ୍ୟସ୍ତ କରିଥିଲେ। ଅରବିନ୍ଦ ସିଂହ (୪/୩୫) ଓ ଆଲୋକ ସାହୁ (୩/୧୧) ଘାତକ ବୋଲିଂ କରି ଜାଗ୍ରୁତି ଦଳର ବିପର୍ଯ୍ୟୟ ଘଟାଇଥିଲା ବେଳେ ଧୀରାଜ ସିଂହ (୧/୧୨) ଓ ଅଭିଜିତ୍ ଘାନା (୧/୧୪) କଞ୍ଜୁସ୍ ବୋଲିଂ କରିଥିଲେ। ଫଳରେ ଜାଗ୍ରୁତି ଦଳ ୩୦.୧ ଓଭରରେ ୧୧୧ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇଥିଲା। ରଞ୍ଜିତ୍ ପାଇକରାୟ ସର୍ବାଧିକ ୨୪ ରନ୍ କରିଥିଲେ। ଜବାବରେ ରାଜେଶ ଧୂପର (୬୪)ଙ୍କ ଅପରାଜିତ ଅର୍ଧଶତକ ଓ ଆଲୋକ ସାହୁଙ୍କ ୩୦ ରନ୍ ବଳରେ ରାଇଜିଂ ଷ୍ଟୁଡେଣ୍ଟ୍ ୧୨ ଓଭରରେ କେବଳ ପ୍ରତୀକ ତ୍ରିପାଠୀ (୫)ଙ୍କ ଓ୍ଵିକେଟ୍ ହରାଇ ୧୧୪ ରନ୍ କରି ମ୍ୟାଚ୍ ଜିତି ନେଇଥିଲା। ଧୂପର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଧୂପରକୁ ବ୍ୟବସାୟୀ ନବକୁମାର ସେଠ୍ ପୁରସ୍କୃତ କରିଥିଲେ।
ବିଶିଷ୍ଟ ଶିଳ୍ପପତି ତାରାରଞ୍ଜନ ପଟ୍ଟନାୟକ, ମୁକ୍ତେଶ୍ୱର କ୍ଲବ୍ର ଉପସଭାପତି ନବରଞ୍ଜନ ପଟ୍ଟନାୟକ, ଦୁଇ ଆନ୍ତର୍ଜାତିକ କ୍ରିକେଟର୍ ଦେବାଶିଷ ମହାନ୍ତି ଓ ଶିବସୁନ୍ଦର ଦାସ, ସାମାଜିକ କର୍ମୀ ଜଗନ୍ନାଥ ପ୍ରଧାନ ଓ ଅମୀୟ ଦାସ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ।
କୁଶ ପଟ୍ଟନାୟକ ସ୍ମାରକୀ ଏନ୍ଏମ୍ ଭୂୟାଁ ଟ୍ରଫି ଆରମ୍ଭ
ରାଇଜିଂ ଷ୍ଟୁଡେଣ୍ଟ୍ର ବିଜୟ ଅଭିଯାନ
/sambad/media/post_attachments/wp-content/uploads/2018/02/NM-BHUyan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)