ରସେଲଙ୍କ ପାଳି ସହିତ ଏକାଧିକ କୀର୍ତ୍ତିମାନ ହୋଇଥିଲା। ୧୦୦ ରନ୍ ଭିତରେ ୫ ଓ୍ଵିକେଟ୍ ହରାଇବା ପରେ କୋଲ୍କାତା ୨୦୨ ରନ୍ କରିବା ଆଇପିଏଲ୍ରେ ସର୍ବୋଚ୍ଚ। ମଙ୍ଗଳବାର କୋଲ୍କାତା ୮୯/୫ରେ ଥାଇ ୨୦୨ ରନ୍ କରିଥିଲା। ୨୦୦୮ରେ କେକେଆର୍ ବିପକ୍ଷରେ ଡେକାନ୍ ଚାର୍ଜର୍ସ ୯୫ ରନରେ ୫ ଓ୍ଵିକେଟ୍ ହରାଇବା ପରେ ୧୮୧ ରନ୍ କରିଥିଲା। ଏହି କୀର୍ତିମାନ ମଙ୍ଗଳବାର ପଛରେ ପଡ଼ିଯାଇଥିଲା। ରସେଲ୍ ନିଜର ୭୫ ପ୍ରତିଶତ ରନ୍ ବାଉଣ୍ଡରି ଜରିଆରେ ପାଇଥିଲେ। କେକେଆର୍ ପାଳିର ମୋଟ ୧୭ ଛକା ଚେପକ୍ ପଡ଼ିଆ କୀର୍ତିମାନର ସମକକ୍ଷ ଥିଲା। ୨୦୧୦ରେ ଚେନ୍ନାଇ ରାଜସ୍ଥାନ ବିପକ୍ଷରେ ୧୭ ଛକା ମାରିଥିଲା। ୭ ନମ୍ବରରେ ଆସି ୮୮* ରନ୍ କରିବା ପରେ ରସେଲ ମଧ୍ୟ ସର୍ବାଧିକ ବ୍ୟକ୍ତିଗତ ସ୍କୋରର୍ ହୋଇଥିଲେ। ଅନ୍ୟପକ୍ଷରେ ଡ୍ଵାନ୍ ବ୍ରାଭୋ ଦୁଇଟି ଆଲୋଡା କୀର୍ତିମାନ କରିଥିଲେ। ସେ ପାଇଥିଲେ ୩-୦-୫୦-୦ ବୋଲିଂ ଚିତ୍ର। ଚତୁର୍ଥ ଥର ଟେ୍ଵଣ୍ଟି-୨୦ ଜୀବନରେ ୫୦ରୁ ଊର୍ଧ୍ୱ ରନ୍ ବ୍ୟୟ କରିଥିଲେ। ଆଇପିଏଲ୍ରେ କିନ୍ତୁ ସେ ପ୍ରଥମ ଥର ଏଭଳି ଭୋଗିଥିଲେ। ସେହିଭଳି ଗୋଟିଏ ପାଳିରେ ୭ ଛକା ବରଣ କରିବା ମଧ୍ୟ ବ୍ରାଭୋଙ୍କ ଦୁର୍ନାମ କରିଥିଲା।
ରସେଲ୍ ଓ ବ୍ରାଭୋଙ୍କ କୀର୍ତ୍ତିମାନ
/sambad/media/post_attachments/wp-content/uploads/2018/04/21-Russel.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)