େଓ୍ଵଷ୍ଟଇଣ୍ଡିଜ୍ ତାରକା ଆନ୍ଦ୍ରେ ରସେଲ ଆଇପିଏଲ୍ର ସବୁଠାରୁ ମୂଲ୍ୟବାନ ଖେଳାଳିର ମାନ୍ୟତା ଲାଭ କରିଛନ୍ତି। ସେଥିପାଇଁ ସେ ସବୁବେଳେ ମ୍ୟାଚ୍ଫିଟ୍ ରୁହନ୍ତୁ ବୋଲି କୋଲକାତା ନାଇଟ୍ ରାଇଡର୍ସ ଚାହୁଁଥିବ। ଟେ୍ଵଣ୍ଟି-୨୦ରେ ନାଟକୀୟ ମୋଡ଼ ଆଣି ପାରୁଥିବା ହାତଗଣତି ଖେଳାଳିଙ୍କ ମଧ୍ୟରୁ ରସେଲ ଅନ୍ୟତମ। କେବଳ ବ୍ୟାଟିଂ ନୁହେଁ ପ୍ରତି ମ୍ୟାଚ୍ରେ ଏହି ଦୁର୍ଦ୍ଧର୍ଷ ଜାମାଇକା ତାରକା ୩-୪ ଓଭର ବୋଲିଂ କରନ୍ତି ଯାହା ତାଙ୍କ ମହତ୍ୱକୁ ଦ୍ୱିଗୁଣିତ କରିଛି। ତାଙ୍କୁ ଦଳରେ ରଖି କୋଲକାତା ଏକ ବଢ଼ିଆ ନିଷ୍ପତ୍ତି ନେଇଛି।
ବର୍ଷ ସାରା ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟରୁ ଉଭେଇ ଯାଇଥିବା ସତ୍ତ୍ୱେ କୋଲକାତା ତାଙ୍କ ଉପରେ ଭରସା ଦେଖାଇଥିଲା। ଏବେ ତାର ସୁଫଳ ପାଉଛି। ରସେଲ ଏବେ ସେହି ଋଣ ଶୁଝୁଛନ୍ତି। ଅନ୍ୟତମ େଓ୍ଵଷ୍ଟଇଣ୍ଡିଜ୍ ଖେଳାଳି ସୁନୀଲ ନରିନଙ୍କର ମଧ୍ୟ କୋଲକାତା ସହ ଅବେଗପୂର୍ଣ୍ଣ ସଂପର୍କ ଗଢ଼ି ଉଠିଛି। ଚଳିତ ବର୍ଷ ଅବଶ୍ୟ ବ୍ୟାଟିଂରେ ସେ ସେତେଟା ସଫଳ ହୋଇ ନାହାନ୍ତି। ନୀତିଶ ରଣା ଭଲ ଖେଳୁଛନ୍ତି ଏବଂ ଦିଲ୍ଲୀ ଡେୟାର ଡେଭିଲ୍ସ ବିପକ୍ଷରେ ରବିନ ଉଥାପ୍ପା ଖେଳିଥିବା ଛୋଟିଆ ହେଲେ ମନୋରଞ୍ଜନ ଭରା ପାଳିକୁ ନେଇ କୋଲକାତା ବେଶ୍ ଉତ୍ସାହିତ ଥିବ। ଉଥାପ୍ପାଙ୍କୁ କିନ୍ତୁ ସଞ୍ଜୁ ସାମସନଙ୍କ ଭଳି ବଡ଼ ପାଳି ଖେଳିବାକୁ ହେବ। ୩୦କୁ ୭୦-୮୦ରେ ରୂପାନ୍ତର କରିବାକୁ ପଡ଼ିବ। ଯଦି ଉଥାପ୍ପା ଆଉ ଦୁଇ ତିନି ଥର ଏଭଳି କରି ପାରନ୍ତି ଏବଂ ନୀତିଶ ନିଜ ସଫଳତା ଦୋହରାଇ ପାରନ୍ତି ତାହାଲେ କୋଲକାତା ଏକ ଭଲ ସ୍ଥିତିରେ ପହଞ୍ଚିଯିବ।
ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଯୁବ ସାମସନ ଖେଳିଥିବା ଖେଳ ମୋତେ ବେଶ୍ ଆନନ୍ଦିତ କରିଥିଲା। ତାଙ୍କ ପାଖରେ କିଛି ଗୋଟାଏ ରହସ୍ୟମୟ ଶକ୍ତି ରହିଛି। ଏବେ ଅଧିକରୁ ଅଧିକ ରନ୍ କରି ତାହାକୁ ସାରା ବିଶ୍ୱକୁ ଦେଖାଇବାର ସମୟ ଆସି ଯାଇଛି। ସେ ଜଣେ ଓ୍ଵିକେଟ୍ ରକ୍ଷକ ବୋଲି ମଧ୍ୟ ସାମସନଙ୍କୁ ସମସ୍ତଙ୍କୁ ଜଣାଇବାକୁ ହେବ। ଚଳିତ ଘରୋଇ ଋତୁରେ ସେ କେରଳ ପକ୍ଷରୁ ଭଲ ପ୍ରଦର୍ଶନ କରିଛନ୍ତି। ରାଜସ୍ଥାନ ରୟାଲ୍ସକୁ କୋଲକାତା ଭେଟିଲା ବେଳେ ମୋର ନଜର କେବଳ ତାଙ୍କ ଉପରେ ରହିବ। (ଟିସିଏମ୍)
କେକେଆର ସହ ରସେଲଙ୍କ ଆବେଗପୂର୍ଣ୍ଣ ସଂପର୍କ ଗଢ଼ିଉଠିଛି :ହର୍ଷ ଭୋଗଲେ
/sambad/media/post_attachments/wp-content/uploads/2018/04/harsha-bhogle.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)