କଳିଙ୍ଗ କପ୍‌ ଜିତିଲା ରସୁଲଗଡ଼

ଭୁବନେଶ୍ବର: କଳିଙ୍ଗ ବିକାଶ ଯୁବ ପରିଷଦ ଆନୁକୂଲ୍ୟରେ ମଞ୍ଚେଶ୍ବର କ୍ରିକେଟ୍‌ ପଡ଼ିଆରେ ଆୟୋଜିତ କଳିଙ୍ଗ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଲକ୍ଷେଶ୍ବରକୁ ହରାଇ ରସୁଲଗଡ଼ ବିଜେତା ହୋଇଛି। ଫାଇନାଲ୍‌ରେ ନିର୍ଧାରିତ ୫ ଓଭରରେ ଲକ୍ଷେଶ୍ବର ୩୨ ରନ୍‌ କରିଥିଲା। ଜବାବରେ ରସୁଲଗଡ଼ ୪ ଓଭରରେ ମ୍ୟାଚ୍‌ ଜିତି ନେଇଥିଲା। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ମେୟର ଅନନ୍ତ ନାରାୟଣ ଜେନା ଏବଂ ଖୋର୍ଧା ଜିଲ୍ଲା ବିଜେଡ଼ି ଉପସଭାପତି ସୁବାଷ ପାତ୍ର ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଯଥାକ୍ରମେ ୧୫ ହଜାର ଓ ୧୨ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର