ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପୂର୍ବବିଜେତା ପାକିସ୍ତାନର ଶୋଚନୀୟ ବିଦାୟ ଏହି ଦେଶର ପ୍ରଶଂସକଙ୍କୁ ବ୍ୟଥିତ କରିଛି। ପ୍ରଥମ ଥର ବିଶ୍ବକପ୍ ଖେଳୁଥିବା ଆମେରିକା ଓ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତଠାରୁ ହାରିବା ପରେ ଦୁର୍ବଳ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଅଳ୍ପକେ ପରାଜୟରୁ ବର୍ତ୍ତି ଯାଇଥିଲା ପାକିସ୍ତାନ। ଏହା ପରେ ପ୍ରଶଂସକ ଓ ପୂର୍ବତନ କ୍ରିକେଟର୍ମାନେ ସାମାଜିକ ଗଣମାଧ୍ୟମରେ ପାକିସ୍ତାନୀ ଖେଳାଳିଙ୍କୁ ତାଚ୍ଛଲ୍ୟ କରିବାର କୌଣସି ବି ସୁଯୋଗ ହାତଛଡ଼ା କରୁନାହାନ୍ତି। ଏପରିକି ପାକିସ୍ତାନ ଖେଳାଳିଙ୍କୁ ଯେଉଁଠି ବି ଦେଖୁଛନ୍ତି, ଟାହି ଟାପରା କରୁଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ମଙ୍ଗଳବାର ଘଟିଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଘୂରି ବୁଲୁଥିବା ଏକ ଭିଡିଓରେ ପାକିସ୍ତାନ ଦ୍ରୁତ ବୋଲର ହାରିସ୍ ରୌଫଙ୍କୁ ଜଣେ ପ୍ରଶଂସକ ବିଶ୍ବକପ୍ ବିଦାୟକୁ ନେଇ ଚିଡ଼ାଉଥିଲା ବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇ ରୌଫ ତାଙ୍କୁ ମାଡ଼ ମାରିବାକୁ ଗୋଡ଼ାଉଛନ୍ତି। ରୌଫଙ୍କ ପତ୍ନୀ ତାଙ୍କୁ ରୋକିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ ଘାସ ଗାଲିଚା ଡେଇଁ ପ୍ରଶଂସକ ଜଣକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି। ସେଠାରେ ଉପସ୍ଥିତ ଥିବା କିଛି ଅନ୍ୟ ପ୍ରଶଂସକ ତାଙ୍କୁ କାବୁ କରି ନେଇଥିଲେ। ପ୍ରଶଂସକ ଜଣକୁ ରୌଫ ରାଗରେ ‘ତୁ ଭାରତୀୟ କି’ ବୋଲି ପ୍ରଶ୍ନ କରୁଛନ୍ତି। ପ୍ରଶଂସକ ଜଣକ ବି ତୁରନ୍ତ ଜବାବ ଦେଇ କହୁଛନ୍ତି ‘ନା ମୁଁ ଖାଣ୍ଟି ପାକିସ୍ତାନୀ’। ଏହି ଭିଡିଓ ଏବେ ପାକିସ୍ତାନରେ ଆଲୋଡ଼ନ ସୃଷ୍ଟି କରିଛି।
ପ୍ରଶଂସକଙ୍କୁ ପିଟିବାକୁ ଦୌଡ଼ିଲେ ରୌଫ
/sambad/media/post_attachments/wp-content/uploads/2024/06/sdgsgaddggdgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)