ଭୁବନେଶ୍ୱର: ଚଳିତ ସୋଆ ପ୍ରିମିୟର୍ ଲିଗ୍ (ଏସ୍ପିଏଲ୍) ଅନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ୍ ପ୍ରତିଯୋଗିତାରେ ଗୁରୁବାର ସମ୍ବଲପୁର ଓ ରେଭେନ୍ସା ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ସମ୍ବଲପୁର ୨୩ ରନ୍ରେ କିଟ୍କୁ ପରାସ୍ତ କରିଥିଲା। ରୋଶନ ପ୍ରସାଦଙ୍କ ୩୭ ରନ୍ର ବଳରେ ସମ୍ବଲପୁର ୧୦୦ ରନ୍ କରିଥିଲା। ଜବାବରେ କିଟ୍ ୧୯.୨ ଓଭରରେ ମାତ୍ର ୭୭ ରନ୍ କରି ବିଦାୟ ନେଇଥିଲା। ଅନ୍ୟ ଏକ ମ୍ୟାଚ୍ରେ ଏମ୍ଜି କାଶୀବିଦ୍ୟାପୀଠ ୮୧ ରନ୍ରେ ଓଡ଼ିଶା ଏନ୍ଏଲ୍ୟକୁ ପରାସ୍ତ କରିଥିଲା। କାଶୀର ୨୦୩/୫ ଜବାବରେ ଏନ୍ଏଲ୍ୟୁ ୧୨୨ ରନ୍ କରିଥିଲା। ରେଶନ୍ ପ୍ରସାଦ ଓ ପ୍ରବୀଣ ଯାଦବ (୫ ଓ୍ଵିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ବିବେଚିତ ହୋଇଥିଲେ। ଗ୍ରୁପ୍ ‘ସି’ରେ ବୁଧବାର ସେଞ୍ଚୁରିଅନ୍କୁ ୭୫ ରନ୍ରେ ପରାସ୍ତ କରି ରେଭେନ୍ସା ବିଶ୍ୱବିଦ୍ୟାଳୟ ସେମିଫାଇନାଲ୍କୁ ଉନ୍ନୀତ ହୋଇଥିବାବେଳେ ସମ୍ବଲପୁର ଦ୍ୱିତୀୟ ଦଳ ଭାବେ ଏହି ଯୋଗ୍ୟତା ଅର୍ଜନ କରିଛି।
ରେଭେନ୍ସା, ସମ୍ବଲପୁର ସେମିକୁ ଉନ୍ନୀତ
ଏସ୍ପିଏଲ୍
/sambad/media/post_attachments/wp-content/uploads/2018/01/1326048106_soa_league_2018.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)