ଫାଇନାଲରେ ପହଞ୍ଚିଲେ ରେସଲର ରବି ଦହିଆ, ଭାରତ ପାଇଁ ନିଶ୍ଚିତ କଲେ ଆଉ ଏକ ପଦକ

ଟୋକିଓ: ରେସଲର ରବି ଦହିଆ ଟୋକିଓ ଅଲିମ୍ପିକର ୫୭ କିଲୋଗ୍ରାମ ବର୍ଗର ସେମିଫାଇନାଲ ମ୍ୟାଚରେ ଜିତି ଫାଇନାଲକୁ ଉନ୍ନୀତ ହୋଇଛନ୍ତି | ରବି କାଜାଖୀସ୍ଥାନର ରେସଲର ସାନାୟେଭ ନୁରିସଲାମଙ୍କୁ ହରାଇ ଭାରତ ପାଇଁ ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି | ସୂଚନା ମୁତାବକ ଭାରତୀୟ ରେସଲର ରବି କୁମାର ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପୁରୁଷ ଫ୍ରିଷ୍ଟାଇଲ୍ ୫୭ କିଲୋଗ୍ରାମ ବର୍ଗରେ ଫାଇନାଲରେ ପ୍ରବେଶ କରିଛନ୍ତି |

ରବି ସେମିଫାଇନାଲରେ କାଜାଖସ୍ତାନର ରେସଲର ସାନାୟେଭ ନୁରିସଲାମଙ୍କୁ ପରାସ୍ତ କରିଛନ୍ତି। ଆରମ୍ଭରୁ ରବି କୁମାର ୫-୯ରେ ପଛରେ ଥିଲେ ବି -ପରେ ସେ ଦୃଢ ମୁକାବିଲା କରିଥିଲେ | ଏହି ବିଜୟ ସହିତ ସେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି। ରବି କୁମାର ହେଉଛନ୍ତି ଭାରତର ପଞ୍ଚମ ରେସଲର ଯିଏକି ଅଲିମ୍ପିକ୍ସରେ ରୌପ୍ୟ ପଦକ ପାଇବେ । ତାଙ୍କ ପୂର୍ବରୁ କେ.ଡି ଯାଦବ, ସୁଶୀଲ କୁମାର, ଯୋଗେଶ୍ୱର ଦତ୍ତ ଏବଂ ସାକ୍ଷୀ ମଲିକ ଅଲିମ୍ପିକ୍ କୁସ୍ତିରେ ଭାରତ ପାଇଁ ପଦକ ଜିତିଛନ୍ତି।

ସମ୍ବନ୍ଧିତ ଖବର