ନୂଆଦିଲ୍ଲୀ : ଦୁଇ ଦିନଧରି ଟ୍ରାଏଲ୍ସ ଚାଲିବା ପରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ଆଡ୍‌ହକ୍‌ କମିଟି ଏସୀୟ କ୍ରୀଡ଼ା ପାଇଁ ଦଳ ଘୋଷଣା କରିଛି। ଗ୍ରିକୋ ରୋମାନ, ପୁରୁଷ ଓ ମହିଳା ବର୍ଗର ଫ୍ରିଷ୍ଟାଇଲ୍‌ ପାଇଁ ୬ ଜଣ ଲେଖାଏଁ ଖେଳାଳିଙ୍କୁ ଚୟନ କରାଯାଇଛି। ତେବେ ମହିଳା ୫୩ କେଜି ଓ ପୁରୁଷ ୬୫ କେଜି ବର୍ଗରେ ଅନ୍ତିମ ପଙ୍ଘଲ ଓ ବିଶାଳ କାଲିରମଣଙ୍କୁ ‌ଭିନେଶ ଫୋଗତ ଓ ବଜରଙ୍ଗ ପୁନିଆଙ୍କ ଷ୍ଟାଣ୍ଡବାଏ ‌ଭାବେ ରଖାଯାଇଛି। ହେଲେ ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ରବି କୁମାର ଦାହିୟା ଟ୍ରାଏଲ୍ସର ପ୍ରଥମ ରାଉଣ୍ଡରୁ ବିଦା ହୋଇ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହାନ୍ତି। ଅତୀଶ ତୋଡ଼କର ତାଙ୍କୁ ପରାସ୍ତ କରିଥିଲେ ହେଁ ୫୭ କେଜି ଓଜନବର୍ଗରୁ ୨୩ ବର୍ଷରୁ କମ୍‌ ଖେଳାଳି ଅମନ ସେରାୱତ ଯୋଗ୍ୟତା ହାସଲ କରିଥିଲେ। ସେହିପରି ମହିଳାଙ୍କ ମଧ୍ୟରେ ବିଶ୍ବ ଚାମ୍ପିଅନ୍‌ସିପ୍‌ ପଦକ ବିଜେତା ସରିତା ମୋର୍‌ ଓ ଅଂଶୁ ମଲ୍ଲିକ ଏସିଆଡ୍‌ ଯୋଗ୍ୟତା ପାଇପାରିନାହାନ୍ତି। ଅଲମ୍ପିଆନ୍‌ ସାକ୍ଷୀ ମଲ୍ଲିକ ଟ୍ରାଏଲ୍ସରେ ଭାଗ ନନେବାରୁ ସେ ମଧ୍ୟ ଏହି କ୍ରୀଡ଼ା ପ୍ରତିଯୋଗିତାରୁ ବଞ୍ଚିତ ହୋଇଛନ୍ତି।

Advertisment

ଭାରତୀୟ ଗ୍ରିକୋ-ରୋମାନ ଦଳ: ଜ୍ଞାନେନ୍ଦ୍ର (୬୦ କେଜି), ନୀରଜ (୬୭ କେଜି), ବିକାଶ (୭୭ କେଜି), ସୁନୀଲ କୁମାର (୮୭ କେଜି), ନରିନ୍ଦର ଚିମା (୯୭ କେଜି), ନବୀନ (୧୩୦ କେଜି)।

ଭାରତୀୟ ମହିଳା ଫ୍ରିଷ୍ଟାଇଲ୍‌ ଦଳ: ପୂଜା ଗେହଲଟ (୫୦ କେଜି), ଭିନେଶ ଫୋଗତ (୫୩ କେଜି), ମାନସୀ ଅହଲୱତ (୫୭ କେଜି), ସୋନମ ମଲିକ (୬୨ କେଜି), ରାଧିକା (୬୮ କେଜି), କିରଣ (୭୬ କେଜି)।

ଭାରତୀୟ ପୁରୁଷ ଫ୍ରିଷ୍ଟାଇଲ୍‌ ଦଳ: ଅମନ ସେରାୱତ (୫୭ କେଜି), ବଜରଙ୍ଗ ପୁନିଆ (୬୫ କେଜି), ୟଶ (୭୪ କେଜି), ଦୀପକ ପୁନିଆ (୮୬ କେଜି), ଭିକି (୯୭ କେଜି), ସୁମିତ (୧୨୫ କେଜି)।