ପୁଣି ଥରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେଲେ ରବି ଶାସ୍ତ୍ରୀ
ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ୍କୁ ମୁଖ୍ୟ କୋଚ୍ ମିଳିଛି। ରବି ଶାସ୍ତ୍ରୀ ଆଗକୁ ମଧ୍ୟ ଟିମ୍ ଇଣ୍ଡିଆର ଦାୟିତ୍ୱ ଜାରି ରଖିବେ ବୋଲି ଶୁକ୍ରବାର ସନ୍ଧ୍ୟାରେ ଘୋଷଣା ହୋଇଛି। ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଳ ଦେବ ମୁମ୍ବାଇରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। କପିଳ କହିଛନ୍ତି, ରବି ଶାସ୍ତ୍ରୀଙ୍କ ସମସ୍ତ ପ୍ରକାରର ପ୍ରଦର୍ଶନକୁ ଭିତ୍ତି କରି ତାଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ପୁଣି ଥରେ ଚୟନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
The CAC reappoints Mr Ravi Shastri as the Head Coach of the Indian Cricket Team. pic.twitter.com/vLqgkyj7I2
— BCCI (@BCCI) August 16, 2019
ମୁମ୍ବାଇରେ କପିଳ ଦେବଙ୍କ ନେତୃତ୍ୱରେ କ୍ରିକେଟ ପରାମର୍ଶ କମିଟି ୬ ଜଣ ସର୍ଟଲିଷ୍ଟ ହୋଇଥିବା କ୍ରିକେଟରଙ୍କର ସାକ୍ଷାତକାର ନେଇଥିଲା। ଏହି ପଦବୀ ପାଇଁ ପ୍ରାୟ ୨ ହଜାର ପ୍ରାର୍ଥୀ ଆବେଦନ କରିଥିଲେ। ତେବେ ସମସ୍ତ ପାରାମିଟରକୁ ଆଧାର କରି ରବି ଶାସ୍ତ୍ରୀଙ୍କ ନାମ ଚୟନ କରାଯାଇଛି।
ସୂଚନାଯୋଗ୍ୟ ଅଧିନାୟକ ବିରାଟ କୋହଲି ବର୍ତ୍ତମାନର କୋଚ୍ ରବି ଶାସ୍ତ୍ରୀଙ୍କୁ ନେଇ ବଡ ବୟାନ ଦେଇଥିଲେ। ଏବେ ପୂରା ଟିମ୍ର ଖେଳାଳି ରବି ଶାସ୍ତ୍ରୀଙ୍କୁ ନେଇ ଖୁସି ଅଛନ୍ତି ବୋଲି କୋହଲି କହିଥିଲେ। ତେଣୁ ରବି ଶାସ୍ତ୍ରୀଙ୍କ ଉପରେ ବିସିସିଆଇ ପୁଣିଥରେ ଭରସା କରିଛି।
ଶାସ୍ତ୍ରୀଙ୍କ ସମେତ ଅନ୍ୟ ଦୁଇ ଭାରତୀୟ ମଧ୍ୟ ୬ ଜଣିଆ ତାଲିକାରେ ସାମିଲ ଥିଲେ। ପୂର୍ବତନ କ୍ରିକେଟର ଲାଲଚାନ୍ଦ ରାଜପୁତ ଓ ରବିନ ସିଂ ମୁଖ୍ୟ କୋଚ ରେସରେ ଥିଲେ। ବିଦେଶୀ କୋଚ୍ ଭାବେ ମାଇକ ହାସନ, ଟମ ମୁଡି ଓ ଫିଲ ସିମୋନ୍ସଙ୍କୁ ମଧ୍ୟ ମୁଖ୍ୟ କୋଚ୍ ପାଇଁ ଦାବିଦାର ଥିଲେ।