ସେଞ୍ଚୁରିଅନ: ଅଧିନାୟକ ବିରାଟଙ୍କୁ ପ୍ରଶଂସା କରିବା ପାଇଁ ଅକ୍ସଫୋର୍ଡ଼ର ନୂଆ ଡ଼ିକ୍ସିନାରି ଆଣିବାକୁ ପଡ଼ିବ ବୋଲି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କହିଛନ୍ତିା ସେ କହିଛନ୍ତି, ବର୍ତ୍ତମାନ ସମୟରେ କୋହଲି ହେଉଛନ୍ତି ସବୁଠାରୁ ଭଲ ବ୍ୟାଟସ୍ମ୍ୟାନ। କୋହଲି ଦକ୍ଷିଣ ଆଫ୍ରିକାରେ ଶନିବାର ଶେଷ ହୋଇଥିବା ୬ଟି ଦିନିକିଆ ଶୃଙ୍ଖଳାରେ ୩ଟି ଶତକ ହାସଲ ସହିତ ୫୫୮ରନ ସଂଗ୍ରହ କରିଛନ୍ତି । ଏଥି ସହିତ ସେ ‘ମ୍ୟାନ ଅଫ୍ ଦ ମ୍ୟାଚ୍’ ପୁରସ୍କାର ଓ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ପାଇଛନ୍ତି।
ଶୃଙ୍ଖଳା ଜିତିବା ପରେ ଶାସ୍ତ୍ରୀ ଏକ ସମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସାମ୍ବାଦିକମାନଙ୍କର ପ୍ରଶ୍ନରେ ଉତ୍ତର ରଖିଥିଲେ। ସମ୍ମିଳନୀରେ ବିରାଟଙ୍କ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ କଣ ଉପନାମ ଦେବେ ବୋଲି ସାମ୍ବାଦିକ ମାନେ ପ୍ରଶ୍ନ କରିବାରୁ ଶାସ୍ତ୍ରୀ କହିଥିଲେ ଯଦି ମୁଁ ଆପଣଙ୍କ ସ୍ଥାନରେ ଥାଆନ୍ତି ତେବେ ଶବ୍ଦ ଠିକ୍ କରିବା ପାଇଁ ଅକ୍ସଫୋର୍ଡ଼ ଡ଼ିକ୍ସିନାରି ଆଣି ଥାଆନ୍ତି । ଏହା କେବଳ ବିରାଟ କରିଥିବା ରନ୍ର କଥା ନୁହେଁ, ଏହା ସେ କରିଥିବା ରନ୍ ପରେ ଟିମ୍ ଉପରେ ପଡ଼ିଥିବା ପ୍ରଭାବର କଥା ।
/sambad/media/post_attachments/wp-content/uploads/2018/02/62958334-300x225.jpg)
ବର୍ତ୍ତମାନ ସମୟରେ ପୂରା ବିଶ୍ୱରେ ବୋଧେ ତାଙ୍କ ଠାରୁ ଭଲ ବ୍ୟାଟ୍ସମ୍ୟାନ କିଏ ଥିବେ ବୋଲି କହି ସେ ଉତ୍ତର ରଖିଥିଲେ । ଏହା ସହ ସେ କୁଲଦୀପ ଯାଦବ ଏବଂ ଯୁଜବେନ୍ଦ୍ର ଚହଲଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ଭାରତର ଏହି ଦୁଇ ଜଣ ବୋଲର ଶେଷ ମୁକାବିଲାରେ ଗୁରୁତ୍ୱପୁର୍ଣ୍ଣ ଭୁମିକା ନେଇଥିଲେ । ଶାସ୍ତ୍ରୀ କହିଛନ୍ତି, ଏହି ଦକ୍ଷିଣ ଆଫ୍ରିକା ଗସ୍ତରୁ ବହୁତ କିଛିବାକୁ ମିଳିଛି, ଯାହାକି ତାଙ୍କୁ ବିଶ୍ୱ କପ ଖେଳିବାରେ ସାହାଯ୍ୟ କରିବ।