ନୂଆଦିଲ୍ଲୀ : ଭାରତର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଯୁବ ୱିକେଟ୍ରକ୍ଷକ ଋଷଭ ପନ୍ତଙ୍କ ଖରାପ ପ୍ରଦର୍ଶନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ହେଲେ ରାତାରାତି କେହି ସଫଳ ହୋଇପାରନ୍ତିନି ବୋଲି କହିଛନ୍ତି। ପନ୍ତ୍ଙ୍କ ପ୍ରଦର୍ଶନକୁ ନେଇ ପ୍ରଶଂସକମାନେ ସମାଲୋଚନା କରୁଥିବା ବେଳେ ଶାସ୍ତ୍ରୀ ପ୍ରଶଂସକଙ୍କୁ ଚୁପ୍ ରହି ତାଙ୍କୁ ଭୁଲ୍ ସୁଧାରିବାର ସୁଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି।
ପନ୍ତ୍ ଦଳରେ ନବାଗତ ତଥା ଯୁବ ଖେଳାଳି ହୋଇଥିବାରୁ ତାଙ୍କ ଠାରୁ ଦଳ ସର୍ବଦା ଭଲ ଖେଳ ଆଶା ରଖୁନାହିଁ କି ଗୋଟିଏ ଦିନରେ ସଫଳତାର ଶୀର୍ଷରେ ପହଞ୍ଚିବାକୁ କହୁନାହିଁ। କିନ୍ତୁ ଦଳରେ ସ୍ଥାନ ପାଇବାକୁ ହେଲେ ନିଜ ଭୁଲକୁ ସୁଧାରିବା ସହିତ ସ୍ଥିର ପ୍ରଦର୍ଶନ କରିବାକୁ ପଡିବ ବୋଲି ଶାସ୍ତ୍ରୀ କହିଛନ୍ତି। ଦଳରେ କ୍ରମାଗତ ଭାବେ ସ୍ଥାନ ପାଉଥିଲେ ମଧ୍ୟ ଖରାପ ପ୍ରଦର୍ଶନକୁ ନେଇ ପନ୍ତ ବାରମ୍ବାର ପ୍ରଶଂସକଙ୍କ ଦ୍ବାରା ସମାଲୋଚନାର ଶିକାର ହେଉଛନ୍ତି। ଯାହାକୁ ନେଇ ଶାସ୍ତ୍ରୀ ତାଙ୍କୁ ଦିନକରେ ସୁପରଷ୍ଟାର ହେବାର ଅଭିଳାଷକୁ ମନା କରିବା ସହିତ ତାଙ୍କୁ କଠିନ ପରିଶ୍ରମ ଜରିଆରେ ନିଜର ତ୍ରୁଟି ସୁଧାରିବାକୁ ପରାମର୍ଶ ଦେଇଛନ୍ତି।