ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟର ତଥା ବ୍ୟାଟସମ୍ୟାନ ବିରାଟ କୋହଲି ହଠାତ୍ ଟେଷ୍ଟ କ୍ରିକେଟରୁ ଅବସର ନେବା ଘଟଣା ଚର୍ଚ୍ଚାର ପରିସରରେ ରହିଛି। ବିରାଟଙ୍କ ଏହି ଅବସର ନିଷ୍ପତ୍ତି ସମସ୍ତ ଖେଳପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।
ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଉଙ୍କି ମାରିଛି କି ବିରାଟ ହଠାତ କାହିଁକି ଅବସର ନେଲେ? ଏ ପ୍ରସଙ୍ଗରେ ପୂର୍ବତନ ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀ ଆଲୋଚନା କରି କହିଛନ୍ତି, ‘ବିରାଟ କୋହଲି ମଇ ୧୨ ତାରିଖରେ ତାଙ୍କର ଅବସର ଘୋଷଣା କରିଥିଲେ। ଟେଷ୍ଟରେ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋରର କରିବାରେ କୋହଲି ଚତୁର୍ଥ ଖେଳାଳି ରହିଛନ୍ତି। ସେ ଟେଷ୍ଟ ମ୍ୟାଚରେ ୯୨୩୦ ରନ ଏବଂ ୩୦ ଶତକ ମାରିଛନ୍ତି। ୬୮ଟି ଟେଷ୍ଟ ମ୍ୟାଚ ମଧ୍ୟରୁ ୪୦ଟି ମ୍ୟାଚରେ ବିରାଟ ବିଜୟୀ ହୋଇଛନ୍ତି।
ଅବସର ଘୋଷଣାର ଗୋଟିଏ ସପ୍ତାହ ପୂର୍ବରୁ କୋହଲିଙ୍କ ସହ କଥା ହୋଇଥିଲି। ଆଲୋଚନା ସମୟରେ କୋହଲି କହିଥିଲେ ସେ ଦଳକୁ ସବୁକିଛି ଦେଇଛନ୍ତି ଏଥିପାଇଁ ତାଙ୍କର କୌଣସି ଅନୁତାପ ନାହିଁ।କୋହଲିଙ୍କ ଖେଳ ପ୍ରତିଥିବା ଆଗ୍ରହ ତାଙ୍କର ଶୀଘ୍ର ଅବସରର କାରଣ ରହିଛି। ଖେଳ ପାଇଁ ସେ ଦିନରାତି ଏକ କରି ଦେଇଥାଆନ୍ତି। ଏବେ ତାଙ୍କ ଶରୀର ବିଶ୍ରାମ ଚାହୁଁଛି। ବିଶ୍ରାମ ନ ନେଲେ ସେ କ୍ଳାନ୍ତ ହୋଇପଡ଼ିବେ।
ଖେଳ ପ୍ରତି କୋହଲିଙ୍କର ଆଗ୍ରହ ଥିଲା ଓ ରହିଥିବ ମଧ୍ୟ। କୋହଲି ଯେକୌଣସି ନିଷ୍ପତ୍ତି ନିଅନ୍ତି ଅନେକ ଭାବିଚିନ୍ତି ନେଇଥାଆନ୍ତି। ସେ କିଛି କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ସେ ସେଥିରେ ତାଙ୍କର ୧୦୦% ଦିଅନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/16/DwNK0TYKhn53GxQoATJw.jpg)