ଆଉ ୨ ବର୍ଷ ପାଇଁ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ଭାବେ ଶାସ୍ତ୍ରୀଙ୍କ ଚୁକ୍ତି ନବୀକୃତ, ଖୁସି ହେବା ପରି ଦରମା ବଢ଼ିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ହେଡ୍‌ କୋଚ ଭାବେ ରବି ଶାସ୍ତ୍ରୀଙ୍କର ଚୁକ୍ତି ନବୀକରଣ ହେବା ପରେ ତାଙ୍କର ଦରମା ଆଶାତୀତ ଭାବେ ବୃଦ୍ଧି ପାଇଛି। ପୂର୍ବରୁ ଶାସ୍ତ୍ରୀଙ୍କ ବାର୍ଷିକ ଦରମା ୮ କୋଟି ଟଙ୍କା ଥିବା ବେଳେ ଏବେ ଦରମାର ୨୦ ପ୍ରତିଶତ ବୃଦ୍ଧି ପାଇ ୯.୫ କୋଟିରେ ପହଞ୍ଚିଛି। ୫୭ ବର୍ଷିଅ ଶାସ୍ତ୍ରୀ ବର୍ତ୍ତମାନ ବର୍ଷକୁ ପାଖାପାଖି ୧୦ କୋଟି ଟଙ୍କା ରୋଜଗାର କରିବେ। ତାଙ୍କର ଚୁକ୍ତି ନବୀକରଣ ହେବା ପରେ କାର୍ଯ୍ୟକାଳ ୨ ବର୍ଷ ବଢ଼ାଇ ଦିଆଯାଇଛି। ସେ ୨୦୨୧ ଟି୨୦ ବିଶ୍ୱ କପ୍‌ ବେଳକୁ ଅବସର ନେବେ।

News18.com

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅନ୍ୟ ସଦସ୍ୟଙ୍କ ସହ ସପୋର୍ଟ ଷ୍ଟାଫ୍‌ମାନଙ୍କର ବି ଦରମା ବୃଦ୍ଧି ହୋଇଛି। ବୋଲିଂ କୋଚ୍‌ ଭାରତ ଅରୁଣ ଏବଂ ଫିଲ୍ଡିଂ କୋଚ୍‌ ଆର୍‌ ଶ୍ରୀଧର ୩.୫ କୋଟି ଟଙ୍କା ଲେଖାଏ ପାଇବେ ବୋଲି ଆଶା କରାଯାଉଛି। ନବନିଯୁକ୍ତ ବ୍ୟାଟିଂ କୋଚ୍‌ ବିକ୍ରମ ରାଥୋଡ ପାଇବେ ବାର୍ଷିକ ୨.୫ କୋଟିରୁ ୩ କୋଟି ଟଙ୍କା।

ଏଥରକୁ ମିଶାଇ ଶାସ୍ତ୍ରୀଙ୍କର ଏହା ହେଉଛି ଟିମ୍‌ ଇଣ୍ଡିଆରେ ୪ର୍ଥ ତମ କାର୍ଯ୍ୟକାଳ। ୨୦୦୭ ମସିହାରେ ଶାସ୍ତ୍ରୀ ଟିମ୍‌ ମ୍ୟାନେଜର୍‌ ହୋଇଥିବା ବେଳେ ୨୦୧୪-୧୬ ମସିହା ଭିତରେ ଟିମ୍‌ ଡାଇରେକ୍ଟର ପଦରେ ଥିଲେ। ୨୦୧୭-୧୯ରେ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ଥିବା ବେଳେ ଏବେ ପୁଣି ଥରେ ସେହି ପଦରେ ଆହୁରି ୨ ବର୍ଷ ରହିବେ।

ସମ୍ବନ୍ଧିତ ଖବର