ଶାହାରୁଖ ଓ ରବିନାଙ୍କ ସହ ଛୁଟି ବିତାଉଛନ୍ତି ଶାସ୍ତ୍ରୀ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ବଲିଉଡ ଅଭିନେତା ଶାହାରୁଖ ଖାନ୍, ରବିନା ଟଣ୍ଡନ ଓ ଶିଳ୍ପପତି ଗୌତମ ସିଂଘାଣିଆଙ୍କ ସହ ଛୁଟି କଟାଉଛନ୍ତି। ବର୍ତମାନ ଭାରତୀୟ କ୍ରିକେଟ୍ ଦଳର କୌଣସି ମ୍ୟାଚ୍ ନଥିବାରୁ ଶାସ୍ତ୍ରୀ ଅବସର ସମୟକୁ ଆଲିବାଗରେ ବନ୍ଧୁମାନଙ୍କ ସହ ବିତାଉଥିବାର ଦୃଶ୍ୟ ମଙ୍ଗଳବାର ନିଜ ଟ୍ବିଟର୍ ପୃଷ୍ଠାରେ ଛାଡ଼ିଛନ୍ତି। ବିଦାୟୀ ବର୍ଷ ଶାସ୍ତ୍ରୀଙ୍କ ପ୍ରଶିକ୍ଷଣରେ ଭାରତ ଅନେକ ସଫଳତା ହାସଲ କରିଥିଲା। ଆଇସିସି ଟେଷ୍ଟ୍ ତାଲିକାରେ ଶୀର୍ଷରେ ରହି ବର୍ଷ ସମାପ୍ତ କରିବା ସହିତ ୨୦୨୧ ଆଇସିସି ଟେଷ୍ଟ୍‌ ବିଶ୍ବକପ୍‌ରେ ୭ ମ୍ୟାଚ୍‌ରୁ ୭ ବିଜୟ ସହ ଶୀର୍ଷରେ ରହିଛି।

ସମ୍ବନ୍ଧିତ ଖବର