ଇନ୍ଦୋର : ଗୁରୁବାରଠୁ ଭାରତ ଏଠାରେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍ ଖେଳିବାକୁ ଯାଉଥିଲା ବେଳେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍ଙ୍କ ପାଇଁ ଏକ ମାଇଲଖୁଣ୍ଟ ଅପେକ୍ଷା କରିଛି। ଘରୋଇ ମାଟିରେ ୨୫୦ ୱିକେଟ୍ ପୂରଣ କରିବାରେ ଅନିଲ କୁମ୍ବଲେ (୩୫୦) ଓ ହରଭଜନ ସିଂହ (୨୬୫) ଆଗରେ ରହିଛନ୍ତି। ଏକ୍ଷେତ୍ରରେ ଅଶ୍ବିନ୍ ଏବେ ୨୪୯ ୱିକେଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି। ତେଣୁ ଇନ୍ଦୋରରେ ଅତିକମ୍ରେ ଆଉ ଗୋଟିଏ ୱିକେଟ୍ ଦଖଲ କଲେ ଘରୋଇ ମାଟିରେ ସେ ୨୫୦ ୱିକେଟ୍ ଅକ୍ତିଆର କରିବାର ମାଇଲଖୁଣ୍ଟ ପ୍ରତିଷ୍ଠା କରିବେ। ଏଥି ସହିତ ସେ ମଧ୍ୟ କୁମ୍ବଲେ ଓ ହରଭଜନଙ୍କ କ୍ଲବ୍ରେ ନିଜ ନାମକୁ ଯୋଡ଼ିନେବେ। ଅନ୍ୟପକ୍ଷରେ ଅଶ୍ବିନ୍ ମୋଟ ଉପରେ ଭାରତର ସର୍ବାଧିକ ଟେଷ୍ଟ ୱିକେଟ୍ ଦଖଲକାରୀ ବୋଲର ଭାବେ ଚତୁର୍ଥ ସ୍ଥାନରେ ରହିଛନ୍ତି। କୁମ୍ବଲେ ୬୧୯ ୱିକେଟ୍ ସହ ଏହି ତାଲିକାର ଶୀର୍ଷରେ ରହିଥିଲା ବେଳେ କିମ୍ବଦନ୍ତୀ ଦ୍ରୁତ ବୋଲର କପିଳ ଦେବ (୪୩୪) ଏବଂ ହରଭଜନ ସିଂହ (୪୧୭) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ଅଶ୍ବିନ୍ଙ୍କ ମୋଟ ଟେଷ୍ଟ୍ ୱିକେଟ୍ ସଂଖ୍ୟା ୩୫୭ ରହିଛି।
ମାଇଲଖୁଣ୍ଟ ଅପେକ୍ଷାରେ ଅଶ୍ବିନ୍
/sambad/media/post_attachments/wp-content/uploads/2019/11/ravichandran.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)