ନୂଆଦିଲ୍ଲୀ: ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ସଂପ୍ରତି ଟେଷ୍ଟ୍ କ୍ରିକେଟ୍ର ଜଣେ ସଫଳ ବୋଲର। ହେଲେ ୨୦୧୯ ଆରମ୍ଭରୁ ଖେଳାଯାଇଥିବା ଐତିହାସିକ ସିଡ୍ନି ଟେଷ୍ଟ୍ର ଚୂଡ଼ାନ୍ତ ଏକାଦଶରେ ସେ ସ୍ଥାନ ପାଇନଥିଲେ। ଏଥିସହ ଏହା ପରର କାରବିଆନ୍ ଗସ୍ତ ବେଳେ ମଧ୍ୟ ଟେଷ୍ଟ୍ ଦଳ ବାହାରେ ରହିଥିଲେ। କିନ୍ତୁ ଅକ୍ଟୋବରରେ ଭାଇଜାଗରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ଫେରି ସେ ୭ ୱିକେଟ୍ ୱିକେଟ୍ ଅକ୍ତିଆର କରିଥିଲେ। ଏଥିସହ ୩୫୦ ୱିକେଟ୍ ମାଇଲଖୁଣ୍ଟ ମଧ୍ୟ ଛୁଇଁଥିଲେ। ଟେଷ୍ଟ୍ କ୍ରିକେଟ୍ରେ ଉତ୍ଥାନ ପତନ ଏବଂ ଭବିଷ୍ୟତର ଯୋଜନା ଉପରେ ଅଶ୍ବିନ ଏକ ସାକ୍ଷତକାରରେ ପ୍ରକାଶ କରିଛନ୍ତି।
ଲକ୍ଡାଉନ୍ ସମୟରେ ଆପଣ କିପରି ଫିଟ୍ ରହୁଛନ୍ତି? ଆଇପିଏଲ୍ ପ୍ରସ୍ତୁତି ଆପଣଙ୍କ ପାଇଁ କଷ୍ଟକର ହେବ କି?
ମୁଁ ଘରେ ରଖିଥିବା କିଛି ସ୍ବତନ୍ତ୍ର ଉପକରଣରେ ବ୍ୟାୟାମ କରୁଛି। ମୁଁ ମଧ୍ୟ ନେଟ୍ରେ ବୋଲିଂ କରିବା ଆରମ୍ଭ କରିଦେଇଛି। ମୁଁ ଭାବୁଛି କ୍ରିକେଟ୍ ଆମନ୍ତ୍ରଣୀୟ ଓ ଗ୍ରହଣୀୟ କ୍ରୀଡ଼ା। ଶୀଘ୍ର ଦୁବାଇ ଗସ୍ତ କରି ସେଠାରେ ଅଭ୍ୟାସ କଲେ ନିଶ୍ଚିତ ଫାଇଦା ମିଳିବ। ପୂରା ଦଳ ସହ ପ୍ରଶିକ୍ଷକ ରହିଲେ ଭଲ ଅଭ୍ୟାସ କରିହେବ।
ଦିଲ୍ଲୀ କ୍ୟାପିଟାଲ ସହ ପ୍ରଥମ ସଂସ୍କରଣକୁ ନେଇ କିପରି ଅନୁଭବ କରୁଛନ୍ତି?
ମୁଁ ଆଇପିଏଲ୍ରେ ବିଭିନ୍ନ ଦଳରୁ ଖେଳିଛି। ଏହା ଏକ ଲୋକପ୍ରିୟ ଲିଗ୍। ତେଣୁ ଏଠାରେ ନିଶ୍ଚିତ ଉନ୍ମାଦ ରହିବ। ଦିଲ୍ଲୀ କ୍ୟାପିଟାଲ ସହ ଥିବାରୁ ଖୁସି ଅଛି। ନୂଆ ଦଳ ସହ ଯୋଗଦେଲେ ନିଶ୍ଚିତ ଭିନ୍ନ ପ୍ରକାରର ଆହ୍ବାନ ରହିବ। ଏହି ଦଳର ଅନେକ ଖେଳାଳିଙ୍କୁ ଏପର୍ଯ୍ୟନ୍ତ ମୁଁ ଭଲରେ ଜାଣିନି। କିନ୍ତୁ ମୋର ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବି।
ଗତ ଋୁତରେ ଆପଣ କିଙ୍ଗ୍ସ ଇଲେଭେନ୍ରେ ଥିଲେ, ତୁମେ ଏକ ପରିବର୍ତ୍ତନ ଲେଗ୍ ସ୍ପିନ୍ ବିଷୟରେ କହିଥିଲ ଏବଂ କିଛି ମ୍ୟାଚ୍ରେ ମଧ୍ୟ ଚେଷ୍ଟା କରିଥିଲ। ଏଥିରୁ କ'ଣ ପାଇଛନ୍ତି?
ଏହା କେବଳ ଏକ ପରିବର୍ତ୍ତନ ଥିଲା। ମୁଁ ଗତ ଆଇପିଏଲରେ ଲେଗ୍-ବ୍ରେକ୍ ବୋଲିଂ କରିଥିଲି ଏବଂ ଏହି ସଂସ୍କରଣରେ ମଧ୍ୟ ଏଭଳି ଚେଷ୍ଟା କରିବି।
ଆଇପିଏଲ୍ ପରେ ଅଷ୍ଟ୍ରେଲିଆ ଗସ୍ତ। ଏହି ଆହ୍ବାନକୁ ନେଇ କିଭଳି ଉତ୍ସାହିତ ଅଛନ୍ତି?
ମୁଁ ସର୍ବଦା ମୋ କ୍ରିକେଟ୍କୁ ଉପଭୋଗ କରେ, ଏହା ଘରେ ହେଉ କି ବିଦେଶରେ। ଏହି ଗସ୍ତ ଆହୁରି ୫ ମାସ ଥିବାରୁ ଏଥିପାଇଁ ଏବେ କିଛି ଚିନ୍ତା କରିନି। ଯେତେବେଳେ ଆହ୍ବାନ ଆସିବ ଚିନ୍ତା କରିବି ଏବଂ ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବି। ୭୧ ଟେଷ୍ଟ୍ ଖେଳି ୩୬୫ ୱିକେଟ୍ ନେଇ ସଫଳ ହୋଇଛି। ଏହାକୁ ନେଇ କାହାକୁ ପ୍ରମାଣ ଦେବାର ନାହିଁ।
ତୁମେ ଧୋନି ଓ କୋହଲିଙ୍କ ନେତୃତ୍ବରେ ଟେଷ୍ଟ୍ ଖେଳିଛି। କୋହଲିଙ୍କ ଷ୍ଟାଇଲ୍ ଓ ତାଙ୍କ ସହ ସମ୍ପର୍କ କିପରି?
ଭାରତ ପକ୍ଷରୁ ଖେଳିବା ପୂର୍ବରୁ ମୁଁ ବିରାଟଙ୍କୁ ଜାଣିଥିଲି। ତାଙ୍କ ସହ ଘରୋଇ କ୍ରିକେଟ୍ ମଧ୍ୟ ଖେଳିଛି। ଖେଳ ବୁଝିବାରେ ସେ ଧୋନିଙ୍କ ସହ ପ୍ରାୟ ସମାନ। କିନ୍ତୁ ତାଙ୍କ ଷ୍ଟାଇଲ ଅଲଗା। ଗତ ୨-୩ ବର୍ଷ ହେଲା ସେ ଭଲ ପ୍ରଦର୍ଶନ କରୁଛନ୍ତି।
ଟେଷ୍ଟ୍ ଚୂଡ଼ାନ୍ତ ଦଳରୁ ବାଦ୍ ପଡ଼ିବା ପରେ କିପରି ଅନୁଭବ କରନ୍ତି? ଆପଣଙ୍କ ପ୍ରତି ମଧ୍ୟ ଏଭଳି କିଛି ଥର ହୋଇଛି। କେବଳ ଟେଷ୍ଟ୍ ଫର୍ମାଟ୍ରେ ଭାରତ ପକ୍ଷରୁ ଖେଳିବା। ଏହା ତୁମକୁ କଷ୍ଟ ଦିଏ କି?
ଦଳରୁ ବାଦ୍ ପଡ଼ିଲେ ନିଶ୍ଚିତ କଷ୍ଟ ଲାଗିବ। କିନ୍ତୁ ଏହା ଖେଳ ଏଠାରେ ଏପରି ହୁଏ। ନିକଟରେ ଘଟିଥିବା ଷ୍ଟୁଆର୍ଟ ବ୍ରଡ୍ଙ୍କ ଉଦାହରଣ ନେବା। ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ସେ ବାଦ୍ ପଡ଼ିଥିଲେ। ପରବର୍ତ୍ତୀ ଦୁଇ ଟେଷ୍ଟ୍ରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ସୁନ୍ଦର ପ୍ରତ୍ୟାବର୍ତ୍ତନ ଥିଲା। ମୁଁ ଏଭଳି ସମୟ ଦେଇ ଗତି କରିଛି। ଏହି ସମୟରେ ନକରାତ୍ମକ ଚିନ୍ତା ନକରି ୫ ୱିକେଟ୍ ନେବି ନଚେତ୍ ବାଦ୍ ପଡ଼ିବି ବୋଲି ଭାବିଥାଏ।
ବଲ୍-ବ୍ୟାଟ୍ ସନ୍ତୁଳନ ରକ୍ଷା ପାଇଁ ଆହ୍ବାନ
ନୂଆଦିଲ୍ଲୀ: ବୋଲର ବୋଲିଂ କରିବା ବେଳେ ବ୍ୟାଟ୍ସମ୍ୟାନ୍ ପଛକୁ ଯାଉଛି କି ନାହିଁ ତା ଉପରେ ଜ୍ଞାନ କୌଶଳ ବିକାଶ କରିବା ଲାଗି ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ମଙ୍ଗଳବାର ଟ୍ବିଟର୍ରେ ପ୍ରସ୍ତାବ ଦେଇଛନ୍ତି। ଏହା ଦ୍ବାରା ବୋଲରମାନେ ସମାନତା ପାଇପାରିବେ। ବଲ୍ ଓ ବ୍ୟାଟ୍ର ସନ୍ତୁଳନ ରକ୍ଷା କରାଯାଇ ପାରିବ। ମୋର ବିଶ୍ବାସ ଏହି ଜ୍ଞାନ କୌଶଳ ଦ୍ବାରା ବୋଲର ବୋଲିଂ କରିବା ପୂର୍ବରୁ ବ୍ୟାଟ୍ସମ୍ୟାନ୍ ପଛକୁ ଯାଉଛି କି ନାହିଁ ତାହା ଜାଣି ହେବ ଏବଂ ସେହି ବଲ୍ରେ ହେଉଥିବା ରନ୍କୁ ବାତିଲ କରାଯିବ। ଏହିପରି କଲେ ଫ୍ରଣ୍ଟ୍-ଫୁଟ୍ ନୋ ବଲ୍କୁ ନେଇ ଆସିଥିବା ନିୟମରେ ବୋଲରକୁ ସମାନ ଅଧିକାର ମିଳିବ ବୋଲି ସେ ଟ୍ବିଟର୍ରେ ପ୍ରକାଶ କରିଛନ୍ତି।
ଦିନିକିଆ ପ୍ରତିଯୋଗିତାରେ ତୃତୀୟ ଅମ୍ପାୟାର ଫ୍ରଣ୍ଟ୍ ଫୁଟ୍ ନୋ ବଲ୍ ଡାକିବାର ନିୟମ ହୋଇଛି। ଏହି ନିୟମ ୨୦୨୩ ବିଶ୍ବକପ୍ ଲାଗି ଯୋଗ୍ୟତା ଅର୍ଜନ ପାଇଁ ନୂଆ କରି ଆରମ୍ଭ ହେଉଥିବା ସୁପର ଲିଗ୍ ପ୍ରତିଯୋଗିତା (ଇଂଲଣ୍ଡ-ଆୟର୍ଲାଣ୍ଡ)ରୁ ଆରମ୍ଭ ହେବ। ଏହି ନିୟମକୁ ନଜରରେ ରଖି ଅଶ୍ବିନ ମଙ୍ଗଳବାର ଏକାଧିକ ଟ୍ବିଟ୍ କରିଛନ୍ତି। ଆପଣମାନେ ଏଥିରେ ବିଶେଷ କିଛି ପାର୍ଥକ୍ୟ ପାଇବେନି। ମୋତେ କିଛି ସମୟ ଦେଲେ ଏହା ଉପରେ ସବୁ କହିବି। ଯଦି ନନ୍ ଷ୍ଟ୍ରାଇକର୍ ୨ ଫୁଟ୍ ପଛରେ ଥିବ ତେବେ ତାକୁ ୨ ଫୁଟ୍ ଫେରିବାକୁ ସହଜ ହେବ ଏବଂ ସେହି ବ୍ୟାଟ୍ସମ୍ୟାନ୍ ପରବର୍ତୀ ବଲ୍ ଷ୍ଟ୍ରାଇକ୍ କରିବ। ଏହା ଦ୍ବାରା ସମାନ ବ୍ୟାଟ୍ସମ୍ୟାନ୍ ଷ୍ଟ୍ରାଇକ୍ କରିଥିବାରୁ ବୋଲରକୁ ୪-୬ ମାରିବ। ଫଳରେ ବୋଲରକୁ ଅଧିକ ୭ ରନ୍ ବ୍ୟୟ କରିବାକୁ ପଡ଼ିବ। କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନ୍ ଥିଲେ ଏତେ ରନ୍ ହେବାର ସମ୍ଭାବନା ନଥାଏ। ଡଟ୍ କିମ୍ବା ୧ ରନ୍ ହେବାର ସମ୍ଭାବନା ରହିଥା’ନ୍ତା। ଏହିଭଳି ଟେଷ୍ଟ୍ରେ ଷ୍ଟ୍ରାଇକ୍ ଛାଡ଼ିବାକୁ ଚାହୁଥିବା ବ୍ୟାଟ୍ସମ୍ୟାନ୍ ପାଇଁ ମଧ୍ୟ ସମାନ ଫାଇଦା ମିଳିବ। ଏଥିପାଇଁ ବୋଲରଙ୍କ ପାଇଁ ସୁସ୍ଥ ପରିବେଶ ସୃଷ୍ଟି ଲାଗି ଏବେ ପୁନଃ ସମାନତା ବିଷୟରେ ଚିନ୍ତା କରିବାର ଅବାଶ୍ୟକ ବୋଲି ଅଶ୍ବିନ କହିଛନ୍ତି।