ଅଶ୍ୱିନ, କୋହଲି ଚଳିତ ଦଶନ୍ଧିର ସର୍ବଶ୍ରେଷ୍ଠ କ୍ରିକେଟର୍‌

ନୂଆଦିଲ୍ଲୀ : ଚଳିତ ଦଶନ୍ଧିର ସର୍ବଶ୍ରେଷ୍ଠ କ୍ରିକେଟର୍‌ ଭାବେ ଉଭୟ ବୋଲିଂ ଓ ବ୍ୟାଟିଂରେ ଭାରତୀୟ ଖେଳାଳି ଆଧିପତ୍ୟ ବିସ୍ତାର କରିଛନ୍ତି। ଏହି ଦଶନ୍ଧିର ଆନ୍ତର୍ଜାତିକ କ୍ରିକେଟ୍‌ରେ ଭାରତୀୟ ଅଫ୍ ସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନ ସର୍ବାଧିକ ଵିକେଟ୍ ହାସଲକାରୀ ବୋଲର ବିବେଚିତ ହୋଇଥିଲା ବେଳେ ବ୍ୟାଟିଂରେ ଅଧିନାୟକ ବିରାଟ କୋହଲି ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ଅଶ୍ବିନ ସବୁ ଫର୍ମାଟ୍‌ରୁ ମୋଟ ୫୬୪ ଵିକେଟ୍ ଅକ୍ତିଆର କରି ତାଲିକାର ଶୀର୍ଷର ରହିଛନ୍ତି। ୩୩ ବର୍ଷୀୟ ଅଶ୍ବିନ ୭୦ ଟେଷ୍ଟ୍‌ରେ ୨୫.୩୬ ହାରରେ ୩୬୨ ଵିକେଟ୍, ଦିନିକିଆରେ ୧୧୧ ମ୍ୟାଚ୍‌ରୁ ୩୨.୯୧ ହାରରେ ୧୫୦ ଵିକେଟ୍ ଏବଂ ଟ୍ବେଣ୍ଟି-୨୦ରେ ୪୬ ମ୍ୟାଚ୍ ଖେଳି ୫୨ ଵିକେଟ୍ ଅକ୍ତିଆର କରିଛନ୍ତି। ତାଙ୍କ ପଛକୁ ଇଂଲଣ୍ଡର ଦ୍ରୁତ ବୋଲର୍ ଜେମ୍ସ ଆଣ୍ଡରସନ୍ ଓ ଷ୍ଟୁଆର୍ଟ ବ୍ରଡ୍‌ ଯଥାକ୍ରମେ ୫୩୫ ଓ ୫୨୫ ଵିକେଟ୍ ନେଇ ଦ୍ବିତୀୟ, ତୃତୀୟରେ ରହିଥିବା ବେଳେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର୍ ଟିମ୍ ସାଉଦି ଓ ଟ୍ରେଣ୍ଟ ବୋଲ୍ଟ ୪୭୨ ଓ ୪୫୮ ଵିକେଟ୍ ସହ କ୍ରମାନ୍ବୟରେ ଚତୁର୍ଥ ଓ ପଞ୍ଚମରେ ରହିଛନ୍ତି। ସେହିଭଳି ଚଳିତ ଦଶନ୍ଧି (୨୦୧୦ରୁ ୨୦୧୯)ର ବ୍ୟାଟିଂରେ କୋହଲି ମୋଟ ୬୯ ଆନ୍ତର୍ଜାତିକ ଶତକ ଜମାଇଥିଲା ବେଳେ ମୋଟ ୨୦,୯୬୦ ରନ୍‌ କରି ସବୁଠୁ ଆଗରେ ରହିଛନ୍ତି।

ସମ୍ବନ୍ଧିତ ଖବର