ନୂଆଦିଲ୍ଲୀ: ଭାରତୀୟ କିମ୍ବଦନ୍ତି ଅଫ୍ସ୍ପିନର୍ ତଥା ଉପଯୋଗୀ ଅଲରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ବିନ ଗତ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ। ବ୍ରିସ୍ବେନ୍ରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ୍ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହେବା ପରେ ପରେ ଅଶ୍ବିନ ଅଚାନକ ଏଭଳି ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ। ହଠାତ୍ ସେ କାହିଁକି ଏଭଳି ନିଷ୍ପତ୍ତି ନେଲେ, ତା’ର କାରଣ ସେ ଜଣାଇନଥିବା ବେଳେ ଏବେ ଏକ ସାକ୍ଷାତକାରରେ ସେ ଅବସର ନେବା ପଛର କାରଣ ଜଣାଇଛନ୍ତି।
ସ୍କାଏ ସ୍ପୋର୍ଟସରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଏଥରଟନ୍ ଏବଂ ନାସିର୍ ହୁସେନଙ୍କୁ ସାକ୍ଷାତକାର ଦେଇ ଅଶ୍ୱିନ କହିଛନ୍ତି ଯେ, "ମୁଁ କଦାପି ଏପରି ବ୍ୟକ୍ତି ନୁହେଁ, ଯିଏ ପ୍ରତ୍ୟେକ ଜିନିଷକୁ ଧରି ରଖିବାକୁ ଚାହେ। ମୁଁ ଜୀବନରେ କେବେ ଅନ୍ୟର ସଫଳତା ଦେଖି ଅସୁରକ୍ଷିତ ମନେ କରି ନାହିଁ। ମୁଁ ବିଶ୍ବାସ କରେ ନାହିଁ ଯେ, ଆଜି ଯାହା ମୋର ଅଛି, କାଲି ବି ତାହା ମୋର ହିଁ ରହିବ। ମୁଁ ସବୁବେଳେ ସବୁ ଜିନିଷକୁ ପଛରେ ଛାଡ଼ି ଆଗକୁ ବଢ଼ିବାରେ ବିଶ୍ବାସ କରେ। କ୍ରିକେଟ ସବୁବେଳେ ମୋଠୁ ଆଗରେ ରହି ଆସିଛି ଏବଂ ରହିବ। ମୁଁ ଆଗରୁ ଜାଣିଥିଲି ଯେ, ଯେଉଁଦିନ ସକାଳୁ ଉଠିବା ପରେ ଅନୁଭବ କରିବି ମୋ ସୃଜନଶୀଳତାର କୌଣସି ଭବିଷ୍ୟ ବା ଦିଗ ନାହିଁ, ସେହି ଦିନ ମୁଁ ଅବସର ନେବି। ଘୋଷଣା ଦିନ ମୋତେ ହଠାତ୍ ଏଭଳି ଅନୁଭବ ହେବାରୁ ମୁଁ ଅବସର ନେବାକୁ ଘୋଷଣା କଲି।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/24/JDnydn6m3lM8mLqHjsNF.jpg)