ଚେନ୍ନାଇ: ଭାରତ ଓ ବାଂଲାଦେଶ ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତ ୬ ଓ୍ବିକେଟ ହରାଇ ୩୩୯ ରନ କରିଥିଲା । ଭାରତ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ବି ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଦେଜାଙ୍କ ଲଢୁଆ ବ୍ୟାଟିଂ ଫଳରେ ମ୍ୟାଚକୁ ନିଜ ହାତମୁଠାକୁ ଆଣିଥିଲା ଭାରତ। ଏବେ ଅଶ୍ବିନଙ୍କ ବ୍ୟାଟିଂକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆମେ ତାଙ୍କ ମୋଟ ସମ୍ପତ୍ତି କେତେ ଜାଣିବା।

Advertisment

୩୮ବର୍ଷରେ ପାଦ ଦେଇଥିବା ଅଶ୍ବିନ ସାଧାରଣ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି। ନିଜ ପ୍ରଦର୍ଶନ ପାଇଁ ଏବେ ଚର୍ଚ୍ଚାରେ ଥିବା ଅଶ୍ବିନ ମୋଟ ୧୩୦କୋଟିର ମାଲିକ ବୋଲି ଜଣାପଡ଼ିଛି। ସେ ୯କୋଟିର ଘରେ ରହୁଥିବା ବେଳେ ତାଙ୍କର ବାର୍ଷିକ ଆୟ ୧୦କୋଟି ବୋଲି ଜଣାଯାଇଛି। ସେ ମୁଖ୍ୟତଃ କ୍ରିକେଟ ଓ ବିଭିନ୍ନ ବ୍ରାଣ୍ଡର ବିଜ୍ଞାପନ କରି ଟଙ୍କା ଆୟ କରନ୍ତି। ସେ ଆଇପିଏଲ ଟିମ୍ ରାଜସ୍ଥାନ ରୟାଲ ପାଇଁ ଖେଳୁଥିବା ବେଳେ ଟିମ୍ ତାଙ୍କୁ ୫କୋଟି ଦିଏ ବୋଲି ଜଣାଯାଇଛି। ଏହା ବ୍ୟତୀତ ମ୍ୟାଚ୍ ଫି’କୁ ଛାଡ଼ି ବିସିସିଆଇ ପକ୍ଷରୁ ତାଙ୍କୁ ବାର୍ଷିକ ୫କୋଟି ଟଙ୍କା ମିଳେ।

ରବିଚନ୍ଦ୍ରନ୍ ଅଶ୍ୱିନ୍ ମିନ୍ତ୍ରା, ବମ୍ବେ ସେଭିଂ କମ୍ପାନି, ମାନ୍ନା ଫୁଡ୍ସ, ଆରିଷ୍ଟୋକ୍ରାଟ୍ ବ୍ୟାଗ୍, ଓପୋ, ମୁଭ୍, ସ୍ପେସମେକର୍ସ, କୋକୋ ଷ୍ଟୁଡିଓ ତାମିଲ୍ ଏବଂ ଡ୍ରିମ୍ ୧୧ ଭଳି ଅନେକ ବ୍ରାଣ୍ଡକୁ ବିଜ୍ଞାପନ କରିଥାନ୍ତି । ଏହି ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ସେ କୋଟି କୋଟି ଟଙ୍କା ଆୟ କରନ୍ତି।