ନୂଆଦିଲ୍ଲୀ: ବ୍ରିସ୍ବେନ୍ରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ୍ ମ୍ୟାଚ୍ ପରେ ଭାରତୀୟ କିମ୍ବଦନ୍ତି ଅଫ୍ସ୍ପିନର୍ ଅଲରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ବିନ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି।
ଏହି ଘୋଷଣା ପରେ ଅଶ୍ବିନଙ୍କୁ କେବଳ କ୍ରିକେଟ ଓ ଆଇପିଏଲରେ ଖେଳିବାର ଦେଖିବାକୁ ମିଳିବ। ଗତକାଲି ଅବସର ଘୋଷଣା ପରେ ଅଶ୍ବିନ ଚେନ୍ନାଇରେ ପହଞ୍ଚିଛନ୍ତି। ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିବା ପରେ ଅଶ୍ବିନଙ୍କୁ ଧୁମଧାମରେ ସ୍ବାଗତ କରାଯାଇଥିଲା। ଏହି ସମୟରେ ସ୍ତ୍ରୀ ପ୍ରୀତି ନାରାୟଣ ଅଶ୍ବିନଙ୍କୁ ସ୍ବାଗତ ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ।
ବିମାନବନ୍ଦରରୁ ଅଶ୍ବିନଙ୍କୁ ଧରି ଘରେ ପହଞ୍ଚିଥିଲେ ପ୍ରୀତି। ମା’ ଚିତ୍ରା ବାପା ରବିଚନ୍ଦ୍ରନ ପୁଅକୁ ଘରକୁ ପାଛୋଟି ନେଇଥିଲେ। ଏହି ସମୟରେ ଅଶ୍ବିନଙ୍କୁ ଦେଖି ତାଙ୍କ ବାପା ଓ ମା’ ଭାବୁକ ହୋଇଯାଇଥିଲେ। ମା’ ପୁଅକୁ ଧରି କାନ୍ଦିବାକୁ ଲାଗିଥିଲେ।
ଅଶ୍ବିନଙ୍କ ବାପା ଏହି ଘୋଷଣା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି କହିଛନ୍ତି। ତାଙ୍କ କହିବା ମୁତାବକ, "ଆମେ ବି ଶେଷ ମୂହୁର୍ତ୍ତରେ ଜାଣିଲୁ। ତାଙ୍କ ମନରେ କଣ ଚାଲିଥିଲା ମୁଁ ଜାଣେ ନାହିଁ। ସେ ଏଭଳି କିଛି ଘୋଷଣା କରିବେ ବୋଲି ଆମେ ଜାଣିନଥିଲୁ। ମୁଁ ଖୁସି ଯେ, ସେ ଅବସର ନେଲେ। ହେଲେ ଆଉ କିଛି ଦିନ ଖେଳନ୍ତୁ ବୋଲି ମୁଁ ଚାହୁଥିଲି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/19/VvArHvjE43ttmGrKDZ4s.jpg)