ଅଶ୍ବିନ୍‌ଙ୍କୁ ନେବ ଦିଲ୍ଲୀ କ୍ୟାପିଟାଲ୍‌ସ

ଚଣ୍ଡୀଗଡ଼ : ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କୁ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଫଳରେ ଅଶ୍ବିନ୍‌ ଆଇପିଏଲ୍‌ର ପରବର୍ତୀ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍‌ସରେ ଯୋଗଦେବାର କ୍ଷେତ୍ର ପ୍ରସ୍ତୁତ ହୋଇଯାଇଛି। ଅଶ୍ବିନ୍‌ ଗତ ଦୁଇ ସଂସ୍କରଣ ଧରି କିଙ୍ଗ୍‌ସ ଏକାଦଶର ନେତୃତ୍ବ ନେଇଥିଲେ। ହେଲେ ଏହି ଦୁଇ ସଂସ୍କରଣରେ ଦଳ ଯଥାକ୍ରମେ ସପ୍ତମ ଓ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଥିଲା। ତାଙ୍କ ନେତୃତ୍ବରେ ଦଳର ନୈରାଶ୍ୟଜନ ପ୍ରଦର୍ଶନ ଜାରି ରହିଥିବାରୁ କିଙ୍ଗ୍‌ ଏକାଦଶ ତାଙ୍କୁ ଛୁଟି ଦେବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ବିସିସିଆଇଠୁ ମଧ୍ୟ ଅନୁମୋଦନ ପାଇଯାଇଛି। କେବଳ ଔପଚାରିକ ଘୋଷଣା ବାକି ରହିଛି। ଖୁବ୍‌ ଶୀଘ୍ର କିଙ୍ଗ୍‌ସ ଏକାଦଶ ତାଙ୍କୁ ଛାଡ଼ିବା ନିଷ୍ପତ୍ତି ଘୋଷଣା କରିବାକୁ ଯାଉଥିବା ଜଣାପଡ଼ିଥିଲା ବେଳେ ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍‌ସ ଅଶ୍ବିନ୍‌ଙ୍କୁ ନିଜ ଦଳକୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଛି। ଗତ ସପ୍ତାହରେ ଦିଲ୍ଲୀ କ୍ୟାପିଟାଲ୍‌ସର ଉପଦେଷ୍ଟା ସୌରଭ ଗାଙ୍ଗୁଲି ୩୨ ବର୍ଷ ବୟସ୍କ ଅଶ୍ବିନ୍‌ଙ୍କ ସେବା ପାଇଲେ ଖୁସୀ ହେବେ ବୋଲି କହିଥିଲେ। ପୁଣି ଅଶ୍ବିନ୍‌ ସାଂପ୍ରତିକ ସମୟରେ ଭାରତ ଏକାଦଶରେ ସାମିଲ ହେବା ଅନିଶ୍ଚିତତା ରହିଥିବାରୁ ସେ ଦିଲ୍ଲୀ କ୍ୟାପିଟାଲ୍‌ସ ପାଇଁ ଅଧିକ ସମୟ ଦେଇପା‌ରିବେ ବୋଲି ଗାଙ୍ଗୁଲି ଭାବିଛନ୍ତି।

ସମ୍ବନ୍ଧିତ ଖବର