ବିଶାଖାପାଟଣା ଟେଷ୍ଟ: ୨୦୦ ଟେଷ୍ଟ ଓ୍ଵିକେଟ ନେଇ ରେକର୍ଡ କଲେ ରବୀନ୍ଦ୍ର ଜାଦେଜା

ବିଶାଖାପାଟଣା: ଭାରତର ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଟେଷ୍ଟ କ୍ରିକେଟ୍‌ରେ ଏକ ନୂଆଁ ରେକର୍ଡ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶାଖାପାଟଣାରେ ଜାରି ଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଶୁକ୍ରବାର ସେ ଡିନ ଏଲଗରଙ୍କୁ ଆଉଟ କରି ଟେଷ୍ଟ କ୍ରିକେଟ୍‌ରେ ୨୦୦ ଓ୍ଵିକେଟ ପୂରା କରିଛନ୍ତି। ବାମହାତୀ ବୋଲର ଜାଦେଜା ନିଜର ୪୪ତମ ଟେଷ୍ଟରେ ଏହି ଅଭିଜ୍ଞତା ହାସଲ କରିଛନ୍ତି। ସେ ସବୁଠାରୁ କମ ଟେଷ୍ଟରେ ଏହି ବିରଳ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ଜାଦେଜା ଶ୍ରୀଲଙ୍କାର ରଙ୍ଗନା ହେରାଥଙ୍କ ୪୭ ମ୍ୟାଚ୍‌ର ରେକର୍ଡ ଅତିକ୍ରମ କରିଛନ୍ତି।

ରବୀନ୍ଦ୍ର ଜାଦେଜା ପୂର୍ବରୁ ୧୯୮ଟି ଟେଷ୍ଟ ଓ୍ଵିକେଟ୍‌ ନେଇଥିଲେ। ତାଙ୍କୁ ସେ ମ୍ୟାଚର ୨ୟ ଦିନରେ ଡିନ ପିଡଙ୍କୁ ଆଉଟ କରିଥିଲେ। ଆଜି ପୁଣି ଗୋଟିଏ ଓ୍ଵିକେଟ୍‌ ନେଇ ଜାଦେଜା ରେକର୍ଡ କରିଛନ୍ତି।

ସଂକ୍ଷେପରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ (ତୃତୀୟ ଦିନ ପର୍ଯ୍ୟନ୍ତ)
ଭାରତ: ୫୦୨/୭ ଘୋଷଣା
ଦକ୍ଷିଣ ଆଫ୍ରିକା: ୩୮୫/୮ (୧୧୭ ରନ୍‌ ପଛରେ)

ପାକିସ୍ତାନର ଲେଗ୍‌ ସ୍ପିନର ୟାସିର ଶାହ ଏହି ତାଲିକାର ଶୀର୍ଷରେ ଅଛନ୍ତି। ସେ ୩୩ଟି ମ୍ୟାଚ ଖେଳି ଏହି ଅଭିଜ୍ଞତା ହାସଲ କରିଥିଲେ। ସେହିଭଳି ଅଷ୍ଟ୍ରେଲିଆର କ୍ଲେରୀ ଗ୍ରିମେଣ୍ଟ ୩୬ଟି ଟେଷ୍ଟ ମ୍ୟାଚରେ ୨୦୦ ଓ୍ଵିକେଟ ନେଇଥିଲେ। ଭାରତର ରବିଚନ୍ଦ୍ରନ ଅଶ୍ୱିନ ୩୬ଟି ମ୍ୟାଚ ଖେଳି ୨୦୦ ଟେଷ୍ଟ ଓ୍ଵିକେଟ୍‌ ପୂରା କରିଥିଲେ।

ସମ୍ବନ୍ଧିତ ଖବର