ଓଭାଲ ଟେଷ୍ଟ: ଶତକରୁ ବଞ୍ଚିତ ହେଲେ ରବୀନ୍ଦ୍ର ଜାଦେଜା, ଭାରତ ୨୯୨ ରନ୍‌ରେ ଅଲଆଉଟ

ଇଂଲଣ୍ଡ: ଟିମ୍‌ ଇଣ୍ଡିଆର ଅଲ୍‌ ରାଉଣ୍ଡର ରବୀନ୍ଦ୍ର ଜାଦେଜା ଶତକରୁ ବଞ୍ଚିତ ହୋଇଛନ୍ତି। ଲଢୁଆ ବ୍ୟାଟିଂ ସତ୍ତ୍ୱେ ସେ ଚଳିତ ଟେଷ୍ଟ ଶୃଙ୍ଖଳାର ୫ମ ତଥା ଶେଷ ମୁକାବିଲାର ୩ୟ ଦିନରେ ଅପରାଜିତ ୮୬ ରନ୍‌ ସଂଗ୍ରହ କରିଛନ୍ତି। ସାଥୀ ଖେଳାଳି ଜସପ୍ରିତ ବୁମରା(୦) ରନ୍‌ ଆଉଟ ହେବା ଫଳରେ ଜାଦେଜା ଏକ ରେକର୍ଡକୁ ହାତଛଡା କରିଛନ୍ତି। ଜାଦେଜା ୧୫୬ଟି ବଲ ଖେଳି ୮୬ ରନ୍‌ ସଂଗ୍ରହ କରିଛନ୍ତି। ଭାରତ ପ୍ରଥମ ଇନିଂସରେ ୯୫ ଓଭର ମ୍ୟାଚ ଖେଳି ୨୯୨ ରନ୍‌ ସଂଗ୍ରହ କରିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୩୩୨ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତ ପ୍ରଥମ ପାଳି ଆଧାରରେ ୪୦ ରନ୍‌ ପଛରେ ଅଛି।

ରବୀନ୍ଦ୍ର ଜାଦେଜା ଓ ହନୁମା ବିହାରୀ(୫୬)ଙ୍କ ଉତ୍ତମ ବୁଝାମଣା ଯୋଗୁଁ ଭାରତ ୭ମ ଓ୍ଵିକେଟ୍‌ରେ ୭୭ ରନ୍‌ ଭାଗିଦାରୀ ହୋଇପାରିଛି। ସେହିପରି ଜାଦେଜା ଶେଷ ଓ୍ଵିକେଟ୍‌ରେ ବୁମରାଙ୍କ ସହିତ ୩୨ ରନ୍‌ର ଭାଗିଦାରୀ ହୋଇ ପାରିଛନ୍ତି। ହନୁମା ବିହାରୀ ୧୨୭ଟି ବଲ ଖେଳି ୭ଟି ଚୌକା ଓ ଗୋଟିଏ ଛକା ମାରି ଇଂଲଣ୍ଡ ବୋଲରଙ୍କ ଚେତା ହଜାଇ ଦେଇଛନ୍ତି। ସେ ମୋଇନ ଅଲିଙ୍କ ବଲ ଜନି ବେୟାରଷ୍ଟୋଙ୍କୁ କ୍ୟାଚ ଦେଇଥିଲେ। ଇଶାନ୍ତ ଶର୍ମା ୪ ରନ କରି ମୋଇନ ଅଲିଙ୍କ ଦ୍ୱାରା ଓ ମହମ୍ମଦ ସାମି ୧ ରନ ଯୋଡ଼ିବା ପରେ ଆଦିଲ ରସିଦଙ୍କ ଦ୍ୱାରା ଆଉଟ ହୋଇଛନ୍ତି।

ସମ୍ବନ୍ଧିତ ଖବର