ବାଂଲାଦେଶ ଶୃଙ୍ଖଳା ପୂର୍ବରୁ ଭାରତୀୟ ଦଳକୁ ଶକ୍ତ ଝଟକା

ନୂଆଦିଲ୍ଲୀ: ଭାରତୀୟ ଦଳ ଏବେ ନ୍ୟୁଜିଲ୍ୟାଣ୍ଡ ଗ୍ରସ୍ତରେ ଅଛନ୍ତି। ଟି-୨୦ ସିରିଜ ପରେ ଦିନିକିଆ ଶୃଙ୍ଖଳା ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି। ନ୍ୟୁଜିଲ୍ୟାଣ୍ଡ ପରେ ଭାରତୀୟ ଦଳ ବାଂଲାଦେଶ ଗସ୍ତ କରିବେ, ଯେଉଁଠାରେ ସମସ୍ତ ସିନିୟର ଖେଳାଳି ଏକାଠି ଥିବେ। ଏହି କ୍ରମରେ ଭାରତୀୟ ଖେଳାଳିଙ୍କୁ ଏକ ବଡ଼ ଝଟକା ଲାଗିଛି। କାରଣ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଏଯାବତ ସମ୍ପୂର୍ଣ୍ଣ ଭାବେ ଫିଟ ନାହାନ୍ତି। ସେ ବାଂଲାଦେଶ ଗସ୍ତରୁ ବି ବାହାର ହୋଇ ପାରନ୍ତି। କିନ୍ତୁ ଏଯାବତ ବିସିସିଆଇ/ରବୀନ୍ଦ୍ର ଜଦେଜା ଦ୍ବାରା ଏହାରି ଉପରେ କୌଣସି ବୟାନ ମିଳି ନାହିଁ।

ଡିସେମ୍ବର ୧୪ରେ ବାଂଲାଦେଶ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ ସିରିଜ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ରବୀନ୍ଦ୍ର ଜଦେଜା ଭାଗ ନେବେ କି ନାହିଁ ତାହା ଠିକ ନାହିଁ। ୱାଲର୍ଡ ଟେଷ୍ଟ ଚାମ୍ପିଅନ୍‌ସିପ୍‌ର ଶେଷ ପର୍ଯ୍ୟାୟରେ ଭାରତୀୟ ଦଳ ପାଇଁ ଏହି ଶୃଙ୍ଖଳା ବହୁ ଗୁରୁତ୍ବପୂର୍ଣ୍ଣ ରହିଛି। ଏଥିରେ ଯଦି ରବୀନ୍ଦ୍ର ଜଦେଜା ଭାଗ ନେବେ ନାହିଁ ତେବେ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିବ।

ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ଏସିଆ କପ-୨୦୨୨ ସମୟରେ ଆଣ୍ଠୁରେ ମାଡ଼ ହୋଇଥିଲା। ଯେଉଁ କାରଣରୁ ସେ ଖେଳ ଅଧାରୁ ବାହାରି ଯାଇଥିଲେ। ଏହାପରେ ସେ ଟି-୨୦ ୱାଲର୍ଡ କପ ୨୦୨୨ରେ ଭାଗ ନେଇ ନଥିଲେ। ଏଥିସହିତ ନ୍ୟୁଜିଲ୍ୟାଣ୍ଡ ସିରିଜ ଓ ଏବେ ବଙ୍ଗଳାଦେଶଗସ୍ତରୁ ବାହାରି ଯାଇଛନ୍ତି। ରବିନ୍ଦ୍ର ଜଡେଜା ଆଣ୍ଠୁର ଅସ୍ତ୍ରୋପଚାର କରିଥିଲେ। କିଛିଦିନର ବିଶ୍ରାମ ପରେ ସେ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ  କ୍ରିକେଟ ଏକାଡେମିରେ ଚିକିତ୍ସା ପାଇଁ ବି ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର