ସାମ୍ବାଦିକଙ୍କ ପ୍ରଶ୍ନର ଏଭଳି ଉତ୍ତର ଦେଲେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଭିଡିଓ । ଟି-ଟ୍ୱେଣ୍ଟି ବିଶ୍ୱକପରେ ସ୍କଟଲ୍ୟାଣ୍ଡ ସହ ଭାରତ ମୁହାଁମୁହିଁ ହୋଇଥିଲା । ସ୍କଟଲ୍ୟାଣ୍ଡକୁ ଭାରତ ଅତି ଶୋଚନୀୟ ଭାବେ ପରାସ୍ତ କରିଛି । ଏହାରି ଭିତରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ରବୀନ୍ଦ୍ର ଜାଡେଜାଙ୍କ ଏକ ଭିଡିଓ ।

ମ୍ୟାଚ୍ ସରିବା ପରେ ରବୀନ୍ଦ୍ର ଜାଡେଜା ସାମ୍ବାଦିକ ସମ୍ମିଳନୀରେ ଭାଗ ନେଇଥିଲେ ।ସେଠାରେ ରବୀନ୍ଦ୍ର ଜାଡେଜାଙ୍କୁ ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ, ଯଦି ନ୍ୟୁଜିଲ୍ୟାଣ୍ଡ ଆଫଗାନିସ୍ତାନଠାରୁ ହାରିଯାଏ ତେବେ ଭାରତ ସେମି ଫାଇନାଲ ଯିବାର ସମ୍ଭାବନା ରହିଛି, କିନ୍ତୁ ଯଦି ଆଫଗାନିସ୍ତାନ ଠାରୁ ନ୍ୟୁଜିଲାଣ୍ଡ ଜିତିଯାଏ ତେବେ ଆପଣ କ’ଣ କରିବେ?

ଖୁବ୍ ମଜାଳିଆ ଢଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଜାଡେଜା । ଜାଡେଜା ରିପୋର୍ଟରଙ୍କ ପ୍ରଶ୍ନର ଉତ୍ତର ଦେଇ କହିଲେ, ଯଦି ନ୍ୟୁଜିଲାଣ୍ଡ ଜିତିଯାଏ ତା’ହେଲେ ଆମେ ବ୍ୟାଗ୍ ପ୍ୟାକ୍ କରି ଘରକୁ ଯିବୁ… ଆଉ କ’ଣ… । ଜାଡେଜାଙ୍କ ଏହି ପଦିଏ କଥା ଏବେ ସୋସିଆଲ ମିଡିଆକୁ ହସାଉଛି । ବେଶ୍ ଭାଇରାଲ ହେଉଛି ଏହି ଭିଡିଓ ।

ସମ୍ବନ୍ଧିତ ଖବର