ପୁଣି ସିଏସକେ ମଙ୍ଗ ଧରିବେ ଧୋନି, ଆଇପିଏଲ ଅଧାରୁ ଅଧିନାୟକତ୍ୱ ଛାଡ଼ିଲେ ଜାଦେଜା

ନୂଆଦିଲ୍ଲୀ: ପୁଣି ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ଅଧିନାୟକ ହେଲେ ମହେନ୍ଦ୍ର ସିଂହ ଧୋନି। ଆଇପିଏଲ ମଝିରେ ଆସିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଖବର। କ୍ରିକେଟର ରବୀନ୍ଦ୍ର ଜାଦେଜା ଏକ ବଡ ନିଷ୍ପତ୍ତି ନେଇ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱରୁ ଓହରି ଯାଇଥିବା ବେଳେ ଧୋନିଙ୍କୁ ଅଧିନାୟକ ପଦକୁ ଫେରିବା ପାଇଁ ଅନୁରୋଧ କରିଥିଲେ। ସେ ଖେଳ ଉପରେ ଗୁରୁତ୍ବ ଦେବାକୁ ଚାହାନ୍ତି ବୋଲି ଜଣାଇଥିଲେ। ଏବେ ଧୋନି ଜାଦେଜାଙ୍କ ପ୍ରସ୍ତାବ ଗ୍ରହଣ ସିଏସକେର ଅଧିନାୟକ ଦାୟିତ୍ବ ସମ୍ଭାଳିବାକୁ ରାଜି ହୋଇଥିବା ଜଣାପଡ଼ିଛି। ସିଏସକେ ପକ୍ଷରୁ ଏ ନେଇ ଟୁଇଟ୍ କରାଯାଇଛି।

ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଧୋନି  ସିଏସକେର ଅଧିନାୟକ ପଦରୁ ଓହରିବା ପରେ ଜାଦେଜାଙ୍କୁ ଦାୟିତ୍ବ ମିଳିଥିଲା। କିନ୍ତୁ ଜାଦେଜାଙ୍କ ନେତୃତ୍ବରେ ଚଳିତ ଆଇପିଏଲରେ ସିଏସକେ ଭଲ ପ୍ରଦର୍ଶନ କରିପାରି ନଥିଲା । କେବଳ ଏତିକି ନୁହେଁ, ଜାଦେଜାଙ୍କ ବ୍ୟାଟିଂ ମଧ୍ୟ ବହୁତ ପ୍ରଭାବିତ ହୋଇଥିବା ଦେଖାଯାଇଥିଲା। ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଜାଦେଜା ଅଧିନାୟକ ପଦରୁ ଓହରିବା ପାଇଁ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଜାଦେଜାଙ୍କ ପ୍ରସ୍ତାବ ଗ୍ରହଣ କରି ଦଳର ସ୍ୱାର୍ଥରେ ଧୋନି ସିଏସକେର ଅଧିନାୟକତ୍ୱ ସମ୍ଭାଳିବାକୁ ନିଷ୍ପତ୍ତି ନେଇଛନ୍ତି।

ms dhoni ravindra jadeja

ଚେନ୍ନାଇ ସୁପର କିଙ୍ଗ୍ସ ଶନିବାର ଏକ ବିବୃତିରେ ଜାରି କରି ଏହି ସୂଚନା ଦେଇଛି। ସିଏସକେ ନିଜ ବିବୃତିରେ କହିଛି, ରବୀନ୍ଦ୍ର ଜାଦେଜା ତାଙ୍କ ଖେଳ ଉପରେ ଧ୍ୟାନ ଦେବା ପାଇଁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱ ଗ୍ରହଣ କରିବାକୁ ଏମଏସ ଧୋନିଙ୍କୁ ଅନୁରୋଧ କରିଥିଲେ। ଦଳର ସ୍ୱାର୍ଥରେ ଏମଏସ ଧୋନି ଏହି ଅନୁରୋଧକୁ ଗ୍ରହଣ କରିଛନ୍ତି ଏବଂ ନିଜେ ଅଧିନାୟକତ୍ୱ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର