ନୂଆଦିଲ୍ଲୀ: କ୍ରିକେଟ୍ରେ ମ୍ୟାଚ୍ ପରେ ସମ୍ମାନ ସମାରୋହରେ ଲକ୍ଷାଧିକ ଟଙ୍କା ରାଶି ପୁରସ୍କାର ଆକାରରେ ଦିଆଯାଇଥାଏ। ଆଜିକାଲି ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବ୍ୟତୀତ ସର୍ବାଧିକ ଛକା, ଷ୍ଟ୍ରାଇକର୍ ଅଫ୍ ଦ ମ୍ୟାଚ୍ ଭଳି ପୁରସ୍କାର ମଧ୍ୟ ଦିଆଯାଉଛି। ଏଥିରେ ଦିଆଯାଉଥିବା ପୁରସ୍କାର ଚେକ୍ ଆକାରରେ ଦିଆଯାଇ ଥାଏ। ଖେଳାଳିଙ୍କୁ ପୁରସ୍କାର ବିତରଣ ସମାରୋହରେ ‘ପ୍ରତିବିମ୍ବ ଚେକ୍ ଦିଆଯାଇଥାଏ, ଯାହାକି ବାସ୍ତବିକ ନୁହେଁ, ବରଂ କେବଳ ପ୍ରତିକାତ୍ମକ ହୋଇଥାଏ, ଯାହାକୁ କେବଳ ଦର୍ଶକ ଦେଖିବା ପାଇଁ ଉପସ୍ଥାପନ କରାଯାଇଥାଏ। ଆଶ୍ଚର୍ଯ୍ୟର ଘଟଣାରେ ନିକଟରେ ଭାରତ-େଓ୍ଵଷ୍ଟଇଣ୍ଡିଜ ମଧ୍ୟରେ ଥିରୁବନନ୍ତପୁରମ ଦିନିକିଆରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ମିଳିଥିବା ଚେକ୍ ଏକ ଅଳିଆ ଗଦାରୁ ମିଳିଛି।
ଭାରତ ଓ େଓ୍ଵଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ଶୃଙ୍ଖଳାର ଶେଷ ଦିନିକିଆରେ ରବୀନ୍ଦ୍ର ଜାଦେଜାଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ ପୁରସ୍କାର ମିଳିଥିଲା। ଜାଦେଜା ୩୪ ରନ ଦେଇ ୪ ଓ୍ଵିକେଟ ନେଇଥିଲେ। ତାଙ୍କୁ ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଦିଆଯାଇଥିଲା। ଜାଦେଜା ସମାରୋହରେ ଏକ ପ୍ରତିବିମ୍ବ ଚେକ୍ ପାଇଥିଲେ। ଏହାର କୌଣସି ମୂଲ୍ୟ ନଥାଏ କି ଖେଳାଳି ଏହାକୁ ସ୍ମୃତି ଭାବରେ ରଖି ନଥାନ୍ତି। ଏଥି ପାଇଁ ସ୍ୱତନ୍ତ୍ର ଭାବରେ ଟ୍ରଫି ପ୍ରଦାନ କରାଯାଇଥାଏ।
ଅଳିଆ ଗଦାରେ ଚେକ୍ ପଡ଼ିଥିବା ନେଇ ସ୍ଥାନୀୟ ଏକ ଏନ୍ଜିଓ ବିସିସିଆଇ ନିକଟରେ ଅପିଲ କରିଛି। ଏନ୍ଜିଓ କହିଛି ରେପ୍ଲିକା ଚେକ୍ ତିଆରି କରିବାରେ ପ୍ଲାଷ୍ଟିକ ବ୍ୟବହାର ହୋଇଥାଏ। ଏହି ଚେକ୍ ତିଆରି ପାଇଁ ପ୍ଲାଷ୍ଟିକ ଓ ନନ ବାୟୋଡିଗ୍ରେବୁଲ ସାମଗ୍ରୀର ବ୍ୟବହାର କରା ନଯାଉ। ଏନ୍ଜିଓ ତରଫରକୁ ଫେସ୍ବୁକ୍ ମାଧ୍ୟମରେ ଅପିଲ କରାଯାଇଛି।